ଆଉ ଏକ ପ୍ରାକୃତିକ ଉପଗ୍ରହ ଠାବ

ସୌରମଣ୍ଡଳ ବାହାରେ ପ୍ରଥମଥର ଠାବ କରାଯାଇଛି ଏକ ଚନ୍ଦ୍ର ଭଳି ବିଶାଳ ଉପଗ୍ରହ । ଆମେରିକାର ଜ୍ୟୋତିର୍ବିଜ୍ଞାନୀଙ୍କ ହାତରେ ଲାଗିଛି ବଡ଼ ସଫଳତା । ନେପଚୁନ୍ ଉପଗ୍ରହ ଭଳି ଏହି ପ୍ରାକୃତିକ ଚନ୍ଦ୍ର ଉପଗ୍ରହଟିର ଆକାର ବିଶାଳ ବୋଲି ଜ୍ୟୋତିର୍ବିଜ୍ଞାନୀଙ୍କମାନେ ଦାବି କରିଛନ୍ତି । ବିଗତ କେତେ ଦଶନ୍ଧି ଧରି ସୌରମଣ୍ଡଳ ବାହାରେ ଶତାଧିକ ଗ୍ରହ ଠାବ କରାଯାଇଥିଲା । ହେଲେ ପ୍ରଥମଥର ଚନ୍ଦ୍ର ଭଳି କୌଣସି ଏକ ପ୍ରାକୃତିକ ଉପଗ୍ରହ ଖୋଜି ବାହାର କରାଯାଇଛି । ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା)ର କେପଲର ଏବଂ ହୁବଲି ମହାକାଶ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଏହି ନୂଆ ଚନ୍ଦ୍ରକୁ ଖୋଜି ବାହାର କରାଯାଇଛି ବୋଲି କଲମ୍ବିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହି ଚନ୍ଦ୍ରଟି ପୃଥିବୀଠାରୁ ୮,୦୦୦ ଆଲୋକ ବର୍ଷ ଦୂରରେ ରହିଛି ଓ ଏହା ଏକ ବାଷ୍ପିୟ ଗ୍ରହ ବା ଗ୍ୟାସିୟ ପ୍ଲାନେଟ୍ କୁ ପରିକ୍ରମା କରୁଛି। ପ୍ରକାଶିତ ରିପୋର୍ଟ ଅନୁସାରେ ଆକାରକୁ ନେଇ ନୂତନ ଚନ୍ଦ୍ରଟି ଅତି ବିଚିତ୍ର ମନେ ହେଉଛି ଓ ଏହା ଆକାର ପୃଥିବୀଠାରୁ ବଡ଼ ନେପଚୁନ୍ ସମକକ୍ଷ ହେବ ବୋଲି ମନେ କରାଯାଉଛି। ଆମେରିକା କଲମ୍ବିଆ ଗବେଷକଙ୍କ କହିବା ଅନୁସାରେ ଆମ ସୌରମଣ୍ଡଳରେ ପାଖାପାଖି ୧୮୦ଟି ଚନ୍ଦ୍ର ଅଛନ୍ତି। କିନ୍ତୁ କୌଣସି ବି ଚନ୍ଦ୍ର ଆକାରରେ ଏତେ ବଡ଼ ନୁହନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପକ ଡେଭିଡ଼ କୋପିଂଙ୍କ ଅନୁସାରେ ପ୍ରଥମ ଥର ସୌରମଣ୍ଡଳ ବାହାରେ ଚନ୍ଦ୍ର ଥିବାର ଅନୁସନ୍ଧାନ କରାଯାଇଛି। ତେବେ ଆମ ସୌରମଣ୍ଡଳର ସବୁଠୁ ବଡ଼ ଚନ୍ଦ୍ର ହେଲା ଗେନିମେଡ । ଏହା ବୃହସ୍ପତି ଗ୍ରହକୁ ପରିକ୍ରମା କରିଥାଏ ଓ ଏହାର ବ୍ୟାସ ପ୍ରାୟ ୫,୨୬୯ କଲୋମିଟର ଅଟେ ।ଅନ୍ୟପଟେ କେପଲର-୧୬୨୫ ଆକାରରେ ଆମ ସୂର‌୍ୟ୍ୟ ଭଳି ସମାନ ଏକ ସୂର‌୍ୟ୍ୟର ପରିକ୍ରମା କରୁଛି । ନୂତନ ଭାବେ ଆବିଷ୍କୃତ ଚନ୍ଦ୍ରଟି ପାଖାପାଖି ୩୦ ଲକ୍ଷ କିଲୋମିଟର ଦୂରରେ ନିଜ ଗ୍ରହକୁ ପରିକ୍ରମା କରୁଛି । ଏହି ଚନ୍ଦ୍ର ଆକାରରେ ନିଜ ମୂଳଗ୍ରହର ମାତ୍ର ୧.୫% ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେବେ ଜ୍ୟୋତିର୍ବିଜ୍ଞାନୀଙ୍କ ଏଭଳି ସନ୍ଧାନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

19 − 8 =