ଟ୍ରିପଲ ମର୍ଡର ଘଟଣାରେ ୬ ହତ୍ୟାକାରୀ ଗିରଫ

ଭୁବନେଶ୍ବର()  ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ମାମଲାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଡିଜିପି ଆରପି ଶର୍ମା। ତେବେ ଗତକାଲି ଘଟଣାରେ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ସହ ୪ ଜଣଙ୍କୁ ଅଟକ ରଖା ଯାଇଥିଲା । ତେବେ କାଲି ଉକ୍ତ ୪ ଜଣଙ୍କୁ ମାରାଥନ ଜେରା ପରେ ମାଷ୍ଟରମାଇଣ୍ଡ ସହ ୬ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ଗତ ରବିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିପିଲି ପଟ୍ଟନାଇକିଆ ଛକରେ ଗୋଟିଏ ପରିବାରର ୩ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୁତ୍ତ । ଟାଙ୍ଗିଆ, ଫାର୍ସାରେ ମଝି ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୁତ୍ତ । ପୋଲିସ ଚେକ ପୋଷ୍ଟ ସାମ୍ନାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଥିଲେ ବି ପୋଲିସ ପାଖରେ ୟାର କୌଣସି ଖବର ନଥିଲା । ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ତୁମୁଳକାଣ୍ଡ ରଚିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − 2 =