ସିନିୟର ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ।
ପାୟଲ ପୂର୍ବରୁ ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବେଳେ ପ୍ରଥମ ଥର ପାଇଁ ସିନିୟର୍ ଟିମ୍ ନିମନ୍ତେ ମନୋନୀତ ହୋଇଛନ୍ତି । ସେ ଉଭୟ ସିଙ୍ଗଲ୍‌ସ ଏବଂ ଡବଲ୍ସରେ ଖେଳିବେ ।
“ମୁଁ ସିନିୟର ଷ୍ଟେଟ୍ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାରୁ ଖୁବ ଉତ୍ସାହିତ ଅଛି ଓ ଭଲ ପ୍ରଦର୍ଶନ ନିମନ୍ତେ ଖୁବ୍ ଆଶାବାଦୀ ଅଛି” ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 14 =