ଏବର୍ଷ ଚିଲିକାରେ ବଢ଼ିଛି ପକ୍ଷୀଙ୍କ ସଂଖ୍ୟା

ଚିଲିକାରେ ବଢିଲା ପକ୍ଷୀ ସଂଖ୍ୟା । ଏବର୍ଷ ୧୮୧ ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିବା ଗଣନାରୁ ଜଣାପଡିଛି । ଗତବର୍ଷ ୧୪୭ ପ୍ରଜାତିର ୮ଲକ୍ଷ ୫୮ହଜାର ୮୫୫ଟି ପକ୍ଷୀ ଆସିଥିଲେ । ଏବର୍ଷ ଅଧିକ ଦେଢ ଲକ୍ଷ ପକ୍ଷୀ ଆସିଛନ୍ତି । ନଳବଣରେ ବି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଗତବର୍ଷ ନଳବଣକୁ ୩ ଲକ୍ଷ ୨୦ ହଜାର ୮୨୬ ପକ୍ଷୀ ଆସଥିବା ବେଳେ ଏବର୍ଷ ୩ ଲକ୍ଷ ୯୩ ହଜାର ୫୪୧ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି । ଗତକାଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ସହଯୋଗରେ ୨୧ଟି ଦଳରେ ଶହେ ଜଣ ଗଣନାରେ ନିୟୋଜିତ ଥିଲେ । ମଙ୍ଗଳାଯୋଡି, ରମ୍ଭା, ସାତପଡା, ଭୂଷଣ୍ଡପୁର, ନୂଆପଡା, ନଳବଣରେ ଗଣନା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

twenty + 16 =