Business

ବନ୍ଧନ ବ୍ୟାଙ୍କର ୧୧ ବର୍ଷ ପୂର୍ତ୍ତି, ସ୍ପର୍ଶ କଲା ୨୦୦୦ତମ ଶାଖା ମାଇଲଖୁଂଟ


ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୧୧ତମ ବାର୍ଷିକ ଦିବସ ପାଳନ ଅବସରରେ ତାମିଲନାଡ଼ୁ ସ୍ଥିତ ଚେନ୍ନାଇର ଏଗମୋରରେ ୨୦୦୦ତମ ଶାଖା ଶୁଭାରମ୍ଭ ସହ ବ୍ୟାଙ୍କର ଏହାର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି। ଏଥି ସହିତ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଏହାର ଉପସ୍ଥିତି ସୁଦୃଢ଼ କରିପାରିଛି। ଏହି ଶାଖା ସହିତ ବ୍ୟାଙ୍କର ଭାରତରେ ମୋଟ ବ୍ୟାଙ୍କିଂ ଆଉଟଲେଟ ସଂଖ୍ୟା ୬୪୦୦ ସଂଖ୍ୟା ସ୍ପର୍ଶ କରିଛି ଯାହା ସହରାଚଂଳ, ଗ୍ରାମାଚଂଳ ଓ ଗ୍ରାମୀଣ ଭାରତରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ତୃଣମୂଳ ସ୍ତରରେ ଆର୍ôଥକ ସେବା ପହଂଚାଇବାରେ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିପାରିଛି।
ଏହି ଅବସରରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ମାଇକ୍ରୋଫାଇନାନ୍ସ ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ସରଳୀକୃତ ମୋବାଇଲ ବ୍ୟାଙ୍କିଂ ଆପ୍ଲିକେସନ ଏମବନ୍ଧନ ଲାଇଟକୁ ଉନ୍ମୋଚନ କରାଯାଇଥିଲା ଯାହା ସେମାନଙ୍କ ପାଇଁ ଡିଜିଟାଲ ବ୍ୟାଙ୍କିଂକୁ ସହଜଲବ୍ଧ, ଅନ୍ତର୍ଭୁକ୍ତୀକରଣ ଓ ଆମୋଦଦାୟକ କରିବ। ଏହି ଆପରେ ଆଧାର ଆଧାରିତ ପଞ୍ଜୀକରଣ ସୁବିଧା, ଆକାଉଂଟ ଟ୍ରାକିଂ, ଋଣ ପରିଶୋଧ ସୁବିଧା, ଷ୍ଟେଟମେଂଟ ଓ ସାର୍ଟିଫିକେଟ ପାଇବା, ଚାଟବଟ ସହାୟତା ଓ ଇଂରାଜୀ, ହିନ୍ଦୀ ଓ ବେଙ୍ଗଲୀ ଭଳି ବହୁଭାଷା ଭିତ୍ତିକ ସହାୟତା ରହିଛି ଯାହା ଗ୍ରାହକମାନଙ୍କୁ ଅବିରତ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବ।
ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ ଉପସ୍ଥିତିକୁ ସମ୍ପ୍ରସାରଣ କରିବା ଦିଗରେ ବ୍ୟାଙ୍କର ରଣନୀତିକୁ ଏହି ଯୁଗଳ ମାଇଲଖୁଂଟ ଦର୍ଶାଉଛି। ୨୦୦୦ତମ ଶାଖା ବ୍ୟାଙ୍କର ଜାରି ରହିଥିବା ଶାଖା ନେଟୱର୍କ ସମ୍ପ୍ରସାରଣକୁ ପ୍ରତିଫଳିତ କରୁଛି ଏବଂ ଏମବନ୍ଧନ ଲାଇଟ ଡିଜିଟାଲ ବ୍ୟାଙ୍କିଂ ସେବାକୁ ସରଳ ଓ ସହଜଲବ୍ଧ କରିପାରିଛି। ମିଳିତ ଭାବେ ଏହି ଅଭିଯାନଗୁଡ଼ିକ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଓ ସାରା ଭାରତରେ ଏକ ସୁବିଧାଜନକ, ଗ୍ରାହକ କୈନ୍ଦ୍ରିକ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବାରେ ବ୍ୟାଙ୍କର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, ‘ବନ୍ଧନ ବ୍ୟାଙ୍କରେ ଆଜି ଆମ ପାଇଁ ଏକ ଗର୍ବିତ ମୁହୂର୍ତ୍ତ। ଆମର ୨୦୦ତମ ଶାଖା ଖୋଲିବା ଆମ ଅଭିବୃଦ୍ଧିର ବ୍ୟାପକତା ଓ ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ନିଟରେ ବ୍ୟାଙ୍କ ସେବାକୁ ପହଂଚାଇବାରେ ଆମ ପ୍ରତିବଦ୍ଧତା ଉପରେ ଆଲୋକପାତ କରୁଛି। ଚେନ୍ନାଇର ଏଗମୋରରେ ଶାଖାର ଶୁଭାରମ୍ଭ ସହିତ ମୋଟ ବ୍ୟାଙ୍କିଂ ଆଉଟଲେଟ ସଂଖ୍ୟା ୬୪୦୦ ସ୍ପର୍ଶ କରିଛି। ଏମବନ୍ଧନ ଲାଇଟ ଆପର ଶୁଭାରମ୍ଭ ଆମ ମାଇକ୍ରୋଫାଇନାନ୍ସ ଗ୍ରାହକମାନଙ୍କ ପାଇଁ ଅତ୍ୟାବଶ୍ୟକ ବ୍ୟାଙ୍କିଂ ସେବାକୁ ସହଜରେ ପହଂଚାଇବାରେ ଆମ ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆମେ ଏହି ମାଇଲଖୁଂଟଗୁଡ଼ିକୁ ପାଳନ କରୁଥିବା ବେଳେ ସାରା ଭାରତରେ ବ୍ୟକ୍ତିବିଶେଷ, ବ୍ୟବସାୟ ଓ ସମୁଦାୟକୁ ସଶକ୍ତ କରୁଥିବା ନିରବଚ୍ଛିନ୍ନ ଓ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।’
ବର୍ତ୍ତମାନ ବନ୍ଧନ ବ୍ୟାଙ୍କର ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୩୫ଟିରେ ଉପସ୍ଥିତି ରହିଛି। ବ୍ୟାଙ୍କ ଭାରତରେ ଏହାର ୬୪୦୦ର ଦୃଢ଼ ନେଟୱର୍କ ଜରିଆରେ ୩.୨ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

5 × one =