Business

ମହିନ୍ଦ୍ରା ପକ୍ଷରୁ ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି ଉନ୍ମୋଚିତ: ଟର୍ବୋ ପାୱାର୍ ଏବଂ ଶ୍ରେଣୀ-ଅଗ୍ରଣୀ ଟର୍କ ସହିତ ପ୍ରାରମ୍ଭିକ ମୂଲ୍ୟ ୯.୯୯ ଲକ୍ଷ

  • ସିଏନ୍‌ଜି ଏବଂ ପେଟ୍ରୋଲ୍ ଉଭୟ ମୋଡ୍‌ରେ ୮୨ କିଲୋୱାଟ୍ ପାୱାର୍ ଏବଂ ଶ୍ରେଣୀ-ଅଗ୍ରଣୀ ୨୦୦ ଏନ୍‌ଏମ୍ ଟର୍କ ପ୍ରଦାନ କରୁଛି
  • ସେଗମେଣ୍ଟ-ପ୍ରଥମ ୧୦-ବାର୍ ସିଏନ୍‌ଜି ଇଞ୍ଜେକ୍ସନ୍ ପ୍ରେସର ସିଷ୍ଟମ୍ ଏବଂ ଅଣ୍ଡରଫ୍ଲୋର୍ ଟ୍ୱିନ୍‌-ସିଲିଣ୍ଡର ପ୍ୟାକେଜିଂର ଶୁଭାରମ୍ଭ
  • ସିଏନ୍‌ଜି ମୋଡ୍‌ରେ ମାତ୍ର ୪.୯ ସେକେଣ୍ଡରେ ୦-୬୦ କିଲୋମିଟର/ଘଣ୍ଟା ଗତି ହାସଲ ସହିତ ୨୪.୭ କିଲୋମିଟର/କିଲୋଗ୍ରାମ୍ ପ୍ରମାଣିତ ଦକ୍ଷତା
  • ସୁରକ୍ଷା ପ୍ୟାକେଜ୍‌ରେ ୬ଟି ଏୟାରବ୍ୟାଗ୍‌, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍ (ଇଏସ୍‌ସି), ଆଇଏସ୍‌ଓଏଫ୍‌ଆଇଏକ୍ସ ଏବଂ ଗ୍ୟାସ୍‌-ଲିକ୍ ଡିଟେକ୍ସନ୍ ସିଷ୍ଟମ୍ ସାମିଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏସ୍‌ୟୁଭି ନିର୍ମାତା ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଲିମିଟେଡ୍‌, ଆଜି ତାହାର ପ୍ରଥମ ମୁଖ୍ୟଧାରାର ସିଏନ୍‌ଜି ପାସେଞ୍ଜର ଭେହିକିଲ୍ ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜିର ଉନ୍ମୋଚନ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୯.୯୯ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍‌) ରଖାଯାଇଛି। ମହିନ୍ଦ୍ରାର ମୂଳ ଏସ୍‌ୟୁଭି ଡିଏନ୍‌ଏ ଉପରେ ଆଧାରିତ, ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି କୌଣସି ବୁଝାମଣା ନକରି ସିଏନ୍‌ଜି ସେଗମେଣ୍ଟକୁ ଚାଳନାର ରୋମାଞ୍ଚ ପ୍ରଦାନ କରେ। ୧.