ଛାତ୍ର ସଂସଦ ନିର୍ବାଚନ: ଆଜି ଶେଷ ପ୍ରଚାର
ଛାତ୍ର ସଂସଦ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ । ଆଜି ଶେଷ ଦିନରେ ଆହୁରି ଜମିବ ପ୍ରଚାର । କଲେଜ କ୍ୟାମ୍ପସରେ ପୋଷ୍ଟର ୱାର୍, କ୍ଲାସ ରୁମରେ ଜୋରଦାର କ୍ୟାମ୍ପେନ । କ୍ୟାମ୍ପସରେ ପତିଆରା ପାଇଁ ଚାଲିଛି ଲଢ଼େଇ । ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ପରିସରରେ ତେଜିବାରେ ଲାଗିଛି ନିର୍ବାଚନୀ ମାହୋଲ । ପ୍ରାଥୀପତ୍ର ପ୍ରତ୍ୟାହାର ପରେ ଏବେ ବିଭିନ୍ନ ପଦ ପାଇଁ ୬ହଜାର ୮୯୧ ଜଣ ପ୍ରାର୍ଥୀ ପ୍ରଚାର ଜୋରଦାର କରିଛନ୍ତି ।
ସେହିପରି ୧୩ ବିଶ୍ବିଦ୍ୟାଳୟରେ ୩୮୫ ଜଣ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ନିର୍ବାଚନୀ ହିଂସା ପାଇଁ ରାଜ୍ୟରେ ୨୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି । କେଉଁଠି ବୋମାମାଡ଼ ତ ଆଉ କେଉଁଠି ଗୋଷ୍ଠୀ ସଂଘର୍ଷ । ନାମାଙ୍କନ ବିଜ୍ଞପ୍ତି, ଅଣଛାତ୍ର ପ୍ରବେଶକୁ ନେଇ ଉତ୍ତେଜନା ଆଉ ପୋଷ୍ଟର ମରାକୁ ନେି ମଧ୍ୟ ଉତ୍ତେଜନା ଦେଖାଦେଇଛି ।
ଆସନ୍ତାକାଲି ହ୍ବାଏ ଆଇ ଷ୍ଟାଣ୍ଡ ଫର ମିଟିଂ। ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ। ୧୬ରେ ଶପଥଗ୍ରହଣ ସମାରୋହ। ତେଣୁ ପ୍ରଚାର ମୈଦାନ ସରଗରମ ହେବାରେ ଲାଗିଛି । ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି ।

