ମନୋରଞ୍ଜନ

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ । ‘ମନ୍ନତ’ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା । କିଙ୍ଗ୍ ଖାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଫ୍ୟାନ୍ସଙ୍କ ଭିଡ଼, ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି । ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କ ଆଜି ଜନ୍ମଦିନ। ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍। ଜନ୍ମଦିନ ଅବସରରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଛି । ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଫ୍ୟାନ୍ସମାନେ ସେଠାରେ ଏକାଠି ହୋଇଛନ୍ତି। ପ୍ରଶଂସକଙ୍କ ସମାଗମକୁ ଦୃଷ୍ଟିରେ ରଖି ‘ମନ୍ନତ’ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜନ୍ମଦିନ ଅବସରରେ ଶାହରୁଖଙ୍କ ଗୋଟିଏ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି ତାଙ୍କ ପ୍ରଶଂସକ ।

ପ୍ରତିବର୍ଷ ନଭେମ୍ବର ୨ ତାରିଖ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଦେଶବିଦେଶରେ ଥିବା ଲକ୍ଷଲକ୍ଷ ଫ୍ୟାନ୍ସ ନିଜ ପ୍ରିୟ ତାରକାଙ୍କ ଜନ୍ମଦିନ ପାଳନ କରିଥାନ୍ତି । ମୁମ୍ବାଇର ବାନ୍ଦ୍ରାସ୍ଥିତ ‘ମନ୍ନତ’ ମଧ୍ୟ ପ୍ରଶଂସକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିଥାଏ । ୧୯୬୫ ମସିହା ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିବା ଶାହରୁଖ ଖାନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ପଠାନ୍’ ଓ ‘ଜୱାନ୍’ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ତାଙ୍କୁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଏବେ ଜନ୍ମଦିନରେ ଶାହରୁଖ ପ୍ରଶଂସକଙ୍କୁ ଦେଖାଦେବେ କି ନାହିଁ, ତାହାକୁ ନେଇ ଉତ୍ସାହ ରହିଛି ।

Share

Leave a Reply

Your email address will not be published. Required fields are marked *

two × 4 =