ଟିପିଏନ୍‌ଓଡିଏଲ୍ ପକ୍ଷରୁ ମୌସୁମୀ ସମୟରେ ନିରାପଦ ରହିବା ପାଇଁ ବିଦ୍ୟୁତ ଗ୍ରାହକଙ୍କୁ ଆହ୍ୱାନ

ବାଲେଶ୍ୱର: ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ମୌସୁମୀ ବର୍ଷା ପ୍ରସ୍ତୁତି ଅଭିଯାନର ଅଂଶ ସ୍ୱରୂପ ବିଭିନ୍ନ ପ୍ରତ୍ୟକ୍ଷ ସୁରକ୍ଷା ପଦକ୍ଷେପ ଘୋଷଣା କରାଯାଇଛି । ମୌସୁମୀ ଋତୁରେ ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ କଂପାନି ଲକ୍ଷ୍ୟ ରଖିଥିବା ବେଳେ ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି ।
ସଚେତନ ଓ ଦାୟିତ୍ୱବାନ ଆଭିମୁଖ୍ୟ ଗ୍ରହଣ କରିବା ଲାଗି କଂପାନି ପକ୍ଷରୁ ବିଦ୍ୟୁତ ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି । ମୌସୁମୀ ଋତୁରେ ଦେଖାଦେଉଥିବା ବିଦ୍ୟୁତ ଜନିତ ଘଟଣାଗୁଡ଼ିକୁ ନଜରରେ ରଖି କଂପାନି ପକ୍ଷରୁ କେତେକ ସରଳ ପ୍ରତିଷେଧମୂଳକ ପଦକ୍ଷେପ ଘୋଷଣା କରାଯାଇଛି ଯାହା ଦ୍ୱାରା ଏହି ଋତୁରେ ବିଦ୍ୟୁତ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ।
ପ୍ରତ୍ୟକ୍ଷ ଭାବେ ପହଂଚିବା ଏବଂ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହିତ ଯେକୌଣସି ପ୍ରକାର ଅଭାବନୀୟ ଘଟଣାର ସୂଚନା ଦେବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ଏହାର ଗ୍ରାହକ ସେବା କେନ୍ଦ୍ରରେ ଉନ୍ନତି ଅଣାଯାଇଛି ।
ଉତ୍ସର୍ଗୀକୃତ ଚବିଶ ଘଂଟିଆ ଦେୟମୁକ୍ତ ହେଲ୍‌ପଲାଇନ୍ ନମ୍ବର ୧୯୧୨
ୱେବସାଇଟ୍‌: ଙ୍ଗଙ୍ଗଙ୍ଗ.ଗ୍ଧକ୍ଟ୍ରଦ୍ଭକ୍ଟୟକ୍ଷ.ମକ୍ଟଜ୍ଞ
ମାଇଁ ଟାଟା ପାୱାର ଆପ୍‌
ଗ୍ରାହକମାନଙ୍କ ସୁରକ୍ଷା ପ୍ରତି ରହିଥିବା ପ୍ରତିବଦ୍ଧତା ଅନୁସାରେ, ଟିପିଏନ୍‌ଓଡିଏଲ୍ ପକ୍ଷରୁ ମୌସୁମୀ ଋତୁ ପାଇଁ ନିମ୍ନଲିଖିତ ସାର୍ବଜନୀନ ମାର୍ଗଦର୍ଶିକା ଜାରି କରାଯାଇଛି:
କ’ଣ କରିବେ ଓ କ’ଣ କରିବେ ନାହିଁ
