ରାଜ୍ୟ

ଚାମେଲି ଓଝାଙ୍କ ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ

ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ାର ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ । ଗତ ଜୁନ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହିତ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗ ର ତଦନ୍ତ କରିବ କମିଶନ୍ ।  ଏଥିପାଇଁ ଏକ ୩ ଜଣିଆ ଟିମ୍ ଅକ୍ଟୋବର ୫ ରେ କେନ୍ଦ୍ରାପଡାରେ ପହଞ୍ଚିବେ ।

ଏନେଇ କମିଶନଙ୍କ ଦିଲ୍ଲୀ କାର୍ଯ୍ୟାଳୟରୁ କେନ୍ଦ୍ରାପଡା ଏସ୍ପି ଓ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଆଗୁଆ ସୂଚନା ଦିଆଯାଇଛି ।  ଘଟଣାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି କମିଶନ ପଚାର ଉଚରା କରିବେ ।  ମହାକାଳପଡ଼ା ପୋଲିସ, ବିଡିଓ, ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀ, ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତରଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି ।  ତେବେ ଏ ନେଇ ଜିଲ୍ଲା ପ୍ରଶାସନ ଅଥବା ପୋଲିସ ର ପ୍ରତିକ୍ରିୟା ମିଳି ପାରି ନାହିଁ ।

Share

Leave a Reply

Your email address will not be published. Required fields are marked *

1 × 5 =