ସଟଡାଉନରେ ସମ୍ପୂର୍ଣ୍ଣ ବନ୍ଦ ରହିବ ପରିବା ଓ ଫଳ ଦୋକାନ

ସଟଡାଉନ ନିୟମରେ ସଂଶୋଧନ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ସଟଡାଉନ ନିୟମରେ ସଂଶୋଧନ କରାଯାଇଛି ।ତଦନୁଯାୟୀ ଏଟିଏମ ଓ ବ୍ୟାଙ୍କ ସକାଳ ୮ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ । ଗ୍ରୋସରୀ ଓ କ୍ଷୀର ଦୋକାନ ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲିବ । ପରିବା ଓ ଫଳ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଆଜି ସକାଳ ୫ରୁ କାଲି ମଧ୍ୟରାତ୍ର ଯାଏଁ ସଟଡାଉନ ଘୋଷଣା କରାଯାଇଛି ।

ସେପଟେ ଆଜି ରାଜ୍ୟରେ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

2 × five =