Business

ସାତ୍ତ୍ୱିକ ସୋଲାର ଓଡ଼ିଶା ସରକାରଙ୍କ ସହ ୩.୬ ଗିଗା ୱାଟ୍ ଦ୍ୱିତୀୟ ଫେଜ୍ ସେଲ୍ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷରିତ; ପ୍ରଥମ ଫେଜ୍ ସେଲ୍ ଏବଂ ମୋଡ୍ୟୁଲ୍ ପ୍ଲାଣ୍ଟ ଉତ୍ପାଦନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର: ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍‌, ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଗୋପାଳପୁରଠାରେ ୩.୬ ଗିଗା ୱାଟ୍ ସୋଲାର ସେଲ୍ ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଆଣ୍ଡ ଇନଭେଷ୍ଟମେଣ୍ଟ କୋର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ (ଆଇପିଆଇସିଓଏଲ୍‌), ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି।
ପ୍ରସ୍ତାବିତ ସୁବିଧା ଓଡ଼ିଶାରେ ସାତ୍ତ୍ୱିକ ସୋଲାରର ଉତ୍ପାଦନ କ୍ଷମତାକୁ ଆହୁରି ସମ୍ପ୍ରସାରିତ କରିବା ଏବଂ ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥାର ବିକାଶରେ ଯୋଗଦାନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଞ୍ଚଳର ବ୍ୟାପକ ଶିଳ୍ପ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି ନୂତନ ସୁବିଧା ଗୋପାଳପୁରଠାରେ ସାତ୍ତ୍ୱିକ ସୋଲାରର ବ୍ୟାପକ ଉତ୍ପାଦନ ବିକାଶର ଏକ ଅଂଶ ହେବ, ଯେଉଁଠାରେ କମ୍ପାନୀ ପୂର୍ବରୁ ଗୋପାଳପୁରଠାରେ ସାତ୍ତ୍ୱିକ ସୋଲାରର ପ୍ରଥମ ଫେଜ୍ ଉତ୍ପାଦନ ସୁବିଧା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ଯେଉଁଥିରେ ସମସ୍ତ ପ୍ରମୁଖ ନିର୍ମାଣ ଓ ଭିତ୍ତିଭୂମି କାର୍ଯ୍ୟ ଶେଷ ହୋଇଛି ଏବଂ ଯନ୍ତ୍ରପାତି ସ୍ଥାପନ ଓ ପରୀକ୍ଷଣ କାର୍ଯ୍ୟ ଆଗେଇ ଚାଲିଛି।
କମ୍ପାନୀ ଏହାର ପ୍ରମୁଖ ବିଦ୍ୟୁତ୍ ଭିତ୍ତିଭୂମି କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି, ଯେଉଁଥିରେ ସମର୍ପିତ ୨୨୦ କେଭି ସବଷ୍ଟେସନ୍ ଚାର୍ଜିଂ ପାଇଁ ପ୍ରସ୍ତୁତ ଅଛି। ଉତ୍ପାଦନ ଲାଇନ୍ ଗୁଡ଼ିକ ସ୍ଥାପନ, ପରୀକ୍ଷଣ, ବୈଧକରଣ ଏବଂ ପ୍ରକ୍ରିୟା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ଦେଇ ଗତି କରୁଛି, ଏବଂ କମ୍ପାନୀ ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଆଗେଇ ଚାଲିଛି।
ସେଲ୍ ଲାଇନ୍ ଶୀଘ୍ର ଉତ୍ପାଦନ ବୃଦ୍ଧି ପାଇଁ ପ୍ରସ୍ତୁତ ଅଛି, ଯାହା କାର୍ଯ୍ୟକ୍ଷମତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେପ୍େଟମ୍ବର ମାସରେ ଏଏଲ୍‌ଏମ୍‌ଏମ୍‌-।। ନିରୀକ୍ଷଣ ଯୋଜନା କରାଯାଇଛି, ଯାହା ଏହି ସୁବିଧାକୁ ପୂର୍ଣ୍ଣମାତ୍ରାରେ ବ୍ୟାବସାୟିକୀକରଣର ଆହୁରି ନିକଟତର କରିବ।
