ଋଣ ପାଇଁ ନୂଆ ବର୍ଗରେ ମହିଳା, ଚାଷୀ ଓ ଯୁବପିଢ଼ିଙ୍କ ଅଗ୍ରଣୀ ଭୂମିକା: ଟ୍ରାନ୍ସୟୁନିୟନ୍ ରିପୋର୍ଟ

ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ପକ୍ଷରୁ ବିଶ୍ୱସ୍ତରୀୟ ସର୍ବେକ୍ଷଣ ରିପୋର୍ଟ “ଋଣ ଅନ୍ତର୍ଭୁକ୍ତୀକରଣର ସଶକ୍ତୀକରଣ: ଋଣ ପାଇଁ ପ୍ରଥମ ଗ୍ରାହକଙ୍କୁ ନେଇ ଏକ ଗଭୀର ଦୃଷ୍ଟିକୋଣ’କୁ ଜାରି କରାଯାଇଛି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଭାରତରେ ନିରନ୍ତର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଋଣ ପାଇଁ ନୂଆ ଗ୍ରାହକମାନେ ପ୍ରମୁଖ ଯୋଗଦାନ ପ୍ରଦାନ କରୁଛନ୍ତି । ପ୍ରଥମ ଥର ପାଇଁ ଋଣ ନେଉଥିବା ଗ୍ରାହକମାନେ ଆଗରୁ ଋଣ ନେଇଥିବା ଗ୍ରାହକଙ୍କ ତୁଳନାରେ ଉନ୍ନତ ବୋଲି ଜଣାପଡ଼ିଛି । ଏହି ରିପୋର୍ଟ ବିକଶିତ ଓ ବିକାଶଶୀଳ ଦେଶର ଋଣପ୍ରଦାନକାରୀ ସଂସ୍ଥାମାନଙ୍କୁ ଏହି ଆଶ୍ୱସନା ଦେଉଛି ଯେ ବିପଦକୁ ନେଇ ଅଧିକ ଚିନ୍ତା ନକରି ନୂଆ ଋଣ ଚାହୁଁଥିବା ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବା ଦରକାର ।
ଭାରତ, ବ୍ରାଜିଲ, କଲମ୍ବିଆ, କାନାଡା, ଡୋମିନିକାନ ଗଣରାଜ୍ୟ, ହଂକଂ, ଫିଲିପାଇନ୍ସ, ଦକ୍ଷିଣ ଆଫ୍ରିକା ଓ ଆମେରିକା ଭଳି ବଜାରର ଲକ୍ଷାଧିକ ଗ୍ରାହକଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଟ୍ରାନ୍ସୟୁନିୟନ୍ ପକ୍ଷରୁ ସେହିମାନଙ୍କୁ ଋଣ ପାଇଁ ନୂଆ ଗ୍ରାହକ (ଏନ୍‌ଟିସି) ବୋଲି କୁହାଯାଉଛି ଯେଉଁମାନେ ପୂର୍ବରୁ କେବେବି ଋଣ ନନେଇ ପ୍ରଥମ ଥର ପାରମ୍ପରିକ ଋଣ ଯଥା କଂଜ୍ୟୁମର ଡ୍ୟୁରେବଲ ଋଣ, କୃଷି ଋଣ, ଦୁଇଚକିଆ ଗାଡ଼ି ଋଣ, ସୁନା ଋଣ କିମ୍ବା ଅନ୍ୟାନ୍ୟ ଋଣ ଉତ୍ପାଦ ନେଉଛନ୍ତି । ଏନ୍‌ଟିସି ଗ୍ରାହକମାନଙ୍କ ବିଷୟରେ ଅଧିକ ଜାଣିବା ଲାଗି ସେଭଳି ଗ୍ରାହକମାନେ ଋଣ ନେବାର ପରବର୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସ୍ଥିତି ଉପରେ ନଜର ରଖାଯାଇଥିଲା । ତାହାକୁ ପୂର୍ବରୁ ଋଣ ନେଇଥିବା ଗ୍ରାହକମାନଙ୍କ ସ୍ଥିତି ସହ ତୁଳନା କରାଯାଇଥିଲା ।
