ବାହାରିଲା + ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର()  ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଳାରେ ପାସ୍ ହାର ୬୫.୮୯ ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ପାସ୍ ହାର ୭୦.୨୬ ପ୍ରତିଶତ ରହିଛି । ଗଣଶିକ୍ଷା ବିଭାଗର www.chseodisha.nic.in, www.odisharesults.nic.in ୱେବସାଇଟରେ ଛାତ୍ରଛାତ୍ରୀ ମାନେ ନିଜର ଫଳାଫଳ ଦେଖିପାରିବେ ।

ଚଳିତଥର କଳାରେ ୨,୩୧, ୧୫୦ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୨୬୭୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳାରେ ୫୭ ହଜାର ୪୪୨ ଛାତ୍ର ଓ ୯୪ ୮୮୧ ଛାତ୍ରୀ ପାସ୍ କରିଛନ୍ତି ।ବାଣିଜ୍ୟରେ ୧୮ହଜାର ୮୨୬ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୧୭୩୮ ଜଣ ଛାତ୍ର ଓ ୭୦୮୮ ଜଣ ଛାତ୍ରୀ ପାସ୍ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + ten =