Business

ଜେନସ୍ ଇନୋଭେସନ୍ ପକ୍ଷରୁ ଓଡ଼ିଶାରେ ୧୦୦ରୁ ଅଧିକ ଡିଲରଙ୍କୁ ନିୟୋଜନ ସହ ଅଭିବୃଦ୍ଧି ରଣନୀତିର ସୁଦୃଢ଼ୀକରଣ

ଭୁବନେଶ୍ୱର: ଭାରତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଓ ଅକ୍ଷୟ ଶକ୍ତି ପରିଚାଳନା ସମାଧାନର ଅଗ୍ରଣୀ ସଂସ୍ଥା ଜେନସ୍ ଇନୋଭେସନ୍ ଲିମିଟେଡ୍ ପକ୍ଷରୁ ଡିଲର ଓ ଚ୍ୟାନେଲ୍ ନେଟ୍‌ୱର୍କ ଜରିଆରେ ଓଡ଼ିଶାରେ ଉପସ୍ଥିିତି ସୁଦୃଢ଼ କରାଯାଇଛି। କମ୍ପାନି ଏହାର ପାୱାର ବ୍ୟାକ୍‌ଅପ୍‌, ଶକ୍ତି ସଂରକ୍ଷଣ ଓ ସୋଲାର ସମାଧାନକୁ ସମ୍ପ୍ରସାରଣ ଓ ବଜାରରେ ଗଭୀର କରିବାକୁ ଚାହୁଥିବା ବେଳେ ନିକଟରେ ଭୁବନେଶ୍ୱରରେ ଆୟୋଜନ କରାଯାଇଥିବା ଏକ ଡିଲର୍ ସମ୍ମିଳନୀରେ ସାରା ରାଜ୍ୟରୁ ୧୦୦ରୁ ଅଧିକ ଡିଲର ଓ ଚ୍ୟାନେଲ ପାର୍ଟନରଙ୍କୁ ଏକତ୍ରୀତ କରାଯାଇଥିଲା।
ଭରସାଯୋଗ୍ୟ ପାୱାର ବ୍ୟାକ୍‌ଅପ୍‌, ଶକ୍ତି ଅନୁକୂଳ ସମାଧାନ ଓ ସୋଲାର ସମନ୍ୱିତ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଗ୍ରାହକ ଚାହିଦା ବଢ଼ୁଥିବାରୁ ଏହି ଡିଲର ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଜେନସ ଇନୋଭେସନକୁ ଚ୍ୟାନେଲ ପାର୍ଟନରମାନଙ୍କ ସହ ସିଧାସଳଖ ଯୋଡ଼ି ହେବା, ନିଜ ଉତ୍ପାଦ ପୋର୍ଟଫୋଲିଓକୁ ପ୍ରଦର୍ଶିତ କରିବା ଓ ଉଦୀୟମାନ ବଜାର ସୁଯୋଗ ଯୋଡ଼ି ହେବା ଓ ଓଡ଼ିଶା ବଜାର ପାଇଁ ଏହାର ଉତ୍ପାଦ ଓ ରୋଡମ୍ୟାପ୍‌କୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥିଲା।
କାର୍ଯ୍ୟକ୍ରମରେ କମ୍ପାନିର ଇନବିଲଟ ଲିଥିୟମ ଇନଭର୍ଟର ମାକ୍ସିଲିଅନ ଓ ନିକଟରେ ଉନ୍ମୋଚନ କରାଯାଇଥିବା ହାଇ-ଫ୍ଲୋ ହାଇବ୍ରିଡ ସୋଲାର ଇନଭର୍ଟର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉତ୍ପାଦ ପ୍ରଦର୍ଶନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ସହିତ ଡିଲରମାନେ କମ୍ପାନିର ପାୱାର ବ୍ୟାକପ ସମାଧାନ ଓ ଶକ୍ତି ସଂରକ୍ଷଣ ପ୍ରୟୋଗକୁ ଭଲ ଭାବେ ବୁଝିପାରିଥିଲେ।
ଜେନସ ଇନୋଭସେନ ଲିମିଟେଡର ବରିଷ୍ଠ ଉପସଭାପତି-ସେଲ୍‌ସ ଶ୍ରୀ ହର୍ଷ ବର୍ଦ୍ଧନ ଶର୍ମା କହିଛନ୍ତି, “ଭରସାଯୋଗ୍ୟ ପାୱାର ବ୍ୟାକଅପ ଓ ସ୍ମାର୍ଟ ଶକ୍ତି ସମାଧାନକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ବଦଳୁଥିବାରୁ ଓଡ଼ିଶା ହେଉଛି ଆମ ପାଇଁ ଏକ ଅଗ୍ରାଧିକାର ବଜାର। ଆମ ଓଡ଼ିଶା ଡିଲର ସମ୍ମିଳନୀ ଆମକୁ ଚ୍ୟାନେଲ ପାର୍ଟନରମାନଙ୍କ ସହ ସିଧାସଳଖ ଯୋଡ଼ିହେବା, ଉତ୍ପାଦକୁ ବୁଝାଇବା, ଭାବ ବିନିମୟ କରିବା ଓ ବଜାରର ଉଦୀୟମାନ ଆବଶ୍ୟକତାକୁ ବୁଝାଇବାର ସୁଯୋଗ ପ୍ରଦାନ କରିଥିଲା। ଓଡ଼ିଶା ସମ୍ମିଳନୀରେ ୧୦୦ରୁ ଅଧିକ ଡିଲରମାନଙ୍କ ସମାଗମ ଆମ ଚ୍ୟାନେଲ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳିତ କରୁଛି ଏବଂ ରାଜ୍ୟରେ ଆମ ପରବର୍ତ୍ତୀ ପର୍ଯ୍ୟାୟ ଉପସ୍ଥିତି ଗଢ଼ିବା ପାଇଁ ଆମେ ଉତ୍ପାଦ ତାଲିମ, ବଜାର ସହାୟତା ଓ ପ୍ରଯୁକ୍ତି ଆଧାରିତ ସମାଧାନରେ ନିବେଶ ଜାରି ରଖିବୁ।’’
ଶକ୍ତି ସଂରକ୍ଷଣ ଓ ଅକ୍ଷୟ ଶକ୍ତି ପରିଚାଳନା ସମାଧାନର ବ୍ୟାପକ ଅଭିବୃଦ୍ଧି ରଣନୀତି ଅନୁସାରେ ଜେନସ୍ ଇନୋଭେସନ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କମ୍ପାନିର ବର୍ତ୍ତମାନର ଉତ୍ପାଦନ କ୍ଷମତା ୭,୫୦,୦୦୦ ୟୁନିଟ୍ ରହିଛି ଓ ୧,୫୦,୦୦୦ରୁ ଅଧିକ ବର୍ଗଫୁଟର ସମନ୍ୱିତ କାରଖାନା ରହିଛି। ଏହାର ରିଟେଲ ନେଟୱର୍କରେ ୧୦,୦୦୦ରୁ ଅଧିକ ପାର୍ଟନର ରହିଛନ୍ତି। ୨୮ରୁ ଅଧିକ ଦେଶକୁ ଜେନସ୍ ଏହାର ଉତ୍ପାଦ ରପ୍ତାନି କରୁଛି ଓ ଏହାର ୫ ନିୟୁତରୁ ଅଧିକ ଗ୍ରାହକ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

three − 2 =