Business

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ପେନ୍‌‌ସନ୍ ଫଣ୍ଡ୍ ବ୍ୟବସାୟର ଶୁଭାରମ୍ଭ

ପେନ୍‌‌ସନ୍ ଫଣ୍ଡ ବ୍ୟବସାୟରେ ପ୍ରବେଶ କରିବାରେ ଦ୍ୱିତୀୟ ରାଷ୍ଟ୍ରାୟତ ବ୍ୟାଙ୍କ୍‌; ଭିମ୍ ଆପରେ ତତ୍କାଳ ଏନ୍‌ପିଏସ୍ ର ଆରମ୍ଭ

ଭୁବନେଶ୍ୱର: ଏନ୍‌ପିଏସ୍ ଦିବସ ୨୦୨୬ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ପିଏଫଆରଡିଏ ଆଇନ ୨୦୧୩ର ଧାରା ୨୭ ଅଧୀନରେ ପେନ୍‌‌ସନ୍ ଫଣ୍ଡର ପ୍ରାୟୋଜକ ଭାବରେ ପିଏଫଆରଡିଏ ନିଯୁକ୍ତି ପ୍ରମାଣପତ୍ର ଗ୍ରହଣ କରିଛି। ଏହା ସହିତ ବ୍ୟାଙ୍କ୍ ଅଫ୍ ବରୋଦା ପେନ୍‌‌ସନ୍ ଫଣ୍ଡ୍ ବ୍ୟବସାୟରେ ପ୍ରବେଶ କରିବାରେ ଦ୍ୱିତୀୟ ରାଷ୍ଟ୍ରାୟତ ବ୍ୟାଙ୍କ୍ ହୋଇପାରିଛି, ଯାହା ଅବସର ଓ ଦୀର୍ଘକାଳୀନ ସଂଚୟ କ୍ଷେତ୍ରରେ ଏହାର ସମ୍ପ୍ରସାରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ପ୍ରମାଣପତ୍ର ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ସଂଜୟ ଲୋହିଆଙ୍କ ଦ୍ୱାରା ବ୍ୟାଙ୍କ୍ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଡକ୍ଟର ଦେବଦତ୍ତ ଚାନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଏଫଆରଡିଏ ଅଧ୍ୟକ୍ଷ ଶ୍ରୀ ଏସ୍ ରମଣ ଓ ଏନ୍‌ପିଏସ୍ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ଦିନେଶ କୁମାର ଖାରା ମଧ୍ୟ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ସମୟରେ, ତତ୍କାଳ ଏନପିଏସର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭର ଅଂଶ ସ୍ୱରୂପ ଭିମ୍ ଆପ୍ ରେ ତତ୍କାଳ ଏନପିଏସ ସାମିଲ କରିବାରେ ବ୍ୟାଙ୍କ୍ ପ୍ରଥମ କେତେକ ବ୍ୟାଙ୍କ୍ ମଧ୍ୟରୁ ଗୋଟିଏ ହୋଇପାରିଛି। ଭିମ୍ ଆପ୍ ସହିତ ତତ୍କାଳ ଏନ୍‌ପିଏସ୍‌ର ଏହି ସଂଯୋଜନା ଦ୍ୱାରା ଏନ୍‌ପିଏସ୍ ର ଉପଲବ୍ଧତା ଏବଂ ପହୁଞ୍ଚ ବହୁମାତ୍ରାରେ ବୃଦ୍ଧିପାଇବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ବ୍ୟାପକ ଭାବରେ ବ୍ୟବହୃତ ଭିମ୍ ପ୍ଲାଟ୍‌ଫର୍ମ ମାଧ୍ୟମରେ ସରଳ ଏବଂ ନିରବିଚ୍ଛିନ୍ନ ଡିଜିଟାଲ୍ ପଞ୍ଜୀକରଣ ସମ୍ଭବ ହୋଇପାରିବ।
ଏହି ଅବସରରେ ବ୍ୟାଙ୍କ୍ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଡକ୍ଟର ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ଆଜିର ଦିନରେ ବ୍ୟାଙ୍କ୍ ଅଫ୍ ବରୋଦା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟର ସ୍ଥାପନା ହୋଇଛି। କାରଣ ପେନ୍‌ସନ୍ ଫଣ୍ଡ ବ୍ୟବସାୟରେ ପ୍ରବେଶ କରିଥିବା ଦ୍ୱିତୀୟ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଆମେ ଏକ ନୂଆ ପଦକ୍ଷେପ ନେଇଛୁ। ଏହାସହିତ ଆମେ ଭିମ୍ ଆପ୍ ରେ ତତ୍‌କାଳ ଏନ୍‌ପିଏସ୍ ମଧ୍ୟ ପଞ୍ଜୀକୃତ କରିଛୁ। ଏହି ମାଇଲଖୁଣ୍ଟ, ଅବସରକାଳୀନ ଆର୍ôଥକ ସମାଧାନ ପ୍ରତି ଲୋକଙ୍କ ପହଞ୍ଚ ବୃଦ୍ଧି କରିବା ସହିତ, ପେନ୍‌ସନ୍ ସୁବିଧାକୁ ଦେଶର ଗ୍ରାହକମାନଙ୍କ ପାଇଁ ଅଧିକ ସୁଲଭ ଏବଂ ସୁବିଧାଜନକ କରିବା ନିମନ୍ତେ ଡିଜିଟାଲ୍ ନବସୃଜନକୁ ବ୍ୟବହାର କରିବା ପ୍ରତି ଆମର ସଂକଳ୍ପକୁ ଆହୁରି ଦୃଢ଼ କରିଛି। ଦେଶରେ ପେନ୍‌ସନ୍ ର ପ୍ରସାର ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଇଁ ଦୀର୍ଘ ମିଆଦୀ ଆର୍ôଥକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ଆମେ ନିରନ୍ତର ଗୁରତ୍ୱ ଦେଉଛୁ।”
ପିଏଫଆରଡିଏ ଦ୍ୱାରା ଆୟୋଜିତ ଏନପିଏସ ଦିବସ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‌, ସେଣ୍ଟ୍ରାଲ୍ ରେକର୍ଡ କିପିଂ ଏଜେନ୍ସି, ଏନପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡର ପ୍ରତିନିଧି ଓ ଆର୍ôଥକ ସେବା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଜାତୀୟ ପେନସନ୍ ପ୍ରଣାଳୀର ବିକାଶ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏକତ୍ରିତ କରିଥିଲା।

Share

Leave a Reply

Your email address will not be published. Required fields are marked *

eleven − seven =