ରାଜ୍ୟ

ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ

ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ । ଖସିଲା ମାଟି ଅତଡ଼ା ।  ପ୍ରବଳ ବର୍ଷା ଯୋଗୁଁ ରୁଗୁଡ଼ି ଥାନା ଅନ୍ତର୍ଗତ NH 520 ବାରବାଙ୍କ ଘାଟିରେ ଭୂସ୍ଖଳନ । ଗତ ରାତିରେ ରାଜପଥରେ ଗୋଟିଏ ପାର୍ଶ୍ୱର ଅଧା ଭାଗରେ ଧସି ପଡ଼ିଛି ମାଟି ଅତଡ଼ା । ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ । ଭଦ୍ରାସାହି ପଟୁ ରାଜାମୁଣ୍ଡା ଦିଗକୁ ଯାତ୍ରା କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ  କେନ୍ଦୁଝର ପୋଲିସ ପରାମର୍ଶ ଦେଇଛି । 

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ବଡ଼ବିଲ ସହରର ପ୍ରମୁଖ ରାସ୍ତା ମାନଙ୍କରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେହିପରି ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ହୋଇନପାରି ଡେଲି ମାର୍କେଟ ସମେତ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Share

Leave a Reply

Your email address will not be published. Required fields are marked *

17 − thirteen =