ଶିକ୍ଷାକୁ ବ୍ୟବସାୟୀକରଣ କରାଯାଇ ପାରିବ ନାହିଁ ; ସୁପ୍ରିମକୋର୍ଟ

ଶିକ୍ଷା ଲାଭ ବା ଶିକ୍ଷା ଦାନ ଏକ ବ୍ୟବସାୟ ନୁହେଁ।ତେଣୁ ଟ୍ୟୁସନ ଫି ସର୍ବଦା ଶସ୍ତା ହେବା ଉଚିତ୍।ଏକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀରେ ଏହା କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଆନ୍ଧ୍ର ପ୍ରଦେଶ ସରକାର ପ୍ରତି ବର୍ଷ ୨୪ ଲକ୍ଷ ଟଙ୍କା ଟ୍ୟୁସନ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ , ଯାହା ନିର୍ଦ୍ଧାରିତ ଫିଠୁ ସାତ ଗୁଣ ଅଧିକ ଥିଲା। ପରେ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଥିଲେ। ଏବେ ବିଚାରପତି ଏମଆର ଶାହ ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ସୋମବାର ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ବଳବତ୍ତର ରଖିଛନ୍ତି।
ଆନ୍ଧ୍ର ପ୍ରଦେଶ ସରକାର ୨୦୧୭ ସେପ୍ଟେମ୍ବର ୬ରେ ନିଜର ସରକାରୀ ଆଦେଶରେ ଏମବିବିଏସ ଛାତ୍ରଙ୍କ ଟ୍ୟୁସନ ଫି ବୃଦ୍ଧି କରିଥିଲେ। ଆଜି ମାମଲାରେ ଶୁଣାଣି ସମୟରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିବା ସଠିକ୍ ନିଷ୍ପତ୍ତି। ପୂର୍ବରୁ ସ୍ଥିରିକୃତ ଫିଠୁ ସାତ ଗୁଣା ଅଧିକ ଅର୍ଥାତ ୨୪ ଲକ୍ଷ ଟଙ୍କା ଟ୍ୟୁସନ ଫି ବୃଦ୍ଧି କରାଯିବା କଦାପି ଗ୍ରହଣୀୟ ନୁହେଁ। ଶିକ୍ଷାକୁ ବ୍ୟବସାୟ କରାଯାଇ ପାରିବ ନାହିଁ।

Share

Leave a Reply

Your email address will not be published. Required fields are marked *

14 + twenty =