Business

ଶ୍ୟାମ ମେଟାଲିକ୍ସ ପକ୍ଷରୁ କାରଖାନା ପରିଚାଳନାରେ ୧୦୦ ଇଲେକ୍ଟ୍ରିକ ଯାନ ମୂତୟନ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଧାତବ ନିର୍ମାତା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ ପକ୍ଷରୁ ସ୍ଥାୟିତ୍ୱ ଓ ଡିକାର୍ବନାଇଜେସନ ଉଦ୍ୟମକୁ ସୁଦୃଢ଼ କରି ଏହାର କାରଖାନା ପରିସରରେ ଉଭୟ ହାଲୁକା ଓ ଭାରି ମୋଟର ବର୍ଗକୁ ନେଇ ୧୦୦ ଇଲେକ୍ଟ୍ରିକ ଯାନ (ଇଭି) ମୂତୟନ କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି କମ୍ପାନିର କାରଖାନା ପରିଚାଳନାରେ ସ୍ୱଚ୍ଛ ଗମନାଗମନର ପ୍ରସାର କରିବା ଏବଂ ସ୍ଥାୟିତ୍ୱ ଓ ଦାୟିତ୍ୱବାନ ବିନିର୍ମାଣ ପ୍ରତି ଗୁରୁତ୍ୱାରୋପ କରିବା।
ଉଭୟ ହାଲୁକା ଓ ଭାରି ଯାନକୁ ଏହାର ବିଭିନ୍ନ କାରଖାନାରେ ମୂତୟନ କରିବା ଶ୍ୟାମ ମେଟାଲିକ୍ସର ମୌଳିକ ପରିଚାଳନା ପ୍ରକ୍ରିୟାରେ ସମନ୍ୱିତ ସ୍ୱଚ୍ଛ ପ୍ରଯୁକ୍ତି ଉପରେ ରହିଥିବା ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ବାଣିଜ୍ୟିକ ଯାନରୁ ସବୁଜ ବିକଳ୍ପ ପର୍ଯ୍ୟନ୍ତ ଯୋଜନାବଦ୍ଧ ପରିବର୍ତ୍ତନ ସହିତ ଏହି ଅଭିଯାନ ଏକ ଅଧିକ ସ୍ଥାୟୀ ଗମାନଗମନ ବ୍ୟବସ୍ଥା ପ୍ରତି ଯୋଗଦାନ ଦେବ ଓ ଏଥି ସହିତ କମ୍ପାନିର ଦୀର୍ଘକାଳୀନ ଡିକାର୍ବନାଇଜେସନ ଲକ୍ଷ୍ୟ ଓ ଦାୟିତ୍ୱବାନ ଅଭିବୃଦ୍ଧିକୁ ସମର୍ଥନ କରିବା ଆଶା କରାଯାଉଛି।
ଏହି ଅଭିଯାନକୁ ବ୍ୟାପକ କରି କମ୍ପାନି ଏହାର ସମଗ୍ର କାରଖାନାରେ ବାଣିଜ୍ୟିକ ଯାନଗୁଡ଼ିକୁ ସବୁଜ ଯାନରେ ରୂପାନ୍ତରିତ କରିବାକୁ ଯୋଜନା ରଖିଛି ଯାହା ଏହାର ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ଗମନାଗମନ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ଏହି ରୋଡମ୍ୟାପ କମ୍ପାନିର ଉତ୍ପାଦନ କାରଖାନାରେ କମ୍ କାର୍ବନ ନିର୍ଗମନ ବିଶିଷ୍ଟ ପରିବହନ ସମାଧାନ ପ୍ରଚଳନ କରିବା ଓ ଏହାର ଦୀର୍ଘକାଳୀନ ଡିକାର୍ବନାଇଜେସନ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି।
ଏହି ଅଭିଯାନ ହେଉଛି ଶ୍ୟାମ ମେଟାଲିକ୍ସର ବ୍ୟାପକ ସ୍ଥାୟିତ୍ୱ ଓ ଡିକାର୍ବନାଇଜେସନ ଏଜେଣ୍ଡାର ଏକ ପ୍ରମୁଖ ଅଂଶ ଯାହା କାରଖାନାଗୁଡ଼ିକରେ ସମ୍ବଳ ଦକ୍ଷତା, ପରିଚାଳନା ସ୍ଥାୟିତ୍ୱ ଓ ପ୍ରଯୁକ୍ତି ଆଧାରିତ ସମାଧାନ ଉପରେ ଗୁରୁତ୍ୱାରୋପ କରୁଛି। ଏକ ବୃହତ ଧାତବ ନିର୍ମାତା ଭାବେ ଯେଉଁଠାରେ ଗମନାଗମନ, ଲଜିଷ୍ଟିକ୍ସ ଓ ଉପକରଣ ପରିବହନ କାରଖାନା ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଙ୍ଗ, ସେଠାରେ ଇଲେକ୍ଟ୍ରିକ ଓ ଅନ୍ୟାନ୍ୟ ସବୁଜ ଯାନର ଗ୍ରହଣୀୟତା ସ୍ଥାୟିତ୍ୱକୁ ଦୈନନ୍ଦୀନ ଶିଳ୍ପ ପ୍ରକ୍ରିୟାରେ ଯୋଡ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
କମ୍ପାନି ଡିକାର୍ବନାଇଜେସନ, ନିଜସ୍ୱ ଶକ୍ତି, ସମ୍ବଳ ଦକ୍ଷତା, ପ୍ରଯୁକ୍ତି ଗ୍ରହଣୀୟତା ଓ ଦାୟିତ୍ୱବାନ ବିନିର୍ମାଣ ଉପରେ ଗୁରୁତ୍ୱାରୋପ କରି ଏକ ସ୍ଥାୟିତ୍ୱ ଆଧାରିତ ଆଭିମୁଖ୍ୟ ଜାରି ରଖିଛି। ଇଭି ମୂତୟନ ସେହି ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରିଛି ଯାହା ପରିଚାଳନା ପରିବେଶ ସହ ସ୍ୱଚ୍ଛ ଗମନାଗମନକୁ ଯୋଡ଼ିଛି।

Share

Leave a Reply

Your email address will not be published. Required fields are marked *

eighteen + five =