ତିତ୍ଲି କୁ ଭୟ ନାହିଁ :ଆମେ ପ୍ରସ୍ତୁତ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ରାଜ୍ୟ ସାରା ବର୍ଷା ଲାଗି ରହିବ । ତେବେ ବାତ୍ୟା ‘ତିତଲୀ’ର ସ୍ଥିତି ଏବଂ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ବାତ୍ୟା ‘ତିତଲି’କୁ ନେଇ ଭୟବୀତ ହେବାର ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି । ତେବେ ଆଜି ମଧ୍ୟ ରାତ୍ରି ସୁଦ୍ଧା ବାତ୍ୟାର ରୂପ ନେବ ଗଭୀର ଅବପାତ । କାରଣ ଏହା ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଓଡ଼ିଶା-ଆନ୍ଧ୍ର ମୁହାଁ ହୋଇଛି । ଏହି ଆକଳନ ଅନୁଯାୟୀ ଆସନ୍ତା ୧୧ ତାରିଖ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ , ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷିବ । ତେବେ ବାତ୍ୟା ‘ତିତଲି’କୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ । ଏବଂ ସେମାନଙ୍କ ସୁରକ୍ଷା ପାଇଁ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଉଦ୍ଧାର କାର‌୍ୟ୍ୟ ପାଇଁ ୩୦୦ ବୋଟ୍ ପ୍ରସ୍ତୁତ ରାଖାଯାଇଥିବାବେଳେ ୨୦ଟି ଓଡ୍ରାଫ୍ ଟିମ୍ ଓ ୧୧ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି । ସେପଟେ ଯଦି ୩ ଦିନ ବର୍ଷା ଲାଗି ରହିବ ତେବେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଏସଆରସି ।

Share

Leave a Reply

Your email address will not be published. Required fields are marked *

14 − 5 =