ଭୁବନେଶ୍ବରରେ ନ୍ୟାୟ ମାଗିବେ ଚାମେଲି
ଏଥର କେନ୍ଦ୍ରାପଡ଼ା ନୁହେଁ, ରାଜଧାନୀ ଭୁବନେଶ୍ବରରେ ନ୍ୟାୟ ମାଗିବେ ଚାମେଲି । ଆସନ୍ତାକାଲି ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ତିଖିରି ସରପଞ୍ଚ ଚାମେଲି ଓଝା । ମହାକାଳପଡ଼ା IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ କରିବେ ଚାମେଲି । ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଚାମେଲି ଓଝା । ପୂର୍ବରୁ କେନ୍ଦ୍ରାପଡ଼ା ଏସପି ଆଫିସ ଆଗରେ ଅନଶନରେ ବସିଥିଲେ ଚାମେଲି । ଥାନା ଅଧିକାରୀ ଓ ବିଡିଓଙ୍କୁ ନିଲମ୍ବନ ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ସମସ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଥିଲେ।

