ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ଦେବଗଡରେ ପ୍ରତିଷ୍ଠା ସମାରୋହ

ଦେବଗଡ଼ ଜିଲ୍ଲାର ସୁଲିଆପଦା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ରେ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ସର୍କିଟ ହାଉସ ରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମ ରେ ଅତିଥି ମାନଙ୍କୁ ସଭା ସ୍ଥଳକୁ ନିଆଯାଇଥିଲା। ବରିଷ୍ଠ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଗଠନ ଆହୁରି କ୍ରିୟାଶୀଳ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା କିପରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇବାର ବିଜେଡିର ପ୍ରତିଟି ସକ୍ରିୟ କର୍ମୀ କାର୍ଯ୍ୟ କରିବାର ଆବଶ୍ୟକ ଅଛି ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ।

ପର୍ଯ୍ୟବେକ୍ଷକ ତଥା ମାନ୍ୟବର ବିଧାୟକ ସୁଶାନ୍ତ ସିଂ ଦେବଗଡ଼ ଜିଲ୍ଲା ରେ ଆଗାମୀ ଦିନରେ ବିଜୁ ଜନତା ଦଳ ଉଭୟ ବିଧାନସଭା ଏବଂ ସଂସଦୀୟ କ୍ଷେତ୍ର ଉଭୟ ବିଜେଡ଼ି ଅକ୍ତିଆର କରିବ ବୋଲି ପ୍ରକାଶ କରିଥିଲେ। ପୂର୍ବତନ ଯୁବ ବିଜେଡ଼ିର ରାଜ୍ଯ କାର୍ଯ୍ୟକାରୀ ସଭାପତି ତଥା କେନ୍ଦୁପତ୍ର କର୍ମଚାରୀ କଲ୍ୟାଣ ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ଓ ଯୁବ ସମାଜ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ବିଜେଡ଼ି ଯୁବ ନେତା ଅଶ୍ଵିନୀ ତ୍ରିପାଠୀ ଦେବଗଡ଼ ଜିଲ୍ଲାର ବିକାଶ କେବଳ ବିଜେଡ଼ି ଦ୍ଵାରା ସମ୍ଭବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌସିକ ପ୍ରଧାନ, ମୁନିସିପାଲଟି ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭୂପେନ୍ଦ୍ର ନାୟକ, ଛାତ୍ର ବିଜେଡ଼ି ଜୋନ ସଭାପତି ମିଳନ ହୋତା, ବିଜେଡ଼ି ନେତା ରାଜ କିଶୋର ଦାସ, ଯୁବ ବିଜେଡ଼ି ଜୋନ ସମ୍ପାଦକ ପ୍ରତାପ ଶର୍ମା (ବାପି), ମଧୁସୂଦନ ପ୍ରଧାନ, ପୁଷ୍ପାଞ୍ଜଳି ପାତ୍ର, ବିଭୂତି ଗଙ୍ଗଦେବ, ଚିତ ରଞ୍ଜନ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ସତ୍ୟନାରୟଣ ପାଣି, ବାବୁଲାଲ ପୃଷେଠ, ସୁଜିତ୍ ପ୍ରଧାନ, ହିରଧର ପ୍ରଧାନ, ଆରୁଣି ପ୍ରଧାନ, ଶଙ୍କର ମହାପାତ୍ର, ବୈକୁଣ୍ଠ ପାଇକରାୟ, ପ୍ରତାପ ଦେବ, ଭବାନୀ ଶଙ୍କର ସାହୁ, ଶୁକଦେବ ଭଞ୍ଜ, ବିକାଶ ପ୍ରଧାନ , ଆଲୋକ ଅମାତ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

five × two =