Business

ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ତନପାନ ସପ୍ତାହ ପାଳିତ; ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ତନପାନ ସପ୍ତାହ ୨୦୨୬ ପାଳନ ଅବସରରେ ସୂଚିତ ସ୍ତନପାନ ଅଭ୍ୟାସର ପ୍ରସାର ଓ ମା ଓ ଶିଶୁଙ୍କ ପାଇଁ ଏକ ସୁସ୍ଥକର ଶୁଭାରମ୍ଭ ପାଇଁ ପଶ୍ଚିମବଙ୍ଗରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ) କେନ୍ଦ୍ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଶ୍ଚିମବଙ୍ଗର ବାହାଦୂରପୁର ଓ ହିଜଲଗୋରା ପଂଚାୟତରେ ଆୟୋଜନ କରାଯାଇଥିଲା ଯାହା ୧୨୦ ଗର୍ଭବତୀ ଓ ସନ୍ତପାନ କରୁଥିବା ମହିଳାଙ୍କ ନିକଟରେ ପହଂଚିଥିଲା। କାର୍ଯ୍ୟକ୍ରମରେ ସନ୍ତପାନ ସଚେତନତା, ମାତୃତ୍ୱ କଲ୍ୟାଣ ଓ ଶିଶୁ ପୋଷଣ ଉପରେ ଆଲୋକପାତ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ମାତା, ସ୍ୱାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସଦସ୍ୟମାନେ ଭାଗ ନେଇଥିଲେ। ଶିଶୁ ବିକାଶର ଆଦ୍ୟ ସମୟରେ ସନ୍ତପାନର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ମାତୃତ୍ୱ ପୋଷଣ, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା ଓ ଉଭୟ ମା ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରିବାର ସହାୟତାର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଖୋଲା ଆଲୋଚନା ଓ ଜ୍ଞାନର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରାଯାଇଥିଲା ଓ ଅଂଶଗ୍ରହଣକାରୀମାନଙ୍କୁ ସନ୍ତପାନ ଓ ଶିଶୁର ଉପଯୁକ୍ତ ପୋଷଣର ଲାଭକୁ ଭଲ ଭାବେ ଅବଗତ କରାଯାଇଥିଲା। ଗର୍ଭଧାରଣ ଓ ପ୍ରାରମ୍ଭିକ ମାତୃତ୍ୱ ସମୟରେ ମା ପାଇଁ ଏକ ସହାୟକ ଭୂମିକାର ଗୁରୁତ୍ୱ ଉପରେ ମଧ୍ୟ କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା।
ଗୋଷ୍ଠୀ ସ୍ୱାସ୍ଥ୍ୟସେବା ଓ କଲ୍ୟାଣ ପ୍ରତି ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନର ରହିଥିବା ବ୍ୟାପକ ପ୍ରତିବଦ୍ଧତା ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ନିଜର ସ୍ୱାସ୍ଥ୍ୟସେବା ପଦକ୍ଷେପ ଜରିଆରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପହଂଚାଇବା ଓ ଗ୍ରାମାଚଂଳରେ ଗୁଣାତ୍ମକ ଜୀବନଯାପନର ପ୍ରସାରକୁ ଗୁରୁତ୍ୱ ଦେଉଛି।
ସଠିକ ଜ୍ଞାନ ଜରିଆରେ ମାକୁ ସଶକ୍ତ କରିବାର ଲାଭ ଉଭୟ ମା ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ଏବଂ ଏକ ସୁସ୍ଥକର ପରିବାର ଓ ସମାଜ ଗଠନରେ ତାହା ସହାୟକ ହୋଇଥାଏ। ଏଭଳି ଅଭିଯାନ ମାଧ୍ୟମରେ ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ରହିଛି।

Share

Leave a Reply

Your email address will not be published. Required fields are marked *

14 − fourteen =