ଜଳମଗ୍ନ କିମ୍ବା ମିଟର କ୍ୟାବିନ୍‌ରେ ଲିକେଜ୍ ଭଳି ଘଟଣାରେ ମେନ୍ ସ୍ୱିଚ୍‌କୁ ବନ୍ଦ କରନ୍ତୁ । ଓୟାରିଂରେ ଯଦି କିଛି ପରିବର୍ତନ ହୋଇଥିବ, ତାହାକୁ ଭଲ ଭାବେ ଯାଂଚ କରନ୍ତୁ ଏବଂ ଜଣେ ଲାଇସେନ୍ସପ୍ରାପ୍ତ ବିଦ୍ୟୁତ କଂଟ୍ରାକ୍ଟରଙ୍କ ଜରିଆରେ ତାହାର ପରୀକ୍ଷା କରାନ୍ତୁ
ଘରେ ଟର୍ଚ ଓ ମହମବତୀ ରଖନ୍ତୁ । ସୁରକ୍ଷା ପାଇଁ ଯଦି ବିଦ୍ୟୁତ ବ୍ୟବସ୍ଥାକୁ ବନ୍ଦ କରିବାକୁ ପଡ଼େ ତେବେ ଟର୍ଚ ଓ ମହମବତୀ ହାତପାଆନ୍ତରେ ରହିଥିବା ଦରକାର ।
ଟ୍ରାଫିକ୍‌ରେ ଭଲ ଭାବେ ଦେଖାଯିବା ପାଇଁ ରିଫ୍ଲେକ୍ଟିଭ୍ ରେନ୍‌କୋଟ୍ ବ୍ୟବହାର କରନ୍ତୁ ଏବଂ ପାଖରେ ଛତା ରଖନ୍ତୁ
କୌଣସି ବିଦ୍ୟୁତ ବ୍ୟବସ୍ଥାକୁ ଓଦା ହାତରେ ସ୍ପର୍ଶ କରନ୍ତୁ ନାହିଁ
ଅନୁମୋଦିତ ଲୋଡ୍‌ଠାରୁ ଅଧିକ ବିଦ୍ୟୁତ ବ୍ୟବହାର କରନ୍ତୁ ନାହିଁ
ମିଟର୍‌୍‌, ଷ୍ଟ୍ରିଟ୍‌ଲାଇଟ୍ ଖୁଂଟ କିମ୍ବା ବଂଟନ ସ୍ତମ୍ଭରେ ଯଦି କୌଣସି ସ୍ପାର୍କ ଦେଖୁଛନ୍ତି ତେବେ ତାହାକୁ ସ୍ପର୍ଶ କରନ୍ତୁ ନାହିଁ, ଆପଣଙ୍କୁ ବିଦ୍ୟୁତ ଝଟ୍‌କା ଲାଗିପାରେ । ସହାୟତା ପାଇଁ ଆମ ୨୪ ଘଂଟିଆ ହେଲ୍‌ପଲାଇନ୍ ନମ୍ବର ୧୯୧୨କୁ କଲ୍ କରନ୍ତୁ
ପ୍ରବଳ ବେଗରେ ପବନ ବହିବା, ଘଡ଼ଘଡ଼ି ଓ ବଜ୍ରପାତ ସମୟରେ ଗଛ/ ଅସ୍ଥାୟୀ ଢାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
ମୌସୁମୀ ଋତୁରେ ତଳେ ପଡ଼ିଥିବା ବିଦ୍ୟୁତ ତାର ଉପରେ ଗାଡ଼ି ଚଲାନ୍ତୁ ନାହିଁ ।
ବିଦ୍ୟୁତ ଆପ୍ଲାଏନ୍‌ସେସ୍ ପାଣି ସଂସ୍ପର୍ଶରେ ଆସିଥିବା ଭଳି ମନେ ହେଲେ ତାହା ବ୍ୟବହାର ପାଇଁ ସୁରକ୍ଷିତ ବୋଲି ଜଣେ ପେସାଦାର ଘୋଷଣା ନକରିବା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ
ଘଡ଼ଘଡ଼ି ଓ ପ୍ରବଳ ବେଗରେ ପବନ ବହିବା ବେଳେ ଭିତରେ ରୁହନ୍ତୁ ଓ ଝରକାଠାରୁ ଦୂରେଇ ରୁହନ୍ତି, ତଳୁଆ ରୁହନ୍ତୁ, କେବଳ ଜରୁରୀକାଳୀନ ସ୍ଥିତିରେ ନିଜ ଫୋନ୍ ବ୍ୟବହାର କରନ୍ତୁ ଓ ବିଦ୍ୟୁତ ତାରକୁ ଆଦୌଁ ସ୍ପର୍ଶ କରନ୍ତୁ ନାହିଁ

Share

Leave a Reply

Your email address will not be published. Required fields are marked *

1 × three =