ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି ଜିତିଲା ଦି ଆର୍ଥସଟ୍ ପ୍ରାଇଜ୍ ୨୦୨୬
ଭୁବନେଶ୍ୱର: ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଲିମିଟେଡ୍ (ଏମ୍ଏଲ୍ଏମ୍ଏମ୍ଏଲ୍) “କ୍ଲିନ ଆୱାର ଏୟାର’ ବର୍ଗରେ “ଦି ଆର୍ଥସଟ୍ ପ୍ରାଇଜ୍ ୨୦୨୬’ର ବିଜେତା ହୋଇଛି। ଇଲେକ୍ଟ୍ରିକ୍ ଦୂରଦୂରାନ୍ତ ଗମନାଗମନ ସୁବିଧା କିଭଳି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ସହ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିଥାଏ ତାହା କମ୍ପାନି ପ୍ରଦର୍ଶନ କରିଥିବାରୁ ଏହି ସ୍ୱୀକୃତି ପାଇଛି। ଇଲେକ୍ଟ୍ରିକ୍ କ୍ଷୁଦ୍ର ବାଣିଜ୍ୟିକ ଯାନ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବାରେ କମ୍ପାନିର ଉଦ୍ୟମକୁ ଏହି ପୁରସ୍କାର ସମ୍ମାନିତ କରିଛି।
ଏମ୍ଏଲ୍ଏମ୍ଏମ୍ଏଲ୍ ଭାରତରେ ୪,୦୦,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବାଣିଜ୍ୟିକ ଯାନ ବିକ୍ରି କରିଛି ଯାହା ୯ ବିଲିୟନ କିଲୋମିଟର ଯାତ୍ରା କରିଛି ଏବଂ ୧୮୫୦୦୦ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ସହାୟକ ହୋଇଛି। ଇଲେକ୍ଟ୍ରିକ ଯାନକୁ ପରିବର୍ତ୍ତନ ଦ୍ୱାରା କିଭଳି ପରିବେଶ ଲାଭ ସହିତ ଦୃଢ଼ ଅର୍ଥନୈତିକ ଲାଭ ମିଳିତ ହୋଇଥାଏ ତାହାକୁ କମ୍ପାନିର ଅଭିଜ୍ଞତା ପ୍ରଦର୍ଶିତ କରିଛି।
ଆର୍ଥସଟ୍ ପୁରସ୍କାର ଅନୁଦାନ ଭାବେ ମିଳିବାକୁ ଥିବା ୧ ନିୟୁତ ୟୁରୋକୁ କମ୍ପାନି ଦାତବ୍ୟ ଅନୁଷ୍ଠାନଗୁଡ଼ିକ ସହଯୋଗରେ ମହିଳା ଚାଳକମାନଙ୍କୁ ତାଲିମ ପ୍ରଦାନ କରିବାରେ ବିନିଯୋଗ କରିବା, ସୁଲଭ ଫାଇନାନ୍ସ, ଚାର୍ଜିଂ ଭିତ୍ତିଭୂମିକୁ ଅନଗ୍ରସର ଅଂଚଳରେ ପହଂଚାଇବା ଓ ସାଥୀ ଆର୍ଥସଟ ଫାଇନାଲିଷ୍ଟ ମାନଙ୍କ ସହଯୋଗିତରେ ଅଧିକ ସମୁଦାୟ ନିକଟରେ ଇଲେକ୍ଟ୍ରିକ୍ ରିକ୍ସାକୁ ପହଂଚାଇବା ଦିଗରେ ବ୍ୟବହାର କରାଯିବ।
ମହିନ୍ଦ୍ରା ଗ୍ରୁପ୍ର ଗ୍ରୁପ୍ ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ଡ. ଅନିଶ ଶାହ କହିଛନ୍ତି ଯେ, “ଦି ଆର୍ଥସଟ୍ ପ୍ରାଇଜ୍ ଜିତିବା ଆମ ପାଇଁ ଏକ ବଡ଼ ସମ୍ମାନ। ଏହା ପ୍ରମାଣ କରୁଛି ଯେ ଉଦ୍ଦେଶ୍ୟକୁ କାର୍ଯ୍ୟରେ ପରିଣତ କରାଗଲେ କେତେ ବଡ଼ ପରିବର୍ତ୍ତନ ସମ୍ଭବ ହୋଇପାରେ। ଆମ ପୃଥିବୀ ପାଇଁ ସମାଧାନ ଖୋଜିବା ଓ ତାହାକୁ ଆଗକୁ ବଢ଼ାଇବା ଲାଗି ଏକ ମଂଚ ସୃଷ୍ଟି କରିଥିବା ପ୍ରିନ୍ସ ୱିଲିୟମ୍ଙ୍କ ଅଭିନବ ନେତୃତ୍ୱକୁ ଆମେ ପ୍ରଶଂସା କରୁଛୁ। ୧୯୪୫ରୁ ମହିନ୍ଦ୍ରା ଅନ୍ୟମାନଙ୍କୁ ଆଗକୁ ବଢ଼ିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହଯୋଗ କରିଆସୁଛି। ଏହି ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବାରେ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଭାରତରେ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଆମେ ଗର୍ବିତ। ଆଗକୁ ଏହି ସଫଳତାକୁ ଆହୁରି ବ୍ୟାପକ କରିବାକୁ ଆମେ ଉତ୍ସାହିତ।”
ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଲିମିଟେଡ୍ର ଅଧ୍ୟକ୍ଷ ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ଅଟୋ ଓ ଫାର୍ମ ସେକ୍ଟରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ରାଜେଶ ଜେଜୁରିକର କହିଛନ୍ତି ଯେ, “ଶେଷ ପର୍ଯ୍ୟାୟ ପରିବହନ ବ୍ୟବସ୍ଥା ପରିବେଶ ଓ ସମାଜ ଉପରେ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇପାରିବ। ମହିନ୍ଦ୍ରାର ୪ ଲକ୍ଷ ଇଲେକ୍ଟ୍ରିକ୍ ଯାନ ପ୍ରତିଦିନ ୪ ଲକ୍ଷ ଲୋକଙ୍କ ଜୀବିକାକୁ ସହାୟତା କରୁଛି। ଏହି ଯାନଗୁଡ଼ିକ ଅନେକ ଗ୍ରାହକଙ୍କ ପାଇଁ କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ରୋଜଗାରର ଏକ ମୁଖ୍ୟ ସାଧନ। ଏହା ସେମାନଙ୍କ ପରିବାର ଚଳାଇବା ସହ ଛୋଟ ବ୍ୟବସାୟ ଓ ଆତ୍ମନିଯୁକ୍ତିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଦି ଆର୍ଥସଟ୍ ପ୍ରାଇଜ୍ର ବିଜେତା ଭାବେ ମନୋନୀତ ହେବା ଏଭଳି ଏକ ମଡେଲ୍କୁ ସ୍ୱୀକୃତି ଦେଇଛି, ଯେଉଁଥିରେ ସ୍ୱଚ୍ଛ ପରିବହନ, ଗ୍ରାହକଙ୍କ ଆର୍ôଥକ ସମୃଦ୍ଧି ଓ ବ୍ୟାପକ ବିକାଶ ଏକାଠି ସମ୍ଭବ ହୋଇପାରୁଛି। ଏହା ଆମର ବିଶ୍ୱାସକୁ ଆହୁରି ଦୃଢ଼ କରିଛି ଯେ ଭାରତରେ ସଫଳ ହୋଇଥିବା ଏଭଳି ସମାଧାନ ଅନ୍ୟ ଦେଶରେ ମଧ୍ୟ ଉପଯୋଗୀ ହୋଇପାରିବ।”
ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁମନ ମିଶ୍ର କହିଛନ୍ତି ଯେ, “ଦି ଆର୍ଥସଟ୍ ପ୍ରାଇଜ୍ ପକ୍ଷରୁ ଏହି ସ୍ୱୀକୃତି ପାଇ ଆମେ ଅତ୍ୟନ୍ତ ଗର୍ବିତ ଓ ଆନନ୍ଦିତ। ଏହା ଆମର ବିଶ୍ୱାସକୁ ଦୃଢ଼ କରିଛି ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ସହିତ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଉନ୍ନତି ଆସିବା ଆବଶ୍ୟକ। ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ଇଲେକ୍ଟ୍ରିକ୍ ଯାନ ସ୍ୱଚ୍ଛ ବାୟୁ, କମ୍ କାର୍ବନ୍ ନିର୍ଗମନ ଏବଂ ଦୂରଦୂରାନ୍ତ ପରିବହନ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ଉନ୍ନତ କରିବାରେ ସହାୟକ ହେଉଛି। ଇଲେକ୍ଟ୍ରିକ୍ ଯାନକୁ ଆର୍ôଥକ ଦୃଷ୍ଟିରୁ ଲାଭଦାୟକ ବିକଳ୍ପ କରି ଆମେ ପ୍ରମାଣ କରୁଛୁ ଯେ ପରିବେଶ ସୁରକ୍ଷା ଓ ଆର୍ôଥକ ପ୍ରଗତି ଏକାସାଙ୍ଗରେ ଆଗକୁ ବଢ଼ିପାରିବ। ଏହି ସ୍ୱୀକୃତି ଆମକୁ ଭାରତ ସମେତ ବିଶ୍ୱର ଅନ୍ୟ ବଜାରରେ ମଧ୍ୟ ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ବ୍ୟବସ୍ଥାର ପ୍ରସାରକୁ ଆହୁରି ତ୍ୱରାନ୍ୱିତ କରିବାକୁ ପ୍ରେରଣା ଦେବ।”
