ବୁର୍ଲାରେ କୋଭିଡ଼ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ସମ୍ବଲପୁର() ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଇଥିଲେ । ସେଠାରେ ପହଞ୍ଚି ବୁର୍ଲା ମେଡ଼ିକାଲରେ କୋଭିଡ଼ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବୈଠକ ପରେ ଭୀମସାର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ ବୁର୍ଲା ମେଡ଼ିକାଲରେ ନିର୍ମିତ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ଼ । କରୋନା ରୋଗୀଙ୍କ ପାଇଁ ୧୫ଟି ଆଇସିୟୁର ବ୍ୟବସ୍ଥା ହେବ । ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨୦୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୩୩୧ ଜଣ ସୁସ୍ଥ ହୋଇଛନ୍ତି ଓ ୫୩୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜି ସମ୍ବଲପୁରରୁୁ ୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

10 − two =