୫୦ ଦିନ ଲାଗିଥିଲା ନତାଶା ଙ୍କ ଡେର୍ସ

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍‌ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍ସ୍‌ ଡେ’ରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ କୋର୍ଟ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ପୁନର୍ବାର ବିବାହ କରି ଚର୍ଚ୍ଚରେ ଅଛନ୍ତି। ଫେବୃୟାରୀ ୧୪ରେ ଉଦୟପୁରରେ ଦୁହେଁ ବିବାହ କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ଦୁହେଁ ବିବାହ ସ୍ଥଳରେ ପହଞ୍ଚିବା ପରେ ନତାଶା ବହୁତ ସୁନ୍ଦର ଦେଖାଯାଉଥିଲେ ଏବଂ ହାର୍ଦ୍ଦିକ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସମୟରେ, ନତାଶା ଡିଜାଇନର୍‌ ଶାନ୍ତନୁ ଏବଂ ନିଖିଲଙ୍କ ଦ୍ୱାରା ଏକ କଷ୍ଟମ ତିଆରି ବିବାହ ଗାଉନ୍‌ ପିନ୍ଧିଥିଲେ। ସେହିପରି ହାର୍ଦ୍ଦିକ ଏକ କଳା ଶୁଟ୍‌ରେ ସୁନ୍ଦର ଦେଖାଯାଉଥିଲେ। ତେବେ ନତାଶା ପିନ୍ଧିଥିବା ଗାଉନ୍‌ବହୁମୂଲ୍ୟ ପଥର ଏବଂ ପ୍ରିଷ୍ଟାଇନ ମୋତି ସହିତ ସଜାଯାଇଥିଲା। ଗାଉନର ଭିତର ସ୍କର୍ଟ ପାର୍ସୀ ସାଟିନ କପଡ଼ାରେ ତିଆରି ହୋଇଥିଲା। ଯାହାକୁ ତିଆରି କରିବାକୁ ୫୦ ଦିନ ଲାଗିଥିଲା।

Share

Leave a Reply

Your email address will not be published. Required fields are marked *

16 − 1 =