ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ ହେବ

ଭୁବନେଶ୍ୱର()  ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଜନସାଧାରଣ ନିଜର ଟ୍ୱିଟର ହ୍ୟାଲେ ଏବଂ ଫେସବୁକରେ ୰ଇଗ୍ଦଳଙୟସଗ୍ଦଷବୠକ୍ଟକ୍ଟୟଗସଦ୍ଭସଗ୍ଦଗ୍ଧରକ୍ସ ହ୍ୟାସଟ୍ୟାଗ କରି ସିଧାସଳଖ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ସମସ୍ୟା ସଂପର୍କରେ ପଚାରିପାରିବେ । କିନ୍ତୁ ଜନତାଙ୍କୁ ଏଥିପାଇଁ ଚଳିତ ମାସ ୧୧ ତାରିଖ ସୁଦ୍ଧା ଉପରୋକ୍ତ ଟ୍ୟାଗ୍‌ରେ ତାଙ୍କର ପ୍ରଶ୍ନ ରଖିବାକୁ ପଡ଼ିବ । ଏହି ପ୍ରଶ୍ନ ଗୁଡ଼ିକର ଉର ସେମାନେ ୧୩ ତାରିଖରେ ଫେସ୍‌ବୁକ୍ ମାଧ୍ୟମରେ ପାଇପାରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ମୋ ସରକାର ଏବଂ ୫ଟିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । କେବଳ ଏତିକି ନୁହେଁ ପ୍ରତ୍ୟେକ ଲୋକଙ୍କ ସହ କିପରି ସିଧାସଳଖ କଥା ହୋଇ ଏହାର ତତକ୍ଷଣାତ ସମାଧାନ କରାଯାଇ ପାରିବ ସେଥିପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ।

Share

Leave a Reply

Your email address will not be published. Required fields are marked *

15 + 13 =