Business

ଫଟୋପ୍ରେମୀଙ୍କ ବିପୁଳ ଉତ୍ସାହକୁ ଦୃଷ୍ଟିରେ ରଖି ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ ଫଟୋ ପ୍ରତିଯୋଗିତାର ଆବେଦନ ସମୟସୀମାକୁ ସେପ୍ଟେମ୍ବର ୨୭ ଯାଏଁ ବୃଦ୍ଧି କଲା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌


ଭୁବନେଶ୍ୱର, ଓଡ଼ିଶା, ସେପ୍ଟେମ୍ବର ୨୦୨୬: ରାଜ୍ୟ ସରକାରଙ୍କ ସହଭାଗୀତାରେ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କାର୍ଯ୍ୟ ପରିଚାଳନା କରୁଥିବା ଭାରତର ସର୍ବବୃହତ ସମନ୍ୱିତ ଶକ୍ତି କମ୍ପାନୀ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ, ସମଗ୍ର ରାଜ୍ୟର ଫଟୋଗ୍ରାଫର ଏବଂ ଫଟୋପ୍ରେମୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ପରେ ନିଜର ଫଟୋଗ୍ରାଫି ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ ପାଇଁ ଫଟୋ ଦାଖଲ କରିବାର ସମୟସୀମାକୁ ୨୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଐତିହ୍ୟ, ପରମ୍ପରା, କଳାରୂପ ଏବଂ ସ୍ଥାପତ୍ୟ ଠାରୁ ଆରମ୍ଭ କରି ପ୍ରାକୃତିକ ଦୃଶ୍ୟରାଜି, ଲୋକଜୀବନ, କାହାଣୀ ଏବଂ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ, ଏହି ପଦକ୍ଷେପ ଅଂଶଗ୍ରହଣକାରୀମାନଙ୍କୁ ପରିଚିତ ପରିଧି ବାହାରକୁ ଦେଖିବାକୁ ଏବଂ ନିଜସ୍ୱ ଅନନ୍ୟ ଦୃଷ୍ଟିକୋଣରୁ ଓଡ଼ିଶାକୁ କଏଦ କରିବାକୁ ପ୍ରୋତ୍ସାହିତ କରୁଛି। ପ୍ରତିଯୋଗିତା ପ୍ରତି ମିଳିଥିବା ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟା ଫଟୋଗ୍ରାଫି କଳା ମାଧ୍ୟମରେ ଓଡ଼ିଶାକୁ ପ୍ରଦର୍ଶନ କରିବା ପାଇଁ ଅଂଶଗ୍ରହଣକାରୀଙ୍କ ଉତ୍ସାହକୁ ପ୍ରତିଫଳିତ କରୁଛି। ବହୁ ସଂଖ୍ୟକ ପ୍ରବେଶିକା ହାସଲ ହେବା ଏବଂ ଫଟୋପ୍ରେମୀମାନଙ୍କ ନିରନ୍ତର ଆଗ୍ରହକୁ ଦୃଷ୍ଟିରେ ରଖି ଟାଟା ପାୱାର ଏହି ସମୟସୀମାକୁ ଆଉ ଏକ ସପ୍ତାହ ବୃଦ୍ଧି କରିଛି, ଯାହା ଅଂଶଗ୍ରହଣକାରୀମାନଙ୍କୁ ରାଜ୍ୟର ସମ୍ପଦରାଜିକୁ ଅନୁସନ୍ଧାନ କରିବା, କଏଦ କରିବା ଏବଂ ସେମାନଙ୍କ ବ୍ୟାଖ୍ୟା ଉପସ୍ଥାପନ କରିବା ପାଇଁ ଅତିରିକ୍ତ ସମୟ ପ୍ରଦାନ କରୁଛି। ସୁନ୍ଦର ପ୍ରାକୃତିକ ଦୃଶ୍ୟ ଏବଂ ଜୀବନ୍ତ ପରମ୍ପରା ଠାରୁ ଆରମ୍ଭ କରି ଦୈନନ୍ଦିନ ମୁହୂର୍ତ୍ତଗୁଡ଼ିକ ପର୍ଯ୍ୟନ୍ତ, ଓଡ଼ିଶା ଅଗଣିତ ଦୃଶ୍ୟ ଏବଂ କାହାଣୀ ପ୍ରଦାନ କରେ ଯାହା ଲେନ୍ସ ମାଧ୍ୟମରେ ରାଜ୍ୟର ଅନନ୍ୟ ସୌନ୍ଦର୍ଯ୍ୟ ଓ ଆତ୍ମାକୁ ଧରିରଖେ।
