ରାଜ୍ୟ

ଭିଜିଲାନ୍ସ ଜାଲରେ ନାଚୁଣୀ ଥାନାର ଏଏସଆଇ

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ଲାଞ୍ଚ ମାମଲାରେ ASI ଫେରାର ହୋଇଥିଲେ, ଏବେ ବନ୍ଧା ହେଲେ । ଦୀର୍ଘ ସମୟର କସରତ ପରେ ପୋଲିସ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିଛି ଭଜିଲାନ୍ସ । ତାଙ୍କ ବିରୋଧରେ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରିଛି । ଜମି ବିବାଦ ସମ୍ପର୍କିତ ଦୁଇଟି ମାମଲାକୁ ଥାନା ସ୍ତରରେ ଫଇସଲା କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି । ତେବେ ଭିଜିଲାନ୍ସ ଟିମ୍ କୁ ଦେଖି ୫ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଇ ଏଏସଆଇ ଘଟଣାସ୍ଥଳରୁ ମୋଟରସାଇକେଲରେ ଫେରାର ହୋଇଯାଇଥିଲେ ।

ଗତ ୫ ତାରିଖରେ ଜମି ବିବାଦକୁ ନେଇ ଅଭିଯୋଗକାରୀ ଓ ବିପକ୍ଷ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ମାମଲା ରୁଜୁ କରିଥିଲେ । ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏଏସଆଇ ଅକ୍ଷୟ କୁମାର ସେଠୀ । ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲାର ଫଇସଲା କରିବା ପାଇଁ ଉଭୟଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଓଡ଼ିଶା ବାହାରେ କାର୍ଯ୍ୟରତ ଥିବାରୁ ଶୀଘ୍ର ମାମଲା ଫଇସଲା କରିବାକୁ ଅନୁରୋଧ କରିଥିଲେ । ଏହାପରେ ଗତକାଲି ଶପଥପତ୍ର ସହ ୫ ହଜାର ଟଙ୍କା ଆଣିବାକୁ ଏଏସଆଇ କହିଥିଲେ ।

Share

Leave a Reply

Your email address will not be published. Required fields are marked *

11 + nineteen =