ମାନବିକାତର ଅନ୍ୟ ନାଁ ‘ସୁରଜ’

ସୁରଜଙ୍କ ନାଁରେ ଦିଆଯିବ ଅଙ୍ଗଦାନ ପୁରସ୍କାର

ପରିବାରକୁ 5 ଲକ୍ଷ ଟଙ୍କା, ଘରଢିହ ଓ ବିଜୁ ପକ୍କା ଘର

ଭୁବନେଶ୍ବର () ମାନବିକାତାର ସର୍ବୋଚ୍ଚ ନଜିର ଦେଖାଇଛନ୍ତି ଗଂଜାମ ଜିଲ୍ଲାର ସୁରଜ ବେହେରାଙ୍କ ପରିବାର । ଏକ ଦୁର୍ଘଟଣାରେ ପୁଅର ବ୍ରେନ ଡେଡ ହେବା ପରେ ସେମାନେ ସୁରଜଙ୍କ 6ଟି ମହତ୍ବପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ । ସୁରଜଙ୍କ ଦୁଇଟି ଯାକ କିଡନୀ, ଲିଭର, ହାର୍ଟ ଓ ଦୁଇଟି ଯାକ ଆଖି ଦାନ କରିଥିଲେ । ଅଙ୍ଗଦାନ ନେଇ ସୁରଜଙ୍କ ପରିବାରର ଏହି ମହତ ଉଦ୍ଦେଶ୍ୟ ଦ୍ବାରା 6 ଜଣଙ୍କୁ ମିଳିପାରିଥିଲା ନୂଆ ଜୀବନ ।

ଏହି ଖବର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜଙ୍କ ପରିବାରକୁ ଘରଢିହ ସହ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଏଦିଗରେ କାମ କରୁଥିବା ଅନୁଷ୍ଠାନଗୁଡିକୁ ଉତ୍ସାହିତ କରିବା ପାଇଁ ସୁରଜଙ୍କ ନାମରେ ଏକ ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ । ପରିବାର ଏହି ମହତ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୁରଜ ସୁରଟର ଏକ ସୂତା କଳରେ ସୁପରଭାଇଜର ଭାବେ କାମ କରୁଥିଲା । ନିକଟରେ ଏକ ବସ ଦୁର୍ଘଟଣାରେ ଗରୁତ୍ତର ଭାବେ ଆହତ ହେବା ପରେ ତାକୁ ସନସାଇନ ଗ୍ଲୋବାଲ ହସ୍ପିଟାଲ ଓ ପରେ ମହାବୀର ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାକୁ ବ୍ରେନ ଡେଡ ବୋଲି ଘୋଷଣା କରାଯାଇଥିଲା । ସେହି ସମୟରେ ସୁରଜଙ୍କ ପରିବାରକୁ ଭେଟିଥିଲ ଡୋନେଟ ଲାଇଫର ସଭାପତି ଦିନେଶ ମଣ୍ଡଲେୱାଲା । ସେ ପରିବାର ଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରୋତ୍ସାହିତ କରିଥିଲେ । ପରିବାର ଲୋକଙ୍କ ସହମତିରେ ସୁରଜଙ୍କ 6ଟି ଅଙ୍ଗ ଦାନ କରାଯାଇଥିଲା ।

ସୁରଜଙ୍କ ହାର୍ଟକୁ ଜଣେ 40 ବର୍ଷିୟା ମହିଳାଙ୍କ ଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଅଙ୍ଗଦାନ ପରେ ସୁରଜଙ୍କ ହାର୍ଟକୁ ଏକ ଏୟାର ଆମ୍ବୁଲାନ୍ସରେ 72 ମିନିଟରେ ସୁରଟରୁ ମୁମ୍ବାଇକୁ ଅଣାଯାଇଥିଲା । ସେହିଭଳି ସୁରଜଙ୍କ କିଡନୀ ଓ ଲିଭରକୁ ମଧ୍ୟ ତିନି ଜଣଙ୍କ ଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

18 − one =