ରାଜ୍ୟ

ଶୁଭଶ୍ରୀଙ୍କ ମୃତଦେହକୁ ଖୋଜିବ ଅଣ୍ଡର ଓ୍ଵାଟର କ୍ୟାମେରା

ଶୁଭଶ୍ରୀଙ୍କ ମୃତଦେହକୁ ଖୋଜିବ ଅଣ୍ଡର ଓ୍ଵାଟର କ୍ୟାମେରା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁ ର ୧୯ ବର୍ଷୀୟ ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଘଟଣାର ଖିଅ ପାଉନି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ଏସପି ସିର୍ଦ୍ଧାର୍ଥ କଟାରିଆ ।

ସେ କହିଛନ୍ତି ଶୁଭଶ୍ରୀଙ୍କ ମୃତଦେହକୁ ହଂସୁଆ ନଦୀରେ ଅଣ୍ଡର ଓ୍ଵାଟର କ୍ୟାମେରା ସାହାଯ୍ୟରେ ଖୋଜାଯିବ । ଅନେକ ଥର ଅଗ୍ନିଶମ ବାହିନୀ ସାହାଯ୍ୟରେ ହଂସୁଆ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୈଣସି ସନ୍ଧାନ ମିଳି ପାରିନାହିଁ । ଅଣ୍ଡର ଓ୍ଵାଟର କ୍ୟାମେରା ସାହାଯ୍ୟରେ ତାଙ୍କ ମୃତ ଦେହକୁ ଖୋଜି ଖୁବ୍ ଶିଘ୍ର ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଯିବା ନେଇ କେନ୍ଦ୍ରାପଡ଼ା ଏସପି ପ୍ରତିକ୍ରିୟା ରଖିଛନ୍ତି । ପ୍ରକୃତରେ ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା, ମୃତଦେହ କେଉଁଆଡେ ଗଲା, ତାକୁ ନେଇ ପ୍ରଶ୍ନ ଉଠୁଛି ।

ସୂଚନା ଥାଉକି, ଥାନାରେ ନିଖୋଜ ମାମଲାର ଦିନକ ପରେ ଶୁଦ୍ଧି ହୋଇଥିଲେ ଶୁଭଶ୍ରୀଙ୍କ ପରିବାର ଲୋକ । ଶୁଭଶ୍ରୀ ନିଖୋଜ ଅଛନ୍ତି ନା ତାଙ୍କର ମୃତ୍ୟୁ ହୋଇଛି ଏଯାଏଁ ସ୍ପଷ୍ଟ ହୋଇନି । ନାତୁଣୀ ନିଖୋଜ ଥିବା  ଶୁଭଶ୍ରୀଙ୍କ ଜେଜେ ଅଭିଯୋଗ କରିଥିଲେ ରାଜନଗର ଥାନାରେ । କିନ୍ତୁ ଥାନାରେ ନିଖୋଜ ମାମଲା ରୁଜୁ ହବାର ଦିନକ ପରେ ଆସିଥିଲା ଶୁଭଶ୍ରୀଙ୍କୁ ଶୁଦ୍ଧି ହେବା ଖବର । ନିଖୋଜର ୭ଦିନ ପରେ ରାଜନଗର ଥାନା ରାଜପୁର ଗାଁର ଶୁଭଶ୍ରୀଙ୍କୁ ତାଙ୍କ ପରିବାର ଲୋକ ଶୁଦ୍ଧି ହୋଇଥିଲେ ।  ସେପଟେ ବ୍ରାହ୍ମଣ ପ୍ରତିକ୍ରିୟାରେ କହିଥିଲେ କି, ପରିବାର ଲୋକେ ତାଙ୍କ ମୃତଦେହ ପାଇବା ପରେ ନଦୀରେ ଭସାଇଦେଇଛନ୍ତି । ତେଣୁ ୭ ଦିନରେ ଶୁଦ୍ଧି କ୍ରିୟା ହୋଇଛି ।

Share

Leave a Reply

Your email address will not be published. Required fields are marked *

9 − five =