ଏହି ସଫଳତା ଉପରେ ମତାମତ ଦେଇ ସାତ୍ତ୍ୱିକ ଗ୍ରୀନ୍ ଏନର୍ଜି ଲିମିଟେଡର ସିଇଓ ଶ୍ରୀ ପ୍ରଶାନ୍ତ ମାଥୁର କହିଛନ୍ତି, “ଓଡ଼ିଶା ସାତ୍ତ୍ୱିକ ପାଇଁ କେବଳ ଏକ ଉତ୍ପାଦନ ଲକ୍ଷ୍ୟ ନୁହେଁ; ଏହା ଆମର ଆକାଂକ୍ଷାର ଏକ ପ୍ରତୀକ। ଆମର ୨.୪ ଗିଗା ୱାଟ୍ ସେଲ୍ ଏବଂ ୪ ଗିଗା ୱାଟ୍ ମୋଡ୍ୟୁଲ୍ ଉତ୍ପାଦନ ଲାଇନ୍ ଉତ୍ପାଦନ ଆଡ଼କୁ ଆଗେଇବା ସହ, ଆମେ ବୃହତ୍ ଆକାର ନିର୍ମାଣ, ସଂଯୋଜନ ସୁଦୃଢ଼ କରିବା ଏବଂ ଆମର ପରବର୍ତ୍ତୀ ମଜବୁତ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ। ଭାରତର ସ୍ୱଚ୍ଛ ଶକ୍ତିର ସୁଯୋଗ ଅତ୍ୟନ୍ତ ବ୍ୟାପକ, ଏବଂ ଆମେ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଚାହୁଁଛୁ। ଆମର ଲକ୍ଷ୍ୟ ହେଉଛି ଏପରି ଉତ୍ପାଦନ କ୍ଷମତା ନିର୍ମାଣ କରିବା ଯାହା ବିଶ୍ୱସ୍ତରରେ ପ୍ରତିଯୋଗୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆଗୁଆ ଏବଂ ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଯାତ୍ରା ସହିତ ଗଭୀର ଭାବରେ ଜଡ଼ିତ। ପ୍ରଥମ ଫେଜ୍ ର ସଫଳତାକୁ ଆଧାର କରି, ଆମେ ଗୋପାଳପୁରଠାରେ ଆଉ ୩.୬ ଗିଗା ୱାଟ୍ ଦ୍ୱିତୀୟ ଫେଜ୍ ସମ୍ପ୍ରସାରଣ ପାଇଁ ଯୋଜନା ଆଗେଇ ନେଉଛୁ, ଯାହା ଆମର ସମନ୍ୱିତ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଦେଶୀୟ ସୋଲାର ଉତ୍ପାଦର ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବାରେ ଆମର ଦକ୍ଷତାକୁ ସୁଦୃଢ଼ କରିବ। ଆର୍ôଥକ ବର୍ଷ ୨୦୨୮ ସୁଦ୍ଧା ବ୍ୟାବସାୟିକ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ଦ୍ୱିତୀୟ ଫେଜ୍ ସହିତ, ଆମେ ଏକ ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛୁ। ଆମେ ଦେଖୁଥିବା ଭବିଷ୍ୟତ ହେଉଛି ଯେଉଁଠାରେ ଭାରତ କେବଳ ସ୍ୱଚ୍ଛ ଶକ୍ତିର ଏକ ବଡ଼ ଉପଭୋକ୍ତା ନୁହେଁ, ବରଂ ଏହାର ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ହେବ। ଆଜି କ୍ଷମତା, ପ୍ରଯୁକ୍ତିବିଦ୍ୟା ଏବଂ ଶ୍ରେଷ୍ଠତାରେ ପୁଞ୍ଜିନିବେଶ କରି ଏବଂ ଆଗାମୀ କାଲି ପାଇଁ ଏକ ମଜବୁତ, ଅଧିକ ସୁଦୃଢ଼ ଓ ସ୍ଥାୟୀ ଶକ୍ତି ବ୍ୟବସ୍ଥା ଗଠନ କରି ସାତ୍ତ୍ୱିକ ସେହି ଭବିଷ୍ୟତ ନିର୍ମାଣରେ ସାହାଯ୍ୟ କରିବାକୁ ଦୃଢ଼ପରିକର।”
ପ୍ରଥମ ଫେଜ୍ ର ପ୍ରଗତି ସହିତ, ସାତ୍ତ୍ୱିକ ସୋଲାର ଗୋପାଳପୁରଠାରେ ପରବର୍ତ୍ତୀ ପର୍ଯ୍ୟାୟ ବିକାଶ ପାଇଁ ଯୋଜନା ଆଗେଇ ନେଉଛି, ଯାହା ଏହାର ସମନ୍ୱିତ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବ। ଦେଶୀୟ ସୋଲାର ଉତ୍ପାଦର ବୃଦ୍ଧି ପାଉଥିବା ଚାହିଦାକୁ ସହାୟତା କରିବା ଏବଂ ସୋଲାର ଭାଲ୍ୟୁ ଚେନରେ କମ୍ପାନୀର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଦ୍ୱିତୀୟ ଫେଜ୍ ୩.୬ ଗିଗା ୱାଟ୍ ସେଲ୍ କ୍ଷମତା ସମ୍ପ୍ରସାରଣ ଯୋଜନା କରାଯାଉଛି।
ଗୋପାଳପୁରଠାରେ କମ୍ପାନୀର ପର୍ଯ୍ୟାୟକ୍ରମିକ ବିକାଶ, ବୃହତ୍ ଆକାର, କାର୍ଯ୍ୟଦକ୍ଷତା, ଗୁଣବତ୍ତା ଏବଂ ସପ୍ଲାଇ ଚେନ୍ ସୁଦୃଢ଼ତା ଉପରେ ଧ୍ୟାନ ଦେଇ ଏକ ସମନ୍ୱିତ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆଗୁଆ ସୋଲାର ଉତ୍ପାଦନ ବ୍ୟବସ୍ଥା ଗଠନ ଦିଗରେ ଏହାର ଦୀର୍ଘକାଳୀନ ଆଭିମୁଖ୍ୟକୁ ଦର୍ଶାଉଛି।

Share

Leave a Reply

Your email address will not be published. Required fields are marked *

3 × 3 =