ଦଶ ଦିନ ପରେ ପୁରୀରୁ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ

ପୁରୀ()  ଆଜି ପୁରୀରୁ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ। ବାତ୍ୟାର ଦଶ ଦିନ ପରେ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ ।ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇନି କି ଗତିପଥ ବଦଳାଯାଇ ନଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର।

ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ୟ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ ମଧ୍ୟ କାମ ଜୋରସୋରରେ ଚାଲିଛି। ଖୁବଶୀଘ୍ର ଏହି କାର୍ୟ୍ୟ ଶେଷ ହେବ।

ସୂଚନାଯୋଗ୍ୟ,‘ଫୋନି’ ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରିଥିଲା। ଏଥିରେ ପୁରୀ ସହର ସହିତ ପୂରା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ପୁରୀରେ ସର୍ବାଧିକ କ୍ଷତି ହୋଇଛି।

Share

Leave a Reply

Your email address will not be published. Required fields are marked *

18 − four =