କଂଗ୍ରେସରେ ପ୍ରାର୍ଥୀ ଚୟନକୁ ନେଇ କଂପନ

ରାଜ୍ୟରେ କେଉଁ ଆସନରେ କାହାକୁ ଟିକେଟ ଦେବ କଂଗ୍ରେସ ? ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ନେଇ ଦିଲ୍ଲୀରେ ଓଡ଼ିଶା ପାଇଁ ମାରାଥନ ବୈଠକ ହୋଇଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୫ ତାରିଖ ରହିଛି । ହାତରେ ମାତ୍ର ଆଉ କିଛି ଦିନ ବାକି ଥିବାରୁ ପ୍ରଥମ ପର୍ୟ୍ୟାୟ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିବା ବୈଠକରେ ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ ମାଝୀ, ଓ କଳାହାଣ୍ଡିରୁ ଭକ୍ତ ଦାସ ନିର୍ବାଚନ ଲଢିବେ । ସେହିପରି କୋରାପୁଟର ସପ୍ତଗିରି ଇଲାକା ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ନାଁ ଉପରେ ମୋହର ବାଜିଛି ବୋଲି ସୂଚନା ମିଳିଛି । ସେପଟେ ସୁନ୍ଦରଗଡରୁ ଜର୍ଜ ତିର୍କୀଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିପାରେ ।

ଓଡିଶା ରାଜନୀତରେ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ଅଗ୍ନୀପରୀକ୍ଷାର ବେଳ । କାରଣ ୨୦୦୦ ମହିସାରେ କଂଗ୍ରେସ କ୍ଷମତାରୁ ଯିବା ପରେ ଆଉ କ୍ଷମତାକୁ ଫେରିବ କଣ, ସେବେଠାରୁ ଦେଶର ଏହି ସବୁଠାରୁ ପୁରୁଣା ଦଳର ଲୋକପ୍ରିୟତା ଖସିବାରେ ଲାଗିଛି । ତେଣୁ ଏଥିର ପ୍ରାର୍ଥୀ ଚୟନକୁ ବେଶ୍ ଗୁରୁତ୍ୱ ଦେଉଛି ଦଳ ।

Share

Leave a Reply

Your email address will not be published. Required fields are marked *

5 × one =