ପ୍ରାର୍ଥୀ ନୁହଁନ୍ତି ପୋଲିସ ଦେଖାଉଛନ୍ତି ମହାନତା

ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କଳାହାଣ୍ଡି ପୋଲିସ ତରଫରୁ ଅସହାୟ ବିକଳାଙ୍ଗ ଓ ବୃଦ୍ଧାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କମିଶନ ତରଫରୁ ଦିବ୍ୟାଙ୍ଗ ଓ ବୃଦ୍ଧ ମାନଙ୍କ ପାଇଁ କୋଣସି ପ୍ରକାର ହୁଇଲ ଚେୟାର ବ୍ୟବସ୍ଥା ହୋଇନଥିଲା । ।ଏଭଳି ପରିସ୍ଥିତିରେ ପ୍ରାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ନଜର କରି କଳାହାଣ୍ଡି ପୋଲିସର ଯବାନ ମାନେ ବିଭିନ୍ନ ବୁଥରେ ଅସାହୟ ଦିବ୍ୟାଙ୍ଗ ଓ ବୃଦ୍ଧ ମାନଙ୍କୁ ଭୋଟ ଦେବାରେ ସାହାଯ୍ୟ କରିଥିଲେ । ଏହି ପୋଷ୍ଟକୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଡ଼ାକ୍ତର ଶ୍ରାବଣ ବିବେକ ଏମ୍ ମଧ୍ୟ ସେୟାର କରି ପୋଲିସ କର୍ମୀ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + thirteen =