ମେରିଲ୍ ପକ୍ଷରୁ କ୍ରିକେଟ୍ ତାରକା ଏମ୍‌ଏସ୍ ଧୋନିଙ୍କୁ ନେଇ ନୂଆ ଅଭିଯାନ “ଟ୍ରିଟ୍‌ମେଂଟ୍ ଜରୁରୀ ହୈ’ର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ବିଶ୍ୱସ୍ତରୀୟ ଭାରତୀୟ ମେଡିକାଲ୍ କଂପାନି ମେରିଲ୍ ପକ୍ଷରୁୂ ୨୦୨୨ ସେପ୍ଟେମ୍ବରରେ ଏକ ଜନ ସଚେତନତା ଅଭିଯାନ “ଟ୍ରିଟ୍‌ମେଂଟ୍ ଜରୁରୀ ହୈ’ର ଶୁଭାରମ୍ଭ କରାଯାଇଛି ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଭାରତୀୟ ନାଗରିକମାନଙ୍କ ମଧ୍ୟରେ ଗଣ୍ଠି ଓ ହୃଦରୋଗ ଭଳି ରୋଗ ଉପରେ ଭରସାଯୋଗ୍ୟ ଓ ସାହାଯ୍ୟକାରୀ ସୂଚନା ପ୍ରଦାନ କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ଅଭିଯାନ ଜରିଆରେ କଂପାନି ରୋଗୀ, ଯତ୍ନ ନେଉଥିବା ବ୍ୟକ୍ତି ଓ ମେଡିକାଲ ମଧ୍ୟରେ ରହିଥିବା ଅନ୍ତର ଦୂର କରିବାକୁ ଚାହୁଛି ।
ବିଗତ ବର୍ଷଗୁଡ଼ିକରେ ଡିଜିଟାଲ୍‌, ସୋସିଆଲ ମିଡିଆ ଓ ମାଇକ୍ରୋ ଇନ୍‌ଫ୍ଲୁଏନ୍‌ସରମାନଙ୍କୁ ନେଇ କଂପାନି ଏହି ଅଭିଯାନର ପ୍ରଚାର ଜାରି ରଖିଥିଲା । ବର୍ତମାନ ସୁଦ୍ଧା ଏହି ଅଭିଯାନକୁ ସୋସିଆଲ ମିଡିଆରେ ୧୦ ନିୟୁତରୁ ଅଧିକ ଥର ଦେଖାଯାଇଛି ଏବଂ ୧୧ ମାସ ଭିତରେ ଛାପା ଓ ଟିଭି ଜରିଅ।।ରେ ଏହା ୨୦ ନିୟୁତରୁ ଅଧିକ ସୁଯୋଗ ସୃଷ୍ଟି କରିପାରିଛି ।
ଏହି ଅଭିଯାନରେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନି ଲୋକମାନଙ୍କୁ ଗଣ୍ଠି ଓ ହୃତପିଣ୍ଡର ଯତ୍ନ ନେବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ସବୁ ପ୍ରକାର ପ୍ଲାଟଫର୍ମକୁ ବ୍ୟବହାର କରି ଏହି ଅଭିଯାନର ପ୍ରଚାର କରାଯାଉଛି ଯେଉଁଥିରେ ଧୋନି ତାଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଜରିଆରେ “ଟ୍ରିଟ୍‌ମେଂଟ୍ ଜରୁରୀ ହୈ, ଔର ଆସାନ ଭି’ ବାର୍ତାର ପ୍ରଚାର କରୁଛନ୍ତି ।
ଏହି ଅବସରରେ ମେରିଲ୍‌ର ବରିଷ୍ଠ ଉପସଭାପତି ସଂଜୀବ ଭଟ୍ଟ କହିଛନ୍ତି ଯେ, “ସାରା ଦେଶ ଏବେ ସୁସ୍ଥକର ଜୀବନଯାପନ ଉପରେ ଧ୍ୟାନ ଦେଉଥିବା ବେଳେ ବୈଜ୍ଞାନିକ ପଦ୍ଧତିରେ ପ୍ରମାଣିତ ଦୃଷ୍ଟିକୋଣ ଜରିଆରେ ହୃତପିଣ୍ଡ ଓ ଗଣ୍ଠି ରୋଗ ଭଳି ଅଣସଂକ୍ରାମର ରୋଗର ପ୍ରତିରୋଧ ଓ ପରିଚାଳନାରେ ଲୋକମାନଙ୍କୁ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । “ଟ୍ରିଟ୍‌ମେଂଟ୍ ଜରୁରୀ ହୈ’ ଭଳି ଅଭିଯାନ ଜରିଆରେ ଲୋକମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି । ଅଧିକରରୁ ଅଧିକ ଲୋକଙ୍କ ପାଖରେ ପହଂଚିବା ଏବଂ ସେମାନଙ୍କୁ ସଠିକ୍ ସମୟରେ ନିଦାନ ଓ ଚିକିତ୍ସା କରାଇବା ଲାଗି ଆହ୍ୱାନ ଦେବା, “ଟ୍ରିଟ୍‌ମେଂଟ୍ ଜରୁରୀ ହୈ’ ସହିତ ଆମର ଲକ୍ଷ୍ୟ । ଆମେ ଏକ ସମନ୍ୱିତ ଦୃ୍‌ଷ୍ଟିକୋଣ ରଖିଛୁ ଯାହା ମାଧ୍ୟମରେ ଆମେ କେବଳ ରୋଗୀ (୪୦ ବର୍ଷରୁ ଅଧିକ)ଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କ ଯଥା ପିଲା, ନାତିନାତୁଣୀ ଯେଉଁମାନେ ଡିଜିଟାଲ୍ ସର୍ଭେ ମାଧ୍ୟମରେ ସେମାନଙ୍କ ପାଖରେ ପହଂଚିପାରିବୁ ।’’
ଏହି ଜାତୀୟ ଅସ୍ଥି ଓ ଗଣ୍ଠି ଦିବସରେ ଗଣ୍ଠି ଯନ୍ତ୍ରଣା ଉପରେ ଗୁରୁତ୍ୱ ଜରୁରୀ ହୋଇପଡ଼ିଛି । ବୟସ ବଢ଼ିବା ସହିତ, ବିଶେଷ କରି ବରିଷ୍ଠ ନାଗରିକଙ୍କଠାରେ ପ୍ରବଳ ଗଣ୍ଠି ଯନ୍ତ୍ରଣା କାରଣରୁ ସେମାନଙ୍କ ଚଂଚଳତା ଓ ବୁଲାବୁଲି ପ୍ରଭାବିତ ହୋଇଥାଏ, ଯାହା ସିଧାସଳଖ ଭାବେ ସେମାନଙ୍କ ଦୈନନ୍ଦୀନ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରୁଛି । ବୟସ ସମ୍ପର୍କିତ ସାଧାରଣ ଗଣ୍ଠି ଯନ୍ତ୍ରଣା ହେଉଛି ଓଷ୍ଟେଓଆଥରାଇଟିସ୍‌, ରୁମାଟୋଏଡ୍ ଆଥରାଇଟିସ୍ ଓ ଗଣ୍ଠିରେ ଆଘାତ ।
ଓଷ୍ଟେରୋଆର୍ଥରାଇଟିସ୍ (ଓଏ) ଏକ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ବିଶ୍ୱର କୋଟି କୋଟି ଲୋକ ପୀଡ଼ିତ । ଭାରତରେ ମୁଖ୍ୟତଃ ୫୦ ବର୍ଷ ବୟସରୁ ଅଧିକ ବର୍ଷର ପ୍ରାୟ ୧୫ କୋଟି ଲୋକ ପରିବାର ଇତିହାସ, ବୟସ ଜନିତ, ଶାରିରୀକ କାର୍ଯ୍ୟକଳାପର ଅଭାବ, ମେଦବହୁଳତା, ଜୀବନଶୈଳୀ ରୋଗ ଓ ପ୍ରଦାହଜନିତ ରୋଗ ଆଦି କାରଣରୁ ଏକ କିମ୍ବା ଏକାଧିକ ପ୍ରକାରର ଆଣ୍ଠୁ ସମସ୍ୟା ଭୋଗୁଛନ୍ତି । ପ୍ରତିବର୍ଷ ଭାରତରେ ୨.୫ ଲକ୍ଷ ଲୋକ ଆଣ୍ଠୁ ବଦଳାଇବା ଅସ୍ତ୍ରୋପଚାର କରୁଥିବା ସତ୍ୱେ ଲୋକମାନେ ଆଣ୍ଠୁ ପରିବର୍ତନ ଅସ୍ତ୍ରୋପଚାର କରିବା ଲାଗି ଭୟ କରୁଛନ୍ତି । ମାତ୍ର ମେଡିକାଲ୍ ପ୍ରଯୁକ୍ତିରେ ହୋଇଥିବା ଉନ୍ନତିି ଅଭିନବ ଚିକିତ୍ସା ବିକଳ୍ପ ଆଣିଛି, ଏଥିରେ ସାମିଲ ରହିଥିବା ରୋବୋଟିକ୍ ଗଣ୍ଠି ପରିବର୍ତନ ଯାହା ବାତ ପରିଚାଳନାରେ ଦୃଷ୍ଟିକୋଣରେ ବୈପ୍ଳବିକ ପରିବର୍ତନ ଆଣିଛି ।

Share

Leave a Reply

Your email address will not be published. Required fields are marked *

four + five =