ଏହି ପ୍ରତିଯୋଗିତା ଅଂଶଗ୍ରହଣକାରୀମାନଙ୍କୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ କ୍ୟାଲେଣ୍ଡର ୨୦୨୭ ମାଧ୍ୟମରେ ନିଜ କାର୍ଯ୍ୟର ସ୍ୱୀକୃତି ପାଇବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି, ଯେଉଁଥିରେ ୧୩ ଟି ଫଟୋଗ୍ରାଫ୍ ଚୟନ କରାଯିବ; ୧୨ ଟି ମାସକୁ ପ୍ରତିନିଧିତ୍ୱ କରିବା ପାଇଁ ୧୨ ଟି ଏବଂ ମୁଖପୃଷ୍ଠା (କଭର୍ ପେଜ୍‌) ପାଇଁ ଗୋଟିଏ। ପ୍ରକାଶନ କିମ୍ବା ଯୋଗାଯୋଗ ମାଧ୍ୟମର ସ୍ୱରୂପ ଓ ଢାଞ୍ଚା ଅନୁଯାୟୀ, ନିର୍ବାଚିତ ଫଟୋଗୁଡ଼ିକ ଯେଉଁଠାରେ ବ୍ୟବହୃତ ହେବ, ସେଠାରେ ସମ୍ପୃକ୍ତ ଫଟୋଗ୍ରାଫରମାନଙ୍କୁ ଉପଯୁକ୍ତ ଶ୍ରେୟ (କ୍ରେଡିଟ୍‌) ପ୍ରଦାନ କରାଯିବ। ପ୍ରତିଯୋଗିତାରେ ସେମାନଙ୍କ ଯୋଗଦାନ ଏବଂ ସରକାରୀ ବ୍ୟବହାର ପାଇଁ ସେମାନଙ୍କ କାର୍ଯ୍ୟର ମନୋନୟନର ସ୍ୱୀକୃତି ସ୍ୱରୂପ ବିଜେତାମାନେ ଆକର୍ଷଣୀୟ ନଗଦ ପୁରସ୍କାର ମଧ୍ୟ ପାଇବେ।
ଏହା ସହିତ, ନିର୍ବାଚିତ ଶ୍ରେଷ୍ଠ ୫୦ଟି ଫଟୋଗ୍ରାଫ୍ ପ୍ରମାଣପତ୍ର ହାସଲ କରିବେ, ଯାହା ମନୋନୀତ ପ୍ରବେଶିକାଗୁଡ଼ିକରେ ପ୍ରତିଫଳିତ ସୃଜନଶୀଳତା, ମୌଳିକତା ଏବଂ ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ସ୍ୱୀକାର କରିବ। ଏହି ସ୍ୱୀକୃତି ଅଂଶଗ୍ରହଣକାରୀ ଫଟୋଗ୍ରାଫରମାନଙ୍କୁ ପ୍ରତିଯୋଗିତାର ଏକ ଅଂଶ ଭାବରେ ସେମାନଙ୍କ କାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତ କରାଇବା ପାଇଁ ଏକ ସୁଯୋଗ ଯୋଗାଇଦେବ। କମ୍ପୋଜିସନ୍‌, ସୃଜନଶୀଳତା, ମୌଳିକତା, ପ୍ରାମାଣିକତା, କାହାଣୀ ବର୍ଣ୍ଣନା ଏବଂ ମୂଳ ବିଷୟବସ୍ତୁ ସହିତ ସାମଞ୍ଜସ୍ୟ ଭଳି ପ୍ରମୁଖ ମାନଦଣ୍ଡ ଉପରେ ପ୍ରବେଶିକା ଗୁଡ଼ିକୁ ମୂଲ୍ୟାଙ୍କନ କରାଯିବ। ଏକ ପ୍ରତ୍ୟକ୍ଷ ସମାରୋହ (ଲାଇଭ୍ ଇଭେଣ୍ଟ) ମାଧ୍ୟମରେ ବିଜେତାମାନଙ୍କ ନାମ ଘୋଷଣା କରାଯିବ, ଯେଉଁଠାରେ ଫଟୋଗ୍ରାଫରମାନଙ୍କୁ ତଥା ସେମାନଙ୍କ ନିର୍ବାଚିତ ଫଟୋଗ୍ରାଫରେ ପ୍ରତିଫଳିତ ସ୍ୱତନ୍ତ୍ର କାହାଣୀ ଏବଂ ଦୃଷ୍ଟିକୋଣକୁ ଉତ୍ସବ ଭାବରେ ପାଳନ କରାଯିବ।
