କାଶ୍ମୀର ମୁକ୍ତିର ସଂକେତ ଭାବେ ବୃକ୍ଷ ରୋପଣ

ଭୁବନେଶ୍ବର () କାଶ୍ମୀର ମୁକ୍ତି ପାଇଁ ଐତିହାସିକ ପଦକ୍ଷେପ ସ୍ବରୂପ ଧାରା 370 ଉଚ୍ଛେଦ ପାଇଁ ନିଷ୍ପତ୍ତିକୁ ଓଡିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟାଦଙ୍କ ତରଫରୁ ରାଜ୍ୟ ସ୍ବାଉଟ ଓ ଗାଇଡସର ମୁଖ୍ୟ କାର୍ଯ୍ୟାଳୟରେ ଗୋଟିଏ ବୈଠକ ସଭାପତି କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମ୍ୟକ ଆଲୋଚନା କରାଯାଇ ଆନନ୍ଦ ପ୍ରକାଶ ପାଇଥିଲା । ଏହି ଆନନ୍ଦ ଅବସରରେ ସ୍କାଉଟ ଗାଇଡ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ ଏକ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଶିବନାରାୟଣ ମିଶ୍ର, ବିଜୟ କୁମାର ତ୍ରିପାଠୀ, ଦିବାକର ପୃଷ୍ଟି, ଗୋପିନାଥ ନାୟକ, ବିଚିତ୍ରାନନ୍ଦ ନାୟକ, ଅଭିରାମ ମଲ୍ଲିକ, ଦିବାକର ଦାସ, ପ୍ରିୟରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

11 + fifteen =