୨-ଲିଟର ଏମ୍‌ଷ୍ଟାଲିୟନ୍ ଟିସିଏମ୍‌ପିଏଫ୍‌ଆଇ ଟର୍ବୋଚାର୍ଜଡ୍ ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ, ଏହି ଗାଡ଼ି ସିଏନ୍‌ଜି ଏବଂ ପେଟ୍ରୋଲ୍ ଉଭୟ ମୋଡ୍‌ରେ ୮୨ କିଲୋୱାଟ୍ ପାୱାର୍ ଏବଂ ଶ୍ରେଣୀ-ଅଗ୍ରଣୀ ୨୦୦ ଏନ୍‌ଏମ୍ ଟର୍କ ପ୍ରଦାନ କରିଥାଏ। ଅପ୍ଟିମାଇଜ୍‌ଡ୍ ଟର୍ବୋଚାର୍ଜର୍ କ୍ୟାଲିବ୍ରେସନ୍ ଏବଂ ଇସିୟୁ ମ୍ୟାପିଂ ଚୟନ କରାଯାଇଥିବା ଇନ୍ଧନ ନିର୍ବିଶେଷରେ ସମାନ କାର୍ଯ୍ୟଦକ୍ଷତା ଏବଂ ଚାଳନା ଅନୁଭୂତି ସୁନିଶ୍ଚିତ କରୁଛି, ଯାହା ଗାଡ଼ିଟିକୁ ସିଏନ୍‌ଜି ମୋଡ୍‌ରେ ମାତ୍ର ୪.୯ ସେକେଣ୍ଡରେ ୦ ରୁ ୬୦ କିଲୋମିଟର/ଘଣ୍ଟା ଗତି ହାସଲ କରିବାରେ ସାହାଯ୍ୟ କରିବା ସହ ୨୪.୭ କିଲୋମିଟର/କିଲୋଗ୍ରାମ୍ ପ୍ରମାଣିତ ଇନ୍ଧନ ଦକ୍ଷତା ପ୍ରଦାନ କରିଥାଏ।
ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି କାର୍ଯ୍ୟଦକ୍ଷତା ଏବଂ ବ୍ୟାବହାରିକତା ଉଭୟକୁ ବୃଦ୍ଧି କରିବା ପାଇଁ ଉନ୍ନତ ସିଏନ୍‌ଜି ଇଞ୍ଜିନିୟରିଂର ବ୍ୟବହାର କରିଛି। ଏଥିରେ ସେଗମେଣ୍ଟ-ପ୍ରଥମ ୧୦-ବାର୍ ସିଏନ୍‌ଜି ଇଞ୍ଜେକ୍ସନ୍ ପ୍ରେସର ସିଷ୍ଟମ୍ ରହିଛି, ଯାହା ତୁରନ୍ତ ପ୍ରତିକ୍ରିୟାଶୀଳ କାର୍ଯ୍ୟଦକ୍ଷତା ପ୍ରଦାନ କରେ। ଏହା ସହିତ ସହଜ ମଲ୍ଟି-ଫୁଏଲ୍ ସୁବିଧା ରହିଛି, ଯାହା ସିଏନ୍‌ଜି କମିଗଲେ ସ୍ୱୟଂଚାଳିତ ଭାବରେ ପେଟ୍ରୋଲ୍‌କୁ ପରିବର୍ତ୍ତିତ ହୋଇଯାଏ। ସାଧାରଣତଃ ସିଏନ୍‌ଜି ଗାଡ଼ିଗୁଡ଼ିକରେ ଦେଖାଯାଉଥିବା ସ୍ଥାନର ଅଭାବକୁ ଦୂର କରିବା ପାଇଁ ମହିନ୍ଦ୍ରା ଲଗେଜ୍ ଏରିଆ ତଳେ ଏକ ଅଣ୍ଡରଫ୍ଲୋର୍ ଟ୍ୱିନ୍‌-ସିଲିଣ୍ଡର ଲେଆଉଟ୍ ବ୍ୟବହାର କରିଛି। ଏହି ଡିଜାଇନ୍ ୨୭୦ ଲିଟର ବ୍ୟବହାରଯୋଗ୍ୟ ବୁଟ୍ ସ୍ପେସ୍ ଏବଂ ଏକ ସମତଳ ଫ୍ଲୋର୍ ବଜାୟ ରଖିବା ସହ ସ୍ପେୟାର୍ ହୁଇଲ୍‌କୁ ଗାଡ଼ିର ନିମ୍ନଭାଗରେ ସୁରକ୍ଷିତ ଭାବରେ ରଖିଥାଏ।
