Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ସହିତ ୫୦ ନୂଆ ଶାଖାର ଶୁଭାରମ୍ଭ

ଦେଶର ଅନ୍ୟତମ ସର୍ବବୃହତ୍ତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ସହିତ ୫୦ ନୂଆ ଶାଖାର ଶୁଭାରମ୍ଭ କରାଯାଇଛି। ଏହି ସମ୍ପ୍ରସାରଣ ବିଭିନ୍ନ ଭୌଗୋଳିକ ଅଂଚଳ ଓ ଅର୍ଥନୈତିକ କେନ୍ଦ୍ରରେ ଗ୍ରାହକମାନଙ୍କୁ ସେବା ପ୍ରଦାନ ପାଇଁ ଆକ୍ସିସ୍ ବ୍ୟାଙ୍କର ଜାରି ରହିଥିବା ନିବେଶକୁ ପ୍ରତିଫଳିତ କରୁଛି।
ଭାରତ ଏହାର ଅଭିବୃଦ୍ଧି ଯାତ୍ରା ଜାରି ରଖିଥିବା ବେଳେ ସଂଗଠିତ ବ୍ୟାଙ୍କିଂ ବ୍ୟବସ୍ଥାରେ ବ୍ୟାପକ ଅଂଶଗ୍ରହଣ ଅର୍ଥନୈତିକ ପ୍ରଗତିକୁ ସକ୍ଷମ କରିବାକୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ସହରାଚଂଳ, ଅର୍ଦ୍ଧ ସହରାଚଂଳ ଓ ଗ୍ରାମାଂଚଳ ବଜାରରେ ବ୍ୟାପିଥିବା ନୂଆ ଶାଖା ଗ୍ରାହକମାନଙ୍କ ପାଖରେ ବ୍ୟାପକ ବ୍ୟାଙ୍କ ସେବା ପହଂଚାଇବ ଏବଂ ତାହା ବ୍ୟାଙ୍କର ପ୍ରଯୁକ୍ତି ଆଧାରିତ ବ୍ୟାଙ୍କ ବ୍ୟବସ୍ଥାକୁ ସମର୍ଥନ କରିବ।

ପଶ୍ଚିମବଙ୍ଗ, ଓଡ଼ିଶା, ପଂଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଝାଡ଼ଖଣ୍ଡରେ ଥିବା ଏହି ଶାଖାଗୁଡ଼ିକୁ ନିରବଚ୍ଛିନ୍ନ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି। ଏଟିଏମ୍‌, ସୁବିଧାଜନକ ଭିତ୍ତିଭୂମି, ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧା ଓ ଆଂଚଳିକ ଭାଷାର ସମର୍ଥନ ସହିତ ଏହି ଶାଖାଗୁଡ଼ିକ ଜରିଆରେ ଗ୍ରାହକ ସୁବିଧା, ଅନ୍ତର୍ଭୁକ୍ତୀକରଣ ଓ ସ୍ଥାନୀୟ ବଜାର ପ୍ରାସଙ୍ଗିକତା ଉପରେ ବ୍ୟାଙ୍କ ଗୁରୁତ୍ୱାରୋପ କରୁଛି।

ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁନିଷ ଶାରଦା କହିଛନ୍ତି ଯେ, “ଭାରତର ଅଭିବୃଦ୍ଧି ଜାରି ରହିଥିବା ବେଳେ ବ୍ୟାପକ ଅର୍ଥନୈତିକ ଅଂଶଗ୍ରହଣକୁ ସକ୍ଷମ କରିବା ଏବଂ ସମଗ୍ର ସମୁଦାୟର ଅଭିଳାଷକୁ ସହଯୋଗ କରିବାର ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱାଧୀନତା ଦିବସ ସପ୍ତାହରେ ୫୦ ଶାଖାର ଉଦଘାଟନ ଯେଉଁଠାରେ ଅଭିବୃଦ୍ଧି ହେଉଛି ଓ ଯେଉଁଠାରେ ଗ୍ରାହକମାନେ ଆମକୁ ସବୁଠୁ ଅଧିକ ଚାହୁଛନ୍ତି ସେଠାରେ ଉପସ୍ଥିତ ରହିବାରେ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ସମୟରେ ଆମେ ନୂଆ ଦକ୍ଷତା ଓ ଅନୁଭୂତିରେ ନିବେଶ କରୁଛୁ ଯାହା ବ୍ୟାଙ୍କ କାରବାରକୁ ଅଧିକ ସୁବିଧାଜନକ, ସୁରକ୍ଷିତ ଓ ପରିବର୍ତ୍ତିତ ଗ୍ରାହକମାନଙ୍କ ପାଇଁ ପ୍ରାସଙ୍ଗିକ କରିପାରିଛି।’’

ସାରା ଦେଶରେ ଦୃଢ଼ ଉପସ୍ଥିତି ସହିତ ଆକ୍ସିସ ବ୍ୟାଙ୍କ ଗ୍ରାହକମାନଙ୍କ ନିକଟତର ହେବା ସହିତ ବ୍ୟାପକ ହେବାର ମିଶ୍ରଣ କରିଛି। ୨୦୨୬ ଜୁନ ୩୦ ସୁଦ୍ଧା ପ୍ରାୟ ୫୪ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବା ଆକ୍ସିସ ବ୍ୟାଙ୍କର ଦେଶରେ ୬୨୯୫ ଶାଖା, ୧୨,୫୬୪ ଏଟିଏମ୍ ଓ କ୍ୟାସ ରିସାଇକ୍ଲର ମେସିନ୍ ରହିଛି ଏବଂ ଏହାର ୪୮ ପ୍ରତିଶତ ଶାଖା ଗ୍ରାମାଚଂଳ ଓ ଅର୍ଦ୍ଧ ସହରାଚଂଳରେ ରହିଛି। ଏହି ନେଟୱର୍କରେ ବ୍ୟାଙ୍କର ୨୯୩୭ ଭାରତ ବ୍ୟାଙ୍କିଂ ଶାଖା ୬୮୫ଟି ଜିଲ୍ଲାରେ ରହିଛି।
ଆକ୍ସିସ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ସୁବିଧା ପାଇଁ ସ୍ୱ-ସେବା, ମୋବାଇଲ ଓ ଶାଖା ଆଧାରିତ ସମାଧାନ ପ୍ରଦାନ କରାଯାଉଛି। ବ୍ୟାଙ୍କ ତରଫରୁ ଏକ୍ସପ୍ରେସ ବ୍ୟାଙ୍କିଂ ଲବିଜ, କ୍ଷୁଦ୍ର ସେଲ୍‌ଫ ସର୍ଭିସ୍ ଡିଜିଟାଲ ଲବିଜ୍‌ର ଶୁଭାରମ୍ଭ କରାଯାଇଛି ଯାହା ଖାତା ଖୋଲିବା, ତତ୍କାଳ କାର୍ଡ ଜାରି କରିବା, ନଗଦ କାରବାର ଓ ବିଲ ପେମେଂଟ ଭଳି ସୁବିଧା ଚବିଶ ଘଂଟା ଉପଲବ୍ଧ କରାଇଛି। ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ “ଓପନ ବାଏ ଆକ୍ସିସ୍‌’କୁ ଏହାର ସମର୍ଥନ ରହିଛି ଯାହା ମାସିକ ୧୬ ନିୟୁତରୁ ଅଧିକ ସକ୍ରିୟ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

1 × 5 =