ଖୁବଶୀଘ୍ର ପୁରୀରେ ସ୍ବାଭାବିକ ହେବ ଟେଲିକମ୍ ସେବା

ଭୁବନେଶ୍ବର() ଆଜି କେନ୍ଦ୍ର ଶକ୍ତି ସଚିବ ଓ ଟେଲିକମ୍ ବିଭାଗ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବସିଥିଲା । ଟେଲିକମ୍, ଇଣ୍ଟରନେଟ୍ ଓ ବିଦ୍ୟୁତ ସଂଯୋଗ ତ୍ବରାନ୍ବିତ ନେଇ ଆଲୋଚନା ବୈଠକରେ ଆଲୋଚନା ହୋଇଛି ।

ବାତ୍ୟା ଫୋନି ଯୋଗୁଁ ଟେଲିକମ ସେକ୍ଟରରେ ଅତ୍ୟଧିକ ନଷ୍ଟ ହୋଇଥିଲା । ଏହାର ମୁକାବିଲା ପାଇଁ ଟେଲିକମ କମ୍ପାନୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି । ପ୍ରାୟ ସମସ୍ତ ଅଂଚଳରେ ନେଟୱର୍କ ଛିଡା ହୋଇସାରିଛି । ଆଉ ଅଳ୍ପ କିଛି ଅଂଚଳ ବାକି ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ପୁରୀରେ ଟେଲିକମ କ୍ଷେତ୍ରରେ ୮୦ ପ୍ରତିଶତ କାମ ହୋଇସାରିଛି ।

ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ସମସ୍ତ ବ୍ୟାଙ୍କ କାର୍ୟ୍ୟକ୍ଷମ ହେବ । ପୂର୍ବରୁ ଅଧା କାମ ଶେଷ ହୋଇ ବ୍ୟାଙ୍କଗୁଡ଼ିକ କାର୍ୟ୍ୟକ୍ଷମ ହେଉଥିଲା । ଆଜି ସନ୍ଧ୍ୟା ସୁଦ୍ଧା ଡେଡ଼୍ ଲାଇନ୍ ଦିଆଯାଇଛି । ଅନ୍ୟପଟେ ଇଂଟରନେଟ୍ କନେକ୍ସନ ନଥିବା ବ୍ୟାଙ୍କଗୁଡ଼ିକରେ ଅଫଲାଇନରେ କାମ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ତାସହ ବିଦ୍ୟୁତ ସେବା ଅନେକ ମାତ୍ରାରେ ସ୍ବାଭାବିକ ହୋଇଛି ।

Share

Leave a Reply

Your email address will not be published. Required fields are marked *

20 + 7 =