Uncategorized

ଏନ୍‌ଆଇପିୟୁ-୨୦୨୬କୁ କ୍ୟାବିନେଟ୍ ଅନୁମୋଦନକୁ ଏଫ୍‌ଏଆଇ ର ସ୍ୱାଗତ

ଭୁବନେଶ୍ୱର: ନ୍ୟାସନାଲ ଇନଭେଷ୍ଟମେଂଟ୍ ପଲିସି ଫର ୟୁରିଆ (ଏନ୍‌ଆଇପିୟୁ-୨୦୨୬)କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନକୁ ଦି ଫର୍ଟିଲାଇଜର ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍‌ଏଆଇ) ପକ୍ଷରୁ ସ୍ୱାଗତ କରାଯାଇଛି। ଘରୋଇ ୟୁରିଆ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି। ବର୍ତ୍ତମାନ ଭାରତର ବାର୍ଷିକ ଚାହିଦା ୫% ହାରରେ ବଢ଼ି ୪୦ ନିୟୁତ ମେଟ୍ରିକ୍ ଟନ୍‌ରେ ପହଂଚିବା ଆଶା କରାଯାଉଛି ଓ ଭାରତର ଘରୋଇ ଉତ୍ପାଦ ୩୦ ନିୟୁତ ମେଟ୍ରିକ୍ ଟନ୍ ରହିଛି। ଭାରତ ଏହାର ଆବଶ୍ୟକତାର ୨୬% ୟୁରିଆ ଆମଦାନି କରୁଛି। କେନ୍ଦ୍ର ସରକାର ୮-୯ଟି ଗ୍ୟାସ ଆଧାରିତ ୟୁରିଆ କାରଖାନା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ୧୦ ଏମଏମଟି କ୍ଷମତା ଯୋଗହେବ ଏବଂ ଯୋଗାଣରେ ରହିଥିବା ଅନ୍ତରକୁ ତାହା ଦୂର କରି ଏକ ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ପ୍ରଦାନ କରିବ।
ଏନଆଇପିୟୁ ୨୦୨୬ରେ ୧୨%-୧୬%ର ରିଟର୍ଣ୍ଣ ଅନ ଇକ୍ୱିଟି ନିଶ୍ଚିତ କରାଯାଇଛି ଏବଂ ସବସିଡି ପାଇଁ ସ୍ଥାୟୀ ଓ ନମନୀୟ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ଏବଂ ୪ ବର୍ଷ ପରେ ସ୍ଥାୟୀ ଖର୍ଚ୍ଚକୁ ଟଙ୍କାରେ ରୂପାନ୍ତରିତ କରି ବର୍ତ୍ତମାନର ଅସ୍ଥିରତାରୁ ନିବେଶକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନଆଇପି-୨୦୧୨ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ସଂସ୍କାରମୂଳକ ପଦକ୍ଷେପ ସ୍ପଷ୍ଟ ନିୟାମକ ମାର୍ଗଦର୍ଶନ ପ୍ରଦାନ କରିବ। କ୍ୟାବିନେଟ ଆକଳନ କରିଛି ଯେ ଏହି ପରିବର୍ତ୍ତନ ଦ୍ୱାରା ନୂଆ କାରଖାନା ସ୍ଥାପନ ପିଛା ୨୫୦ କୋଟି ଟଙ୍କା ସଂଚୟ ହେବ ସରକାରୀ, ଘରୋଇ ଓ ସମବାୟ କ୍ଷେତ୍ରରେ ଆର୍ଥିକ ସ୍ଥାୟିତ୍ୱରେ ଉନ୍ନତି ଆଣିବ।
ଫର୍ଟିଲାଇଜର ଆସୋସିଏସନ ଅଫ୍ ଇଣ୍ଡିଆ (ଏଫଏଆଇ)ର ସହ ଅଧ୍ୟକ୍ଷ ଡକ୍ଟର ଶିବ ପ୍ରସାଦ ମହାନ୍ତି କହିଛନ୍ତି ଯେ, “ଭାରତର ସାର କ୍ଷେତ୍ରରେ ବର୍ଦ୍ଧିତ ଘରୋଇ ଚାହିଦା ଓ ସ୍ଥିର ସ୍ଥାୟୀୟ କ୍ଷମତା ମଧ୍ୟରେ ରହିଥିବା ଅନ୍ତରକୁ ନେଇ ରହିଥିବା ଢ଼ାଂଚାଗତ ଆହ୍ୱାନକୁ ଏନଆଇପିୟୁ-୨୦୨୬ ମୁକାବିଲା କରିବ। ଏହି ନୀତି ନିବେଶକମାନଙ୍କୁ ସେମାନେ ଚାହୁଥିବା ବିଶ୍ୱାସ ପ୍ରଦାନ କରିବ ଏବଂ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଭାରତ ପାଇଁ ପଥ ପ୍ରଶସ୍ତ କରିବ।’’
ସମୟୋପଯୋଗୀ ଓ ଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ପାଇଁ ଏଫ୍‌ଏଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାର ବିଭାଗ, ରସାୟକ ଓ ସାର ମନ୍ତ୍ରଣାଳୟକୁ ପ୍ରଶଂସା କରାଯାଇଛି ଯାହା ଭାରତୀୟ କୃଷି କ୍ଷେତ୍ରକୁ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳ ବିଭ୍ରାଟରୁ ସୁରକ୍ଷା ପ୍ରଦାନ କରିବ ଏବଂ ଦୀର୍ଘକାଳୀନ ଖାଦ୍ୟ ଓ ସାର ସୁରକ୍ଷାକୁ ସୁଦୃଢ଼ କରିବ।

Share

Leave a Reply

Your email address will not be published. Required fields are marked *

five × one =