ଜାତୀୟ

ଚମୋଲି ଟନେଲ୍ ରେ ବଡ଼ ଅଘଟଣ: ୭ ଶ୍ରମିକ ମୃତ

ଉତ୍ତରାଖଣ୍ଡ ଚମୋଲି ଟନେଲ୍ ରେ ବଡ଼ ଅଘଟଣ। ମାଟି ଓ ପାଣି ପଶିବାରୁ ଫସିଗଲେ ଶ୍ରମିକ। ଉତ୍ତରାଖଣ୍ଡର ଚାମୋଲିରେ ନିର୍ମାଣଧୀନ ଜଳବିଦ୍ୟୁତ ସୁଡ଼ଙ୍ଗ ଭିତରକୁ ହଠାତ୍ ପାଣି ଏବଂ ମାଟି-ପଥର ପଶିଯିବା ଯୋଗୁଁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଥିବା THDCର ନିର୍ମାଣାଧୀନ ଟନେଲରେ ବଡ଼ ଅଘଟଣ ଘଟିଛି। ଟନେଲ୍ ଭିତରକୁ ହଠାତ୍ ପାଣି ଓ ମାଟି-ପଥର ପଶିଯିବା ପରେ ଅନେକ ଶ୍ରମିକ ଭିତରେ ଫସି ଯାଇଥିଲେ। ବିଷ୍ଣୁଗଡ଼-ପିପଲକୋଟି ଜଳ ବିଦ୍ୟୁତ ପ୍ରକଳ୍ପର ଏକ ନିର୍ମାଣାଧୀନ ଟନେଲରେ ଅଘଟଣ ଘଟିଛି।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ ଟନେଲ୍ ଭିତରେ ହଠାତ୍ ପାଣିର ସ୍ତର ବଢ଼ିବା ସହ ମାଟି ଓ ଅନ୍ୟାନ୍ୟ ଆବର୍ଜନା ପଶିଯାଇଥିଲା। ୧୦ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ୧୦ ଜଣଙ୍କୁଉଦ୍ଧାର କରାଯିବା ସହ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଥିବା ଚମୋଲି ଜିଲ୍ଲାପାଳ ଗୌରବ କୁମାର ନିଶ୍ଚିତ କରିଛନ୍ତି। ଫସିଥିବା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି।NDRF ସମେତ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଘଟଣାର ସୂଚନା ନେଇଛନ୍ତି। ଟନେଲ୍ ଭିତରେ ଫସିଥିବା ପ୍ରତ୍ୟେକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ପ୍ରଶାସନର ପ୍ରାଥମିକତା ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

4 + five =