ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୭୨,୩୨୨ ନମୁନା ରାଜ୍ୟରେ ପରୀକ୍ଷା କରାଯାଇଥିବାବେଳେ ସଂକ୍ରମଣ ହାର ୨.୯୨% ରହିଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୨୧୩ ଏବଂ ସ୍ଥାନୀୟ ସଂକ୍ରମିତ ୮୯୭ ଜଣ ରହିଛନ୍ତି।

ରାଜ୍ୟର ଅନୁଗୁଳ ଜିଲାରୁ ୪୬, ବାଲେଶ୍ୱର ୧୬୮, ବରଗଡ ୧୪, ଭଦ୍ରକ ୬୯, ବଲାଙ୍ଗୀର ୧୩ ଓ ବଉଦ ଜିଲାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ଜିଲାରୁ ୩୨୩, ଦେବଗଡ ୫, ଢେଙ୍କାନାଳ ଜିଲାରୁ ୩୫, ଗଜପତି ୧୧, ଗଞ୍ଜାମ ୧୬ ଏବଂ ଜଗତସିଂହପୁରରୁ ୬୭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିସହିତ ଯାଜପୁରରୁ ୯୨, ଝାରସୁଗୁଡା ୧୦, କଳାହାଣ୍ଡି ୭, କନ୍ଧମାଳ ୧୨, କେନ୍ଦ୍ରାପଡା ୧୩୨ ଓ କେନ୍ଦୁଝରରୁ ୬୬ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୮, କୋରାପୁଟ ୧୯, ମାଲକାନଗିରି ୨୨, ମୟୁରଭଞ୍ଜ ୯୯, ନବରଙ୍ଗପୁର ୧୦, ନୟାଗଡ ୭୪, ନୂଆପଡା ୨, ପୁରୀ ୧୧୩, ରାୟଗଡା ୨୯, ସମ୍ବଲପୁର ୧୯, ସୋନପୁର ୪, ସୁନ୍ଦରଗଡ ୬୨ ଏବଂ ଷ୍ଟେଟପୁଲରୁ ୮୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପର‌୍ୟ୍ୟନ୍ତ ମୋଟ ୧୪୮୪୫୨୬୦ ନମୁନା ପରୀକ୍ଷା କରାଯାଇସାରିଛି। ସେଥିରୁ ୯୪୭୮୫୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୨୦୬୪୬ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୨୨୨୯୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Share

Leave a Reply

Your email address will not be published. Required fields are marked *

four + 18 =