କ୍ରୟଠାରୁ ମାନସିକ ଶାନ୍ତି ପର୍ଯ୍ୟନ୍ତ: ଏକ ବ୍ୟାପକ ଉତ୍ପାଦ ୱାରେଂଟି ଶକ୍ତି
ଯେକୌଣସି ଗୃହ ଉପକରଣର ପ୍ରକୃତ ମାପଦଣ୍ଡ କ୍ରୟ ସମୟ ସୀମାଠାରୁ ବହୁତ ଆଗକୁ ଯାଇଥାଏ। କିପରି ସେହି ଉପକରଣଟି ଦୈନନ୍ଦିନ ଜୀବନରେ ନିରବଚ୍ଛିନ୍ନ ଭାବରେ ଖାପ ଖାଉଛି, ଘରେ ଆପଣଙ୍କ ଆରାମ ଓ ସୁବିଧା ବୃଦ୍ଧି କରୁଛି ଏବଂ ସମୟ ସହିତ ଆଶା ପୂରଣ କରିବା ଜାରି ରଖୁଛି ତାହା ଆପ୍ଲାଏନ୍ସର ପ୍ରକୃତ ମୂଲ୍ୟ ବାହାର କରିଥାଏ। ଏକ ବ୍ୟାପକ ୱାରେଂଟି ଗ୍ରାହକମାନଙ୍କୁ ଅପ୍ରତ୍ୟାଶିତ ଖର୍ଚ୍ଚ ଓ ଉତ୍ପାଦର କାର୍ଯ୍ୟଦକ୍ଷତାରେ ବ୍ୟାଘାତରୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ତୁଲାଇଥାଏ।
ଯେକୌଣସି ଗୃହ ଉପକରଣ କିଣିବା ସମୟରେ ଗ୍ରାହକମାନେ ପ୍ରାୟତଃ ଉତ୍ପାଦର ବୈଶିଷ୍ଟ୍ୟ, ସୌନ୍ଦର୍ଯ୍ୟ, ମୂଲ୍ୟ ଓ ୱାରେଂଟି ଉପରେ ଧ୍ୟାନ ଦିଅନ୍ତି। କିନ୍ତୁ ୱାରେଂଟି ସର୍ତ୍ତାବଳୀକୁ ସମ୍ପୂର୍ଣ୍ଣ ଦେଖିନଥାନ୍ତି। ଏକ ବର୍ଗରେ ଯେଉଁଠାରେ ଉପକରଣଗୁଡ଼ିକ ବର୍ଷ ବର୍ଷ ଧରି ଚାଲିବ ବୋଲି ଆଶା କରାଯାଏ,ସେଠାରେ ୱାରେଂଟି କେବଳ ଏକ ଅତିରିକ୍ତ ସୁବିଧା ନୁହେଁ; ବରଂ ବିଶ୍ୱସନୀୟ କ୍ରୟ ପରବର୍ତ୍ତୀ ସେବା ଏବଂ ବ୍ୟାପକ ୱାରେଂଟି ନିଶ୍ଚିତ କରିବା ଉତ୍ପାଦର କାର୍ଯ୍ୟଦକ୍ଷତା ଭଳି ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ବ୍ୟାପକ ୱାରେଂଟି କ୍ରୟ ନିଷ୍ପତିରେ ଏକ ପ୍ରମୁଖ ପାର୍ଥକ୍ୟ ସୃଷ୍ଟିକାରୀ ଭାବରେ ଉଭା ହେଉଛି ଯାହା ବିକ୍ରୟ ପରବର୍ତ୍ତୀ ନିଶ୍ଚିତତାକୁ ଏକ ସେବା ସୁବିଧାରୁ ଗ୍ରାହକ ବିଶ୍ୱାସର ଏକ ଅତ୍ୟାବଶ୍ୟକ ଉପାଦାନରେ ରୂପାନ୍ତରିତ କରୁଛି।
ଯଦି ଏକ ନୂତନ ଗୃହ ଉପକରଣ କ୍ରୟ କରିବାକୁ ଯୋଜନା କରୁଛନ୍ତି, ତେବେ ଗୋଦରେଜ୍ ଏଂଟରରପ୍ରାଇଜେସ୍ ଗ୍ରୁପ୍ର ଆପ୍ଲାଏନ୍େସସ୍ ବିଜନେସ୍ର ସର୍ଭିସ୍ ହେଡ୍ ଅର୍ଣ୍ଣବ ବାଗ୍ଚୀଙ୍କ ଠାରୁ କିଛି ୱାରେଂଟି ସମ୍ବନ୍ଧୀୟ ପରାମର୍ଶ ଏଠାରେ ଦିଆଯାଇଛି ଯାହା ଆପଣଙ୍କୁ ସାହାଯ୍ୟ କରିପାରେ:
ଉପକରଣ ମାଲିକାନାର ଦୀର୍ଘକାଳୀନ ମୂଲ୍ୟକୁ ବୁଝନ୍ତୁ
କ୍ରୟ ମୂଲ୍ୟ ଆପଣଙ୍କର ଉପକରଣ ମାଲିକାନା ଯାତ୍ରାର କେବଳ ଆରମ୍ଭ ମାତ୍ର। ସମ୍ଭାବ୍ୟ ମରାମତି ଖର୍ଚ୍ଚ, ଅତିରିକ୍ତ ସ୍ପେୟାର୍ ପାର୍ଟସ୍ର ଉପଲବ୍ଧତା ଏବଂ କ୍ରୟ ପରେ ଲାଗୁ ହୋଇପାରୁଥିବା ସେବା ଶୁଳ୍କ କୁ ହିସାବକୁ ନିଅନ୍ତୁ। ଉତ୍ପାଦର ଦୀର୍ଘ ଜୀବନକାଳ ମଧ୍ୟରେ ଏକ ପ୍ରକୃତ ସୂଚନାଭିତ୍ତିକ କ୍ରୟ ନିଷ୍ପତି ନେବା ପାଇଁ ଶକ୍ତି ଦକ୍ଷତା ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ସହିତ ମାଲିକାନାର ସମୁଦାୟ ମୂଲ୍ୟକୁ ବିଚାର କରନ୍ତୁ। ସ୍ପଷ୍ଟ ସର୍ତ୍ତାବଳୀ ଥିବା ଏକ ୱାରେଂଟି ଆପଣଙ୍କୁ ପ୍ରଭାବଶାଳୀ ଭାବରେ ବଜେଟ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ଏବଂ ଉତ୍ପାଦ ମାଲିକାନାର ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଅପ୍ରତ୍ୟାଶିତ ଖର୍ଚ୍ଚ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିଥାଏ।
ବ୍ୟାପକ ୱାରେଂଟି ଓ ଯେକୌଣସି ସାଧାରଣ ୱାରେଂଟି ମଧ୍ୟରେ ପାର୍ଥକ୍ୟ କରନ୍ତୁ
ସାଧାରଣ ୱାରେଣ୍ଟିରେ କେବଳ କିଛି ଅଂଶ ପାଇଁ ସୀମିତ ସୁବିଧା ମିଳେ। ଏହା ବ୍ୟତୀତ ବୈଷୟିକ ସର୍ତ୍ତ, ମହଙ୍ଗା ମରାମତି ଖର୍ଚ୍ଚ ଓ ଅନ୍ୟାନ୍ୟ ଲୁକ୍କାୟିତ ଦେୟ ଗ୍ରାହକଙ୍କୁ ବହନ କରିବାକୁ ପଡ଼ିପାରେ। ଉଦାହରଣ ସ୍ୱରୂପ: ୧ ବର୍ଷର ଉତ୍ପାଦ ୱାରେଂଟି ଏବଂ ୫-୧୦ ବର୍ଷର କମ୍ପ୍ରେସର ୱାରେଂଟି ଥିବା ଏକ ଏସି କେବଳ ଦୀର୍ଘକାଳ ପାଇଁ କମ୍ପ୍ରେସରକୁ ସୁରକ୍ଷା ପ୍ରଦାନ କରିବ ଏବଂ ଯଦି ପିସିବି କିମ୍ବା ଫ୍ୟାନ୍ ମୋଟର ଖରାପ ହୁଏ, ଗ୍ୟାସ୍ ଲିକେଜ୍ ହୁଏ କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖାଦିଏ, ତେବେ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡିବ। ଅପରପକ୍ଷରେ ଏକ ବ୍ୟାପକ ୱାରେଂଟି ପ୍ରମୁଖ ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ଯାହା ଅପ୍ରତ୍ୟାଶିତ ମରାମତି ଖର୍ଚ୍ଚର ବିପଦକୁ ହ୍ରାସ କରିଥାଏ।
ୱାରେଂଟିର ସର୍ତ୍ତାବଳୀ ଓ ନିୟମଗୁଡ଼ିକୁ ସତର୍କତାର ସହିତ ପଢନ୍ତୁ
ଛୋଟ ଅକ୍ଷରରେ ଲେଖାଯାଇଥିବା ସର୍ତ୍ତାବଳୀଗୁଡ଼ିକ ଯେପରି ଆପଣଙ୍କୁ ଅପ୍ରସ୍ତୁତ ନ କରେ। ଅଧିକାଂଶ ଉପକରଣ ସହ ସାଧାରଣ ୱାରେଣ୍ଟି ମିଳିଥାଏ, କିନ୍ତୁ ବିଭିନ୍ନ ବ୍ରାଣ୍ଡ ଓ ଉତ୍ପାଦ ଶ୍ରେଣୀ ଅନୁସାରେ ୱାରେଣ୍ଟିର ସର୍ତ୍ତ ଓ ନିୟମ ଯଥେଷ୍ଟ ଭିନ୍ନ ହୋଇଥାଏ। କଣ ସବୁ ସୁବିଧା ଦିଆଯାଇଛି, କଣ ବାଦ୍ ଦିଆଯାଇଛି, ଲୁକ୍କାୟିତ ଖର୍ଚ୍ଚ, ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ସୁବିଧାର ଅବଧି ଉପରେ ଧ୍ୟାନ ଦିଅନ୍ତୁ। ଉଦାହରଣ ସ୍ୱରୂପ, ଯାଂଚ କରନ୍ତୁ ଯେ ୱାରେଂଟିରେ ଗ୍ୟାସ୍ ରିଫିଲ୍ କିମ୍ବା ରିମୋଟ୍ ଅନ୍ତର୍ଭୁକ୍ତ ଅଛି କି ନାହିଁ। କିଛି ୱାରେଂଟି କେତେକ ବ୍ୟବହାରଯୋଗ୍ୟ ଅଂଶର ଖର୍ଚ୍ଚ ବହନ କରିନପାରେ ଏବଂ ଅନ୍ୟ କେତେକର ସେବା ଉପଲବ୍ଧତା ଉପରେ ଭୌଗଳିକ ସୀମା ଥାଇପାରେ। ଏହି ବିବରଣୀଗୁଡ଼ିକୁ ଆଗୁଆ ବୁଝିବା ଆପଣଙ୍କୁ ଏକ ସୂଚନା ଭିତ୍ତିକ ନିଷ୍ପତି ନେବାରେ ଏବଂ ପରେ ଅପ୍ରତ୍ୟାଶିତ ଖର୍ଚ୍ଚରୁ ରକ୍ଷା ପାଇବାରେ ସାହାଯ୍ୟ କରିବ।
କ୍ରୟ ପୂର୍ବରୁ ୱାରେଂଟି ନିର୍ଣ୍ଣାୟକ କାରକ ହେବା ଉଚିତ୍
ଗୃହ ଉପକରଣଗୁଡ଼ିକର ମୂଲ୍ୟାଙ୍କନ କରିବା ସମୟରେ ୱାରେଂଟି ସର୍ତ୍ତାବଳୀ ଉତ୍ପାଦର ନିର୍ଦ୍ଦିଷ୍ଟତା ଏବଂ ମୂଲ୍ୟ ସହିତ ସମାନ ଗୁରୁତ୍ୱ ବହନ କରିବା ଉଚିତ୍। ଏକ ବ୍ୟାପକ ୱାରେଂଟି ନିଜ ଉତ୍ପାଦର ଗୁଣବତ୍ତା ଉପରେ ନିର୍ମାତାଙ୍କ ଆତ୍ମବିଶ୍ୱାସ ଏବଂ ଗ୍ରାହକଙ୍କ ସନ୍ତୋଷ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଗୋଦରେଜ୍ରେ ଆମେ ସ୍ୱୀକାର କରୁ ଯେ ଗ୍ରାହକମାନେ ବର୍ଷ ବର୍ଷ ଧରି ବିଶ୍ୱସନୀୟ ସେବା ଆଶା କରି ଆମର ଉପକରଣଗୁଡ଼ିକରେ ବିନିଯୋଗ କରନ୍ତି, ସେଥିପାଇଁ ଆମର ୫ ବର୍ଷର ମାଗଣା ବ୍ୟାପକ ୱାରେଂଟିର ଅଫର୍ ହେଉଛି କୌଣସି ଲୁକ୍କାୟିତ ଖର୍ଚ୍ଚ ବିନା ସ୍ୱଚ୍ଛତା ପ୍ରଦାନ କରିବାର ଏକ ପ୍ରତିଶ୍ରୁତି।
କ୍ରୟ ପରବର୍ତ୍ତୀ କାଗଜପତ୍ର ପ୍ରସ୍ତୁତ କରନ୍ତୁ
ଉପକରଣଗୁଡ଼ିକ କିଣିବା ପରେ ସଠିକ୍ ଯୋଗାଯୋଗ ବିବରଣୀ ପ୍ରଦାନ କରି ୱାରେଂଟି ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ଏବଂ ୱାରେଂଟିକୁ ସକ୍ରିୟ କରନ୍ତୁ। ୱାରେଂଟି ଦସ୍ତାବିଜ୍ ଏବଂ ବ୍ରାଣ୍ଡର ଅଧିକୃତ ଗ୍ରାହକ ସେବା ନମ୍ବରକୁ ତୁରନ୍ତ ପାଇବା ଭଳି ପାଖରେ ରଖନ୍ତୁ। ଏହି ପ୍ରସ୍ତୁତି ନିଶ୍ଚିତ କରେ ଯେ ଯଦି ସମସ୍ୟା ଦେଖାଦିଏ ତେବେ ଆପଣ ତୁରନ୍ତ ସହାୟତା ପାଇପାରିବେ ଏବଂ କାର୍ଯ୍ୟ ବନ୍ଦ ରହିବା ସମୟକୁ ହ୍ରାସ କରିପାରିବେ। ଅଧିକୃତ ନମ୍ବରଟିକୁ ସେଭ୍ କରିବାକୁ ମନେ ରଖନ୍ତୁ ଯାହା ସାଧାରଣତଃ ଉତ୍ପାଦ ଉପରେ ଲେଖାଯାଇଥାଏ କିମ୍ବା ବ୍ରାଣ୍ଡର ୱେବସାଇଟ୍ରୁ ଏହାକୁ ପାଆନ୍ତୁ ଏବଂ ସର୍ଚ୍ଚ ଇଞ୍ଜିନଗୁଡ଼ିକରେ ସ୍କ୍ରୋଲ୍ କରିବାଠାରୁ ଦୂରେଇ ରୁହନ୍ତୁ ଯାହାଦ୍ୱାରା ନିଜକୁ ଅଧିକୃତ ସେବା ସଂସ୍ଥା ରୂପେ ଦର୍ଶାଉଥିବା ଠକମାନଙ୍କଠାରୁ ଆପଣ ସୁରକ୍ଷିତ ରହିପାରିବେ।
ଏକ ବ୍ୟାପକ ୱାରେଂଟି କେବଳ ଆପଣଙ୍କ କ୍ରୟକୁ ସୁରକ୍ଷିତ କରେ ନାହିଁ; ଏହା ଗୁଣବତ୍ତା ଓ ଗ୍ରାହକ ସନ୍ତୋଷ ପ୍ରତି ଏକ ବ୍ରାଣ୍ଡର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରୁଛି ଯାହା ଆପଣଙ୍କୁ ମନର ଶାନ୍ତି ପ୍ରଦାନ କରିବା ପାଇଁ ଦୋକାନ ବାହାରକୁ ମଧ୍ୟ ସମ୍ପ୍ରସାରିତ ହୋଇଥାଏ।

