ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନ

ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ଗଶେଶ୍ୱର ପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାମକୁ ଭିତ୍ତି କରି ପାଟପୁର ଥାନା ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାସ(୬୦)ଙ୍କୁ ଜଜ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଅଭିଯୁକ୍ତ ମୃତ୍ୟୁଞ୍ଜୟଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ଦୁଇ ମାସର ଦଣ୍ଡାଦେଶର ଶୁଣାଣି କରିଛନ୍ତି । ଏହି ମାମଲାର ବିଚାର ବେଳେ ମୋଟ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।

ଅନ୍ୟପକ୍ଷରେ ପୀଡିତା ନାବାଳିକାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଓଡ଼ିଶା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୯ ଡିସେମ୍ବର ୮ ତାରିଖରେ ଗାଁ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିର ପରିସରରେ ନାବାଳିକାଙ୍କୁ ଏକାକୀ ଦେଖି ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାସ ପ୍ରୋଲୋଭିତ କରି ସାଇକେଲରେ ନେଇ ଯାଇ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ । ପରେ ପିଡ଼ିତା ଜଣଙ୍କ ଏନେଇ ତାଙ୍କ ମା’ଙ୍କୁ ସବୁକଥା କହିଥିଲେ । ପୀଡ଼ିତା’ଙ୍କ ମା’ ଏ ନେଇ ପାଟପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ କେସ୍ ନଂ ୨୬୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଅଭିଯୁକ୍ତ ଜଣଙ୍କ ଗିରଫ ପର ଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀଭାବରେ ରହିଛନ୍ତି ।

ଏହି ମାମଲାରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ ତଥା ପୁଲିସ ଏସ୍‌ଆଇ ଶୁଭ୍ରଜିତ ସାମନ୍ତରାୟ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଏହା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ମୃତ୍ୟୁଞ୍ଜୟଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମୋହନ ସିଂହାରୀ ମକଦ୍ଦମା ପରିଚାଳନା କରୁଥିଲେ ।

Share

Leave a Reply

Your email address will not be published. Required fields are marked *

eight + 14 =