Latestଜାତୀୟ

ଏବେ ମାଗଣାରେ କରିପାରିବେ ବିମାନ ଯାତ୍ରା

ସାରା ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଉଛି। ସରକାରଙ୍କଠାରୁ ଆରମ୍ଭ କରି ରେଲେଓ୍ଵ ଏବଂ ବ୍ୟାଙ୍କ, ସମସ୍ତଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ରିହାତି ମିଳୁଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ସୁବିଧା ବିଷୟରେ କହିବୁ, ଯାହା ଅଧୀନରେ ଏବେ ବରିଷ୍ଠ ନାଗରିକମାନେ ମାଗଣାରେ ବିମାନ ଯାତ୍ରା କରିପାରିବେ। ରେଲେଓ୍ଵ ତରଫରୁ ରିହାତି ସୁବିଧା ପରେ ବର୍ତ୍ତମାନ ବିମାନରେ ମାଗଣା ଯାତ୍ରାର ସୁବିଧା ଉପଲବ୍ଧ ହେବ।

କହି ରଖୁଛୁ, କେନ୍ଦ୍ର ସହିତ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଅନେକ ପ୍ରକାରର ସୁବିଧା ସୁଯୋଗ ମିଳୁଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରିଷ୍ଠ ନାଗରିକଙ୍କ ପାଇଁ ଖାସ୍‌ ସୁବିଧା ଆରମ୍ଭ କରିଛନ୍ତି, ଯେଉଁଥିରେ ସେମାନଙ୍କୁ ବିମାନ ଯାତ୍ରା କରିବାର ସୁବିଧା ମିଳିପାରିବ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେବାକୁ ଯାଇ କହିଛନ୍ତି ଯେ ରାଜ୍ୟର ବରିଷ୍ଠ ନାଗରିକମାନଙ୍କ ପାଖରେ ଆଗାମୀ ମାସଠାରୁ ବିମାନରେ ତୀର୍ଥ ଭ୍ରମଣ କରିବାର ବିକଳ୍ପ ରହିବ। ସିଏମ୍‌ ଭିଣ୍ଡରେ ସନ୍ଥ ରବିଦାସଙ୍କ ଜୟନ୍ତୀ ଏବଂ ଚମ୍ବଲ ଡିଭିଜନର ବିକାଶ ଯାତ୍ରାର ଶୁଭାରମ୍ଭ ଅବସରରେ ଏହି ଘୋଷଣା କରିଛନ୍ତି।

ସୂଚନାଥାଉ କି, ଏହି ତୀର୍ଥ ଯାତ୍ରା ଯୋଜନାରେ ଅନେକ ସ୍ଥାନକୁ ସାମିଲ କରାଯାଇଛି। ଏଥିରେ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ଅଧୀନରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଖର୍ଚ୍ଚରେ ତୀର୍ଥ ଭ୍ରମଣର ସୁବିଧା ମିଳିବ।

Share

Leave a Reply

Your email address will not be published. Required fields are marked *

9 − six =