ବାଇକରେ ବୁହା ହେଲା ନାବାଳିକାଙ୍କ ଶବ
ଶବକୁ ମିଳିଲାନି ସମ୍ମାନ। ମିଳିଲାନି ଶ୍ମଶାନ ବାଇକରେ ବୁହା ହେଲା ନାବାଳିକାଙ୍କ ଶବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆମାଗୁଡା ଗାଁରେ ଦେଖିବାକୁ ମିଳିଛିଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ । ଗାଁର ଜଣେ ନାବାଳିକାଙ୍କ ଦେହ ଖରାପ ହେବାରୁ ସାନଭରଣ୍ଡୀରେ ଥିବା ସମ୍ପର୍କୀୟ ଘରକୁ ଯାଇଥିଲେ। ସେଠାରେ ଅସୁସ୍ଥତା ଯୋଗୁଁ ମୃତ୍ୟୁବରଣ କରିଥିଲେ ନାବାଳିକା । ସାନଭରଣ୍ଡୀ ଗାଁ ଶଶ୍ମାନରେ ଶବ ସଂସ୍କାର କରିବାକୁ ମନା କରିତିଲେ ଗ୍ରାମବାସୀ । ଯଦି ଶବ ସଂସ୍କାର ହେବ ତେବେ, ୭ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ନାବାଳିକାଙ୍କ ପରିବାର ତଥା ସମ୍ପର୍କିୟ ଗରିବଶ୍ରେଣୀର ହୋଇଥିବାରୁ ଟଙ୍କା ଦେଇପାରିନଥିଲେ । ଫଳରେ ନାବାଳିକାଙ୍କ ଶବକୁ ତାଙ୍କ ଗାଁ ଆମାଗୁଡାକୁ ବାଇକ ଯୋଗେ ନେଇଥିଲେ ।
ସେହିପରି ଗତକିଛି ଦିନ ତଳେ ରାୟଗଡ଼ାରେ ଧର୍ମ ପରିବର୍ତ୍ତନ କରିଥିବାରୁ ବୃଦ୍ଧଙ୍କୁ ଶ୍ମଶାନ ମିଳିନଥିଲା । ୨୪ ଘଣ୍ଟା ଧରି ପଡ଼ିରହିଥିଲା ବୃଦ୍ଧଙ୍କ ମୃତଦେହ । ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ଧର୍ମାନ୍ତରୀକରଣ ବିବାଦକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ କାରଣରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ପ୍ରାୟ ୨୪ ଘଣ୍ଟା ଧରି ଅନ୍ତିମ ସଂସ୍କାର ଅପେକ୍ଷାରେ ପଡ଼ିରହିଥିଲା ।

