ବିରୋଧୀ ମାନିଲେ ନବୀନ ନମ୍ବର ୱାନ

ଭୁବନେଶ୍ୱର () ଦ୍ଵିତୀୟ ଥର ପାଇଁ ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପର ଆୟୋଜନ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଧାୟକ । କଂଗ୍ରେସ ବିଧାୟକ ଦଳ ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ଏକ ଧନ୍ୟବାଦ ଶଙ୍କଳ୍ପ ଆଗତ କରିଥିଲେ ।

ଶଙ୍କଳ୍ପ ଆଗତ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ପୁରୁଷ ବିଶ୍ୱକପ ପରି ମର୍ୟ୍ୟାଦାଜନକ କ୍ରୀଡା ପ୍ରତିଯୋଗିତାର ଆୟୋଜନ ଯେ କୌଣସି ଦେଶ ପାଇଁ ଗୌରବର ବିଷୟ । ୨୦୧୮ ନଭେମ୍ବରରେ ଓଡିଶା ପୁରୁଷ ବିଶ୍ୱକପ ହକିର ସଫଳ ଆୟୋଜନ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ । କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ଏହି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭର ଆୟୋଜନ ପାଇଁ ଓଡିଶାକୁ ବଛାଯିବା ସୌଭାଗ୍ୟର ବିଷୟ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସଫଳତା କାମନା କରିଛନ୍ତି ।

ନରସିଂହ ମିଶ୍ର ଆଣିଥିବା ଏହି ଶଙ୍କଳ୍ପକୁ ଦଳମତ ନିର୍ବିଶେଷରେ ସମର୍ଥନ କରିଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ନବୀନ ପଟନାୟକ ଦେଶରେ ନମ୍ବର ୱାନ । ରାଜ୍ୟରେ ଖେଳର ବିକାଶ ପାଇଁ ନବୀନଙ୍କୁ ସମସ୍ତେ ସହଯୋଗ ଦେବାକୁ କହିଛନ୍ତି । ତେବେ ହକି ସହ ଓଡ଼ିଶାରେ ଫୁଟବଲର ବିକାଶ ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବ ଉଚିତ । ଓଡିଶା ବିଶ୍ବସ୍ତରରେ ସୁନାମ ଅର୍ଜନ କଲେ ରାଜ୍ୟରେ ପର୍ୟ୍ୟଟନର ମଧ୍ୟ ବିକାଶ ହେବ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + 9 =