ଅଟୋ ଚାଳକକୁ ୫୨ ହଜାର ଜରିମାନା, ଜାଣନ୍ତୁ କାରଣ

ଭୁବନେଶ୍ବର()  ନୂଆ ଆଇନ ପରେ ଫସିଲେ ଅଟୋ ଚାଳକ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ଗଣିବାକୁ ପଡ଼ିବ ୪୭ ହଜାର ୫୦୦ ଟଙ୍କା। ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ବଡ ଜରିମାନା ଲଗାଇଲେ ଟ୍ରାଫିକ ପୋଲିସ ।

ତେବେ ମଦ ପିଇ ଗାଡି ଚଳାଉଥିବାରୁ ୧୦ ହଜାର ଟଙ୍କା ଜରିମାନା । ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଉ ଥିବାରୁ ୫ ହଜାର ଗଣିଲେ । ଅନଧିକୃତ ଭାବେ ଗାଡି ଚଲାଉ ଥିବାରୁ ୫ ହଜାର ଟଙ୍କା । ପ୍ରଦୂଷଣ ନିୟମ ଉଲଙ୍ଘନ ପାଇଁ ୧୦ ହଜାର ଟଙ୍କା । ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଉଥିବାରୁ ୫ ହଜାର ଟଙ୍କା । ବିନା ପରମିଟରେ ବୁଲୁଥିବାରୁ ୧୦ ହଜାର । ଇନସୁରାନ୍ସ ନଥିବାରୁ ୨ ହଜାର ଏବଂ ସାଧାରଣ ନିୟମ ଉଲ୍ଲଘଂନ ପାଇଁ ୫୦୦ ଟଙ୍କା ଫାଇନ କରାଯାଇଛି । ତେବେ ଆରଟିଓ ଅଫିସ ତରଫରୁ ୪୭ ହାଜର ୫୦୦ ଫାଇନ କଟା ଯାଇଥିବା ବେଳେ ପୋଲିସ ପକ୍ଷରୁ ୫ ହଜାର ଟଙ୍କା ଜରିମାନ କରାଯାଇ ମୋଟ ୫୨ ହଜାର ଟଙ୍କାର ଚାଲାଣ କଟାଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − fourteen =