ରାଜ୍ୟ

ଆଜି ବଙ୍ଗୋପସାଗରରେ ଲଘୁଚାପ! ପୁଣି ରାଜ୍ୟରେ ଚେତିବ

ଆଜି ବଙ୍ଗୋପସାଗରରେ ଲଘୁଚାପ!। ଆଜିଠୁ ଓଡ଼ିଶାରେ ପୁଣି ବଡ଼ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ମଶ୍ଚିମ ଦିଗକୁ ଢଳି ରହିଛି । ଏହା ଅଧିକ ଘନୀଭୂତ ହୋଇ ଆଜି ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । IMD ଆକଳନ ଅନୁସାରେ ୧୩ ଅଗଷ୍ଟ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାପରେ ମଧ୍ୟ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି।

ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି । କାଲି ସକାଳ ସାଢ଼େ ୮ଟା ମଧ୍ୟରେ ଅତି ପ୍ରବଳ ବର୍ଷା ପାଇଁ ଅନୁଗୁଳ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଓଡ଼ିଶା ଉପକୂଳ ଓ ଆଖପାଖ ସମୁଦ୍ର ଅଂଚଳରେ ୧୫ ତାରିଖ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ମଝିରେ ମଝିରେ ପନବର ବେଗ ୬୦ କିଲୋମିଟର ଛୁଇଁବା ସହ ଝଡ଼ପବନର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

five + 1 =