ସମୟସୀମା ବୃଦ୍ଧି ପାଇବା ସହିତ, ଆଗ୍ରହୀ ଫଟୋଗ୍ରାଫର ଏବଂ ଫଟୋପ୍ରେମୀମାନଙ୍କ ନିକଟରେ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ରେ ଅଂଶଗ୍ରହଣ କରିବା ପାଇଁ ଆଉ ଏକ ସୁଯୋଗ ରହିଛି। ଫଟୋ ଦାଖଲ କରିବାର ସଂଶୋଧିତ ଶେଷ ତାରିଖ ହେଉଛି ୨୭ ସେପ୍ଟେମ୍ବର ୨୦୨୬।
ଅଂଶଗ୍ରହଣ ପାଇଁ ନିୟମ ଏବଂ ସର୍ତ୍ତାବଳୀ:
୧. ଫଟୋ ଦାଖଲ କରିବାର ଶେଷ ତାରିଖ ହେଉଛି ୨୭ ସେପ୍ଟେମ୍ବର ୨୦୨୬।
୨. ପ୍ରତ୍ୟେକ ଫଟୋର ଫାଇଲ୍ ଆକାର ସର୍ବାଧିକ ୧୦ ଏମ୍‌‌ବି ମଧ୍ୟରେ ରହିବା ଆବଶ୍ୟକ।
୩. କେବଳ ନିର୍ଦ୍ଧାରିତ ପ୍ରତିଯୋଗିତା ଲିଙ୍କ୍ ଜରିଆରେ ହିଁ ଫଟୋ ଅପଲୋଡ୍ କରିବାକୁ ହେବ। ଅଂଶଗ୍ରହଣକାରୀମାନେ ନିଜ ନାମ, ମୋବାଇଲ୍ ନମ୍ବର, ଇମେଲ୍ ଠିକଣା, ସହର ଏବଂ ଫଟୋ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ସହ ଫଟୋ ପଠାଇବା ଜରୁରୀ।
୪. ପ୍ରତିଯୋଗିତା ପାଇଁ କେବଳ ରଙ୍ଗୀନ ଫଟୋ ଗ୍ରହଣଯୋଗ୍ୟ। ଟୋନ୍ କରାଯାଇଥିବା ଛବି ସମେତ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋଗୁଡ଼ିକ ପ୍ରତିଯୋଗିତାରୁ ବାଦ୍ ଦିଆଯିବ।
୫. ସମସ୍ତ ଫଟୋ ଅଂଶଗ୍ରହଣକାରୀଙ୍କର ନିଜସ୍ୱ ହୋଇଥିବା ବାଞ୍ଛନୀୟ ଏବଂ ପ୍ରତିଯୋଗୀ ହିଁ ଉକ୍ତ ଫଟୋର ଏକମାତ୍ର କପିରାଇଟ୍ ଅଧିକାରୀ ହୋଇଥିବା ଆବଶ୍ୟକ।
୬. ଫଟୋଗୁଡ଼ିକ ସମ୍ପୂର୍ଣ୍ଣ ମୌଳିକ ତଥା ପୂର୍ବରୁ ଅପ୍ରକାଶିତ ହୋଇଥିବା ଉଚିତ। ଏଥିରେ କୌଣସି ତୃତୀୟ ପକ୍ଷର ବିଷୟବସ୍ତୁ, ଉପାଦାନ ବ୍ୟବହୃତ ହୋଇନଥିବା ଆବଶ୍ୟକ କିମ୍ବା ଏହା ଅନ୍ୟ କାହାର ପ୍ରଚାର, ବ୍ୟକ୍ତିଗତ ଗୋପନୀୟତା କିମ୍ବା ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଉଲ୍ଲଂଘନ କରୁନଥିବା ଆବଶ୍ୟକ।
୭. ସମସ୍ତ ପ୍ରଚଳିତ ଆଇନ ଓ ସରକାରୀ ନିୟମକୁ ପାଳନ କରି ଫଟୋ ଉତ୍ତୋଳନ କରାଯାଇଥିବା ଉଚିତ।
୮. ପ୍ରତିଯୋଗିତାରେ ମନୋନୀତ ହେଲେ ଅଂଶଗ୍ରହଣକାରୀମାନଙ୍କୁ ଉକ୍ତ ଫଟୋର ହାଇ-ରିଜୋଲ୍ୟୁସନ୍ ଡିଜିଟାଲ୍ ଫାଇଲ୍ ଦେବାକୁ ପଡ଼ିବ।