ପ୍ରଥମ ଥର ପାଇଁ ଏସ୍‌ୟୁଭି କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହାକୁ ସହଜଲଭ୍ୟ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି ଏହାର ପ୍ରାରମ୍ଭିକ ଭାରିଏଣ୍ଟରୁ ହିଁ ୨୬.୦୩ ସେଣ୍ଟିମିଟର ଏଚ୍‌ଡି ଟଚ୍‌ସ୍କ୍ରିନ୍‌, କ୍ରୁଜ୍ କଣ୍ଟ୍ରୋଲ୍‌, ରିୟର୍ ଏସି ଭେଣ୍ଟ୍ ଏବଂ ୬୦:୪୦ ସ୍ପ୍ଲିଟ୍ ରିୟର୍ ସିଟ୍ ଭଳି ପ୍ରିମିୟମ୍ ଫିଚର୍ ସହିତ ଆସିଥାଏ। ଉଚ୍ଚ ଭାରିଏଣ୍ଟଗୁଡ଼ିକରେ ଟ୍ୱିନ୍ ୨୬.୦୩ ସେଣ୍ଟିମିଟର ସ୍କ୍ରିନ୍‌, ସ୍କାଇରୁଫ୍‌, ଡଲବି ଆଟମୋସ୍ ଅଡିଓ, ବ୍ଲାକ୍ ଲେଦରେଟ୍ ସିଟ୍‌, ବଡି-କଲର୍ଡ/ଗନ୍‌ମେଟାଲ୍ ଗ୍ରେ ଗ୍ରିଲ୍‌, ଡୁଆଲ୍‌-ଟୋନ୍ ରୁଫ୍ ଏବଂ ଆ୧ର୍୬ ବ୍ଲାକ୍ ଆଲୟ ହୁଇଲ୍ ଭଳି ଆକର୍ଷଣୀୟ ଫିଚର୍ସ ଦ୍ୱାରା ଚାଳନା ଅନୁଭୂତିକୁ ଆହୁରି ଉନ୍ନତ କରାଯାଇଛି। ସୁରକ୍ଷା କ୍ଷେତ୍ରରେ, ଗାଡ଼ିଟି ୫-ଷ୍ଟାର୍ ରୋଡ୍ ସେଫ୍ଟି ରେଟିଂ ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଏକ୍ସୟୁଭି ୩ଏକ୍ସଓ ପ୍ଲାଟଫର୍ମ ଉପରେ ଆଧାରିତ (ଯାହା ୫-ଷ୍ଟାର୍ ଭାରତ-ଏନ୍‌ସିଏପି ପ୍ରମାଣପତ୍ର ହାସଲ କରିସାରିଛି)। ଏହା ସମସ୍ତ ଭାରିଏଣ୍ଟରେ ୩୫ ରୁ ଅଧିକ ମାନକ ସୁରକ୍ଷା ଫିଚର୍ସ ପ୍ରଦାନ କରେ, ଯେଉଁଥିରେ ୬ଟି ଏୟାରବ୍ୟାଗ୍‌, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍ (ଇଏସ୍‌ସି), ଆଇଏସ୍‌ଓଏଫ୍‌ଆଇଏକ୍ସ ଚାଇଲ୍ଡ-ସିଟ୍ ମାଉଣ୍ଟ୍ ଏବଂ ଗ୍ୟାସ୍ ଲିକ୍ ହେଲେ ସ୍ୱୟଂଚାଳିତ ଭାବରେ ଇଞ୍ଜିନ୍‌କୁ ପେଟ୍ରୋଲ୍ ମୋଡ୍‌କୁ ପରିବର୍ତ୍ତନ କରୁଥିବା ସ୍ୱତନ୍ତ୍ର ସିଏନ୍‌ଜି ସୁରକ୍ଷା ପ୍ରଯୁକ୍ତିବିଦ୍ୟା ସାମିଲ ଅଛି।
ଏହି ଉନ୍ମୋଚନ ଅବସରରେ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ର ଅଟୋମୋଟିଭ୍ ବିଜନେସ୍ ପ୍ରେସିଡେଣ୍ଟ ଡ. ଭେଲୁସାମି ଆର୍ କହିଛନ୍ତି; “ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି ଏକ ସ୍ପଷ୍ଟ ପ୍ରତିବଦ୍ଧତା ସହିତ ଆସିଛି: ଯାହାର ସଂରଚନା ‘ଜିରୋ କମ୍ପ୍ରୋମାଇଜ୍‌”ଆଧାରରେ ବିନା କୌଣସି ଦିଗ ପ୍ରତି ସାଲିସ କରି ପ୍ରସ୍ତୁତ କରାଯାଇଛି। ଆଜିର ଗ୍ରାହକମାନେ ସିଏନ୍‌ଜି ର କମ୍ ଚାଳନା ଖର୍ଚ୍ଚ ସହିତ ଏକ ଏସ୍‌ୟୁଭି ର ଉତ୍ତମ ଉପସ୍ଥିତି, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଚାଳନା ଅନୁଭୂତି ଚାହାଁନ୍ତି। ଶ୍ରେଣୀ-ଅଗ୍ରଣୀ ଟର୍କ, ଟର୍ବୋଚାର୍ଜଡ୍ କାର୍ଯ୍ୟଦକ୍ଷତା ଏବଂ ପ୍ରଭାବଶାଳୀ ଦକ୍ଷତା ସହିତ, ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି, ସିଏନ୍‌ଜି ର ବ୍ୟାବହାରିକତା ଏବଂ ଏକ ଏସ୍‌ୟୁଭି ର ରୋମାଞ୍ଚକୁ ଏକାଠି ଆଣିଛି, ଯାହା ସିଏନ୍‌ଜି ଏସ୍‌ୟୁଭି ରୁ ଗ୍ରାହକଙ୍କ ଆଶା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରୁଛି।’
ଏହି ଲଞ୍ଚ୍ ଏକ୍ସୟୁଭି ୩ଏକ୍ସଓ ଲାଇନ୍‌ଅପ୍‌ରେ ଏକ ନୂତନ ମାଇଲଖୁଣ୍ଟ ଯୋଡ଼ିଛି, ଯାହା ୨.୫ ବର୍ଷରୁ କମ୍ ସମୟ ମଧ୍ୟରେ ୨.୫ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହାସଲ କରିସାରିଛି। ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜି ର ଟେଷ୍ଟ୍ ଡ୍ରାଇଭ୍ ଆଜି, ଅକ୍ଟୋବର ୧୫, ୨୦୨୬ ରୁ ଆରମ୍ଭ ହେଉଛି। ଅଧିକୃତ ମହିନ୍ଦ୍ରା ଡିଲରସିପ୍ ଏବଂ ଅନ୍‌ଲାଇନ୍‌ରେ (ବଙ୍କଗ୍ଧକ୍ଟ.ଜ୍ଞବଷସଦ୍ଭୟକ୍ସବ.ମକ୍ଟଜ୍ଞ)ବୁକିଂ ଏବଂ ଡେଲିଭରୀ ଅକ୍ଟୋବର ୨୦, ୨୦୨୬ ରୁ ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ।
ଏକ୍ସୟୁଭି ୩ଏକ୍ସଓ ଜେଡ୍‌ଏନ୍‌ଜିର ଭାରିଏଣ୍ଟ-ଅନୁସାରେ ଏକ୍ସ-ସୋ’ରୁମ୍ ମୂଲ୍ୟ ନିମ୍ନମତେ ସ୍ଥିର କରାଯାଇଛି: ଏମ୍‌ଏକ୍ସ ଏଜ୍ ଭାରିଏଣ୍ଟର ମୂଲ୍ୟ ୯.୯୯ ଲକ୍ଷ ଟଙ୍କା, ଆରଇଭିଏକ୍ସ ଏଜ୍ (ଓ) ଭାରିଏଣ୍ଟର ମୂଲ୍ୟ ୧୦.୭୯ ଲକ୍ଷ ଟଙ୍କା, ଏଏକ୍ସ୫ ଭାରିଏଣ୍ଟର ମୂଲ୍ୟ ୧୧.୧୯ ଲକ୍ଷ ଟଙ୍କା ଏବଂ ଆର୍ଇଭିଏକ୍ସ ଏ ଭାରିଏଣ୍ଟର ମୂଲ୍ୟ ୧୨.୨୭ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍‌) ରଖାଯାଇଛି।

Share

Leave a Reply

Your email address will not be published. Required fields are marked *

twelve − twelve =