ଭାରତରେ ୨୦୨୧ରେ ୩୫ ନିୟୁତ ଗ୍ରାହକ ପ୍ରଥମ ଥର ପାଇଁ ଋଣ ନେଇଥିଲେ ଏବଂ ୨୦୨୨ର ପ୍ରଥମ ୯ ମାସ ମଧ୍ୟରେ ପ୍ରାୟ ୩୧ ନିୟୁତ ଗ୍ରାହକ ପ୍ରଥମ ଥର ପାଇଁ ଋଣ ହାସଲ କରିଛନ୍ତି । ୨୦୨୧ରେ ପ୍ରଥମ ଥର ପାଇଁ ଋଣ ନେଇଥିବା ଗ୍ରାହକଙ୍କ ମଧ୍ୟରେ ୧୯୮୦ରୁ ୧୯୯୪ ଭିତରେ ଜନ୍ମ ହୋଇଥିବା ନୂଆ ପିଢ଼ିର ଗ୍ରାହକଙ୍କ ଅବଦାନ ସର୍ବାଧିକ ୪୨% ଥିଲା ଏବଂ ଜେନ୍ ଜେଡ୍‌ଙ୍କ ଅବଦାନ ୨୯ ପ୍ରତିଶତ ଥିଲା ଯେଉଁମାନଙ୍କ ଜନ୍ମ ୧୯୯୫ ପରେ ହୋଇଛି । ନୂଆ ଋଣ ଖାତା ଖୋଲିଥିବା ଗ୍ରାହକଙ୍କ ମଧ୍ୟରୁ ୬୭% ଗ୍ରାମାଚଂଳ ଓ ଅର୍ଧ ସହରାଚଂଳର ଥିଲେ ।
“ଭାରତରେ ସାମାଜିକ-ଅର୍ଥନୈତିକ ଅଭ୍ୟୁଦୟ ଯୋଗୁଁ ମହିଳା, ଯୁବପିଢ଼ି ଓ ଗ୍ରାମାଂଚଳ ଏକ ଲାଭଦାୟକ ଗ୍ରାହକ କ୍ଷେତ୍ର ଭାବେ ବଜାରରେ ଉଭା ହୋଇଛି । ଟ୍ରାନ୍ସୟୁନିୟନ୍ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ ଏହି ବର୍ଗର ଗ୍ରାହକଙ୍କୁ ସମୟୋପଯୋଗୀ ଓ ସୁହାଇବା ଭଳି ଋଣ ସୁଯୋଗ ଜରିଆରେ ଆହୁରି ସଶକ୍ତ କରାଗଲେ ଅଭିଳାଷ ଓ ଜୀବନ ଲକ୍ଷ୍ୟ ହାସଲରେ ଋଣ ପ୍ରଦାନକାରୀମାନଙ୍କ ଲାଗି ତାହା ସହାୟକ ହେବ, ଯାହା ଫଳରେ ଲାଭଦାୟକ ବ୍ୟବସାୟ ଅଭିବୃଦ୍ଧି ଆଗକୁ ବଢ଼ିବ, ଗ୍ରାହକ ବିଶ୍ୱାସନୀୟତା ସୁଦୃଢ଼ ହେବ ଏବଂ ଅର୍ଥନୈତିକ ବିକାଶରେ ତାହା ସହାୟକ ହୋଇପାରିବ ବୋଲି ଟ୍ରାନ୍ସୟୁନିୟନ୍ ସିବିଲ୍‌ର ଏମ୍‌ଡି ଓ ସିଇଓ ରାଜେଶ କୁମାର କହିଛନ୍ତି ।’’
୨୦୧୭ରୁ ୨୦୨୨ ମଧ୍ୟରେ ଭାରତରେ ନୂଆ ଗ୍ରାହକ ବର୍ଗରେ ମହିଳାମାନଙ୍କ ଭାଗ ୩୨%ରୁ ବୃଦ୍ଧି ପାଇ ୩୪ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଚଂଳରେ ୩୦%ରୁ ବୃଦ୍ଧି ପାଇ ୩୪ ପ୍ରତିଶତ ହୋଇଛି । ୧୮-୩୦ ବର୍ଷ ବୟସର ଗ୍ରାହକଙ୍କ ଭାଗ ଏହି ସମୟରେ ୩୧%ରୁ ବୃଦ୍ଧି ପାଇ ୪୫ ପ୍ରତିଶତ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

seven − 5 =