୯. ପୂର୍ବ ସଂସ୍କରଣରେ ଭାଗ ନେଇଥିବା ପ୍ରତିଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ, କିନ୍ତୁ ସେମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଫଟୋ ପଠାଇବାକୁ ହେବ। ପୂର୍ବରୁ ପଠାଯାଇଥିବା ଫଟୋ ବିଚାରକୁ ନିଆଯିବ ନାହିଁ।
୧୦. ପ୍ରତ୍ୟେକ ବିଜେତାଙ୍କୁ ଆଇନଗତ ଟିମ୍ ଦ୍ୱାରା ଯାଞ୍ଚ ହୋଇଥିବା ଏକ ଘୋଷଣାନାମାରେ ସ୍ୱାକ୍ଷର କରିବାକୁ ହେବ, ଯେଉଁଥିରେ ଫଟୋଟି ତାଙ୍କର ନିଜସ୍ୱ ମୌଳିକ ସୃଷ୍ଟି ଏବଂ ଏଥିରେ କୌଣସି ଫିଲ୍ଟର୍ କିମ୍ବା ଏଆଇ ସହାୟତାରେ ପରିବର୍ତ୍ତନ କରାଯାଇନାହିଁ ବୋଲି ପ୍ରମାଣିତ ହେବ।
୧୧. ଚୟନ ପରେ, ନିର୍ବାଚିତ ଫଟୋଗୁଡ଼ିକ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌‌ର ସମ୍ପତ୍ତି ଭାବେ ଗଣ୍ୟ ହେବ ଏବଂ କମ୍ପାନୀ ନିଜର ଅଫିସିଆଲ୍ ପ୍ରକାଶନ, କ୍ୟାଲେଣ୍ଡର, ପ୍ରଚାର ଅଭିଯାନ, ଡିଜିଟାଲ୍ ପ୍ଲାଟଫର୍ମ, ସୋସିଆଲ୍ ମିଡିଆ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ଏହାକୁ ବ୍ୟବହାର କରିବାର ସମ୍ପୂର୍ଣ୍ଣ ଅଧିକାର ପାଇବ। ପ୍ରକାଶନର ମାଧ୍ୟମ ଓ ସ୍ୱରୂପ ଅନୁଯାୟୀ ଫଟୋ ବ୍ୟବହୃତ ହେଉଥିବା ପ୍ରତ୍ୟେକ ସ୍ଥାନରେ ଫଟୋଗ୍ରାଫରମାନଙ୍କୁ ଯଥାଯୋଗ୍ୟ ଶ୍ରେୟ (କ୍ରେଡିଟ୍‌) ପ୍ରଦାନ କରାଯିବ।
୧୨. ବିଜେତାମାନଙ୍କୁ ଦିଆଯାଉଥିବା ନଗଦ ପୁରସ୍କାର ରାଶି ଏହି ପ୍ରତିଯୋଗିତାରେ ସେମାନଙ୍କ ଯୋଗଦାନ ଏବଂ ଅଫିସିଆଲ ବ୍ୟବହାର ପାଇଁ ଫଟୋ ଚୟନ ହେବାର ଏକ ସ୍ୱୀକୃତି ସ୍ୱରୂପ ହେବ। ଏଥିରେ ଭାଗ ନେବା ଦ୍ୱାରା, ପ୍ରତିଯୋଗୀମାନେ ନିର୍ବାଚିତ ଫଟୋର ବ୍ୟବହାର ଓ ମାଲିକାନା ସମ୍ବନ୍ଧୀୟ ନିୟମରେ ରାଜି ଥିବା ବିବେଚନା କରାଯିବ ଏବଂ ଆୟୋଜକଙ୍କ ଦ୍ୱାରା ଆବଶ୍ୟକ ସମସ୍ତ ଘୋଷଣାପତ୍ର ଓ ସମ୍ମତି ପ୍ରଦାନ କରିବାକୁ ବାଧ୍ୟ ରହିବେ।
ଅଂଶଗ୍ରହଣ ଲିଙ୍କ୍‌:https://www.surveymonkey.com/r/ohmybeautifulodisha4version

Share

Leave a Reply

Your email address will not be published. Required fields are marked *

fourteen − 11 =