ସଡକ ପରିବହନର ନୂଆ ନିୟମ

ଯଦି ଆପଣ ମୋବାଇଲ ଆପ ଜରିଆରେ କ୍ୟାବ୍ ବୁକ୍ କରିଛନ୍ତି ଏବଂ ଶେଷ ମୁହୂର୍ତରେ ହିଁ କ୍ୟାବ୍ ଡ୍ରାଇବର ଆସିବାକୁ ମନା କରିଦିଏ ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଯଦି ଏଭଳି ହୁଏ ତେବେ କଂପାନୀ ଆପଣଙ୍କୁ କ୍ଷତିପୂରଣ ଦେବ । ଆଉ ସେ ବି ପୁଣି ନଗଦ ୨୫ ହଜାର ଟଙ୍କା । ତେବେ ଏଭଳି ନିୟମ ଖୁବ୍ ଶୀଘ୍ର କାର‌୍ୟ୍ୟକାରୀ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ଏହି ନୂଆ ନିୟମ ଅନୁସାରେ, ଏଭଳି କରିବା ଦ୍ୱାରା କ୍ୟାବ୍ କଂପାନୀ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରାଯିବ ।
ସୂଚନା ମୁତାବକ, ଏଭଳି ଏକ ନୂଆ ନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିଓାଲଙ୍କ ଏହି ନୂଆ ନୀତି ଅନୁସାରେ, ଯଦି କୌଣସି ଯାତ୍ରୀ ଦୁର୍ବ୍ୟବହାର କିମ୍ବା ଡ୍ରାଇଭରର ଖରାପ ବ୍ୟବହାର ନେଇ ଅଭିଯୋଗ କରନ୍ତି ତେବେ ତାଙ୍କ ଅଭିଯୋଗକୁ ଏଗ୍ରିଗେଟରଙ୍କୁ ପୁଲସିରେ ଦାଖଲ କରିବାକୁ ପଡିବ । ଯଦି ସେ ଏଭଳି କରିବାରେ ଅସଫଳ ହୁଅନ୍ତି ତେବେ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗିବ ।ଏହି ନିୟମ ଲାଇସେନ୍ସିଂ ଆଣ୍ଡ ରେଗୁଲେସନ ଆପ୍ ବେସଡ ଏଗ୍ରିଗେଟର ରୁଲ ୨୦୧୭ ଏବଂ ସିଟି ଟ୍ୟାକ୍ସି ସ୍କିମ୍ ୨୦୧୭ ପିଡବ୍ଲୁଡି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଉଛି । ତେବେ କ୍ୟାବିନେଟ ମୋହର ଲାଗିବା ପରେ ଏହି ନିୟମକୁ ସାରା ସହଜରେ ଲାଗୁ କରିଦିଆଯିବ ।

Share

Leave a Reply

Your email address will not be published. Required fields are marked *

9 − four =