କରୋନା କଟକଣା ମଧ୍ୟରେ ଚାଲିଛି ସ୍ନାନ ନୀତି

ପୁରୀ: କରୋନା କଟକଣା ଲାଗି ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ମହାସ୍ନାନଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଭାବେ ପାଳିତ ହୁଏ ଏହି ଦିବ୍ୟ ତଥା ପବିତ୍ର ସ୍ନାନଯାତ୍ରା । ଆଜି ମହାପ୍ରଭୁ ୧୦୮ ଗରା ଜଳରେ ସୁବାସିତ ସ୍ନାନ କରିବେ । ସେଥିଲାଗି ଧାଡି ପହଣ୍ଡି କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସ୍ନାନ ଦେବୀରେ ବିଜେ କରିସାରିଛନ୍ତି ।

ଗଜପତି ଛେରା ପହଁରା କରିବେନି ସେଥିଲାଗି ତାଙ୍କ ପ୍ରତିନିଧି ମୁଦିରସ୍ତ ଉକ୍ତ କାର‌୍ୟ୍ୟ କରିବେ ବୋଲି ସୂଚନା ଦିଆଯାଇଛି । ଆଜିର ମହାସ୍ନାନ ପରେ ଜଗତର ନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ୧୫ ଦିନ ପାଇଁ ଅଣସର ଘରେ ରହିବେ । ମହାପ୍ରଭୁଙ୍କ ଜ୍ବର ହେବ ଓ ସେଥିଲାଗି ବୈଦ୍ୟଙ୍କ ଦ୍ବାରା ନିର୍ଦ୍ଧାରିତ ବିଧିସମ୍ମତ ସେବାଶୁଶ୍ରୁଷା ମଧ୍ୟ କରାଯିବ ।

Share

Leave a Reply

Your email address will not be published. Required fields are marked *